ଓଡ଼ିଶା ତାଜା ନ୍ୟୁଜ୍ (୧୭ ଅକ୍ଟୋବର ରବିବାର ) ପାରଳାଖେମୁଣ୍ଡି :- ଓଲଟିଲା ମନ୍ତ୍ରୀଙ୍କ ପାଇଲଟିଂ ଗାଡ଼ି । ଦୁର୍ଘଟଣାରେ ୫ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।ଖବର ଅନୁଯାୟୀ, ଭୁବନେଶ୍ୱରରୁ ରାୟଗଡା ଫେରୁଥିଲେ ମନ୍ତ୍ରୀ ଜଗନ୍ନାଥ ସାର୍କା ।
ହେଲେ ଗଜପତି ଅଡ଼ବା ଥାନା ଉଲିଆପଦା ଗାଁ ନିକଟରେ ମନ୍ତ୍ରୀଙ୍କ ପାଇଲଟିଂ ଗାଡ଼ି ଓଲଟିପଡିଲା । ଭାରସାମ୍ୟ ହରାଇ ଗାଡ଼ିଟି ଓଲଟିପଡିବାରୁ ୫ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି ।














