No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୧୭ ଅକ୍ଟୋବର ରବିବାର )ବରଗଡ:-ସମ୍ବଲପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶିତ ବିସିଏ ସ୍ନାତକ ପରୀକ୍ଷାରେ ବିଦ୍ୟାବିହାରସ୍ଥିତ ଇମ୍ପେରିଆଲ କଲେଜର ତିନିଜଣ ଛାତ୍ରଛାତ୍ରୀ ଶ୍ରେଷ୍ଠ ୧୦ ଜଣରେ ସ୍ଥାନ ପାଇଛନ୍ତି I ଏଞ୍ଜେଲ ବେହେରା ୮୬•୩୭% ସପ୍ତମ ସ୍ଥାନ, ଅଙ୍କିତ ନାଗ ୮୬•୧୧% ଅଷ୍ଟମ ସ୍ଥାନ ଏବଂ ସୁମିତ କୁମାର ସାହୁ ୮୫•୯୩% ନବମ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସମ୍ବଲପୁର ବିଶ୍ଵ ବିଦ୍ୟାଳୟ ସ୍ତରରେ ଅନ୍ୟ କଲେଜ ତୁଳନାରେ ସର୍ବାଧିକ ପ୍ରଥମ ଶ୍ରେଣୀ (ସମ୍ମାନ) ଡିଷ୍ଟିଙ୍କସନ୍ ଏହି କଲେଜର ଛାତ୍ରଛାତ୍ରୀ ରଖିଛନ୍ତି ।

କଲେଜର ଶତ ପ୍ରତିଶତ ଫଳାଫଳ ସହ ଦଶ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀ (ସମ୍ମାନ) ଓ ଅନ୍ୟମାନେ ପ୍ରଥମ ଶ୍ରେଣୀ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ପ୍ରକାଶ ଥାଉ କି ଏମାନଙ୍କ ମଧ୍ୟରୁ ନଅ ଜଣ ଛାତ୍ରଛାତ୍ରୀ ୱିପ୍ରୋ ଓ ଇନଫୋସିସ୍ କମ୍ପାନୀରେ କ୍ୟାମ୍ପସ୍ ପ୍ଲେସମେଣ୍ଟ ଦ୍ଵାରା ନିୟୋଜିତ ହୋଇ ସାରିଛନ୍ତି I ଛାତ୍ରଛାତ୍ରୀ ମାନଙ୍କ ସଫଳତା ପାଇଁ କଲେଜ ନିର୍ଦ୍ଦେଶକ ଦୀପକ ଗୋୟଲ୍ ଏବଂ ଅଧ୍ୟାପକ ଓ ଅଧ୍ୟାପିକାମାନେ ଅଭିନନ୍ଦନ ଜଣାଇଛନ୍ତି।
No Result
View All Result