No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୬ ଅକ୍ଟୋବର ଶନିବାର ) ବାଙ୍କୀ :- ଅବସରପ୍ରାପ୍ତ କଟକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ତଥା ଲୋକପ୍ରିୟ ଡାକ୍ତର ଗଙ୍ଗାଧର ପରମଗୁରୁଙ୍କର କନିଷ୍ଠ କନ୍ୟା ଡାକ୍ତର ୱାଟି ପରମଗୁରୁ ଙ୍କର ଗୁରୁବାର ରାତି ରେ ଦିଲ୍ଲୀସ୍ଥିତ ମେଦାନ୍ତ ଚିକିତ୍ସାଳୟ ରେ ଡେଙ୍ଗୁ ଚିକିତ୍ସା ହେଉଥିବା ଅବସ୍ଥାରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୩୦ବର୍ଷ ବୟସ ହୋଇଥିଲା ୱାଟି ପରମଗୁରୁ ଅତ୍ୟନ୍ତ ମେଳାପୀ ଉଚ୍ଚ କୋଟିର ଡାକ୍ତର ଥିଲେ । ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ ରେ କିଛି ମାସ ଡାକ୍ତର ଭାବେ କାର୍ଯ୍ୟ କରି ବହୁ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଥିଲେ।ୱାଟି ଙ୍କ ପିତା ଡାକ୍ତର ଗଙ୍ଗାଧର ପରମଗୁରୁ ବାଙ୍କୀ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ ରେ କାର୍ଯ୍ୟ କରି ଓ କାର୍ଯ୍ୟ ରୁ ଅବସର ପରେ ଦୀର୍ଘ ୩୦ ବର୍ଷ ରୁ ଉର୍ଦ୍ଧ୍ବ ବାଙ୍କୀ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଛନ୍ତି । ୱାଟି ପରମଗୁରୁ ବାଙ୍କୀ ରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ରେ ପାଠ ପଢି ଉଚ୍ଚ ଶିକ୍ଷା ପାଇଁ ଭୁବନେଶ୍ବର ରେ କଟକ ରେ ପଢି ଡାକ୍ତର ହୋଇପାରିଥିଲେ ।
ବାଙ୍କୀ ଚିକିତ୍ସାଳୟ ରେ ଡାକ୍ତର ଭାବେ ଚିକିତ୍ସା ସମୟରେ ମେଡ଼ିସିନ ରେ ପିଜି ପଢ଼ିବା ପାଇଁ କିମ୍ସରେ ନାମ ଲେଖାଇ ପିଜି କରୁଥିବା ସମୟରେ ସେଠାରେ ଡେଙ୍ଗୁରୋଗୀମାନଙ୍କୁ ଚିକିତ୍ସା କରିଥିଲେ । ରୋଗୀ ଚିକିତ୍ସା କରି ନିଜେ ଡେଙ୍ଗୁରୋଗରେ ଆକ୍ରାନ୍ତ ହୋଇ କିମ୍ସରେ ଅନ୍ତଃ ବିଭାଗରେ ଚିକିତ୍ସାଧିନ ଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଗତ ୮ତାରିଖରେ ଏୟାର ଲିଫ୍ଟ୍ ମାଧ୍ୟମରେ ଦିଲ୍ଲୀସ୍ଥିତ ମେଦାନ୍ତ ଚିକିତ୍ସାଳୟକୁ ନିଆଯାଇ ସେଠାରେ ତାଙ୍କୁ ଜରୁରୀକାଳିନ ଚିକିତ୍ସା କରାଯାଉଥିଲା । ସେଠାରେ ତାଙ୍କର ସମସ୍ତ ଅଙ୍ଗପ୍ରତଙ୍ଗ ଅଚଳ ହୋଇଯିବା ଫଳରେ ତାଙ୍କର ସେଠାରେ ମୃତ୍ୟୁ ଘଟିଥିଲା । ଗତକାଲି ତାଙ୍କର ମୃତ ଦେହ କୁ ଦିଲ୍ଲୀ ରୁ ଭୁବନେଶ୍ୱର ଅଣାଯାଇ ସତ୍ୟନଗର ଶ୍ମଶାନରେ ଶବ ଦାହ କରାଯାଇଥିଲା । ମାତା ଦେବଯାନୀ ପରମଗୁରୁ ଅଟନ୍ତି।ତାଙ୍କର ମାଉସୀ ପୁଅ ଭାଇ ବରୁଣ ପଣ୍ଡା ମୁଖାଗ୍ନି ପ୍ରଦାନ କରିଥିଲେ ।
ୱାଟି ପରମଗୁରୁ ଡାକ୍ତର ଶୁଭ୍ରକଳି ପରମଗୁରୁଙ୍କର ସାନ ଭଉଣୀ ଅଟନ୍ତି । ବୈଜ୍ଞାନୀକ ରାଜ କିଶୋର ପରମଗୁରୁ ଏବଂ ଡାକ୍ତର ଭବାନୀ ପ୍ରକାଶ ପରମଗୁରୁଙ୍କର ସେ ଝିଆରୀ ଅଟନ୍ତି । କଟକ ଲୋକସଭା ସାଂସଦ ଭତୃହରି ମହତାବ, କିଟ,କିସ ,କିମ୍ସ ର ପ୍ରତିଷ୍ଠାତା ତଥା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ, ବାଙ୍କୀ ର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ , ଡଃ.ଦେବାଶିଷ ପଟ୍ଟନାୟକ,ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ,ଖୋର୍ଦ୍ଧା ର ପୂର୍ବତନ ବିଧାୟକ ଜିତୁ ମିତ୍ର, ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟ ଡାକ୍ତର ଧୁଲେଶ୍ଵର ପ୍ରଧାନ ଙ୍କ ସମିତ ସମସ୍ତ ଡାକ୍ତର ଓ କର୍ମଚାରୀ, ବରିଷ୍ଠ ସମବାୟ ବିତ ସୁବାସ ପାଢ଼ୀ ଓ ସମରେନ୍ଦ୍ର ମହାପାତ୍ର,ବାଙ୍କୀ ଓକିଲ ସଂଘ ଉପସଭାପତି ସନ୍ତୋଷ କୁମାର ରଣା, କଟକ ଜିଲ୍ଲା ବିଜେଡି ସଂପାଦକ ସନାତନ ବେହେରା, ଡମପଡ଼ା ଯୁବ ବିଜେଡି ସଭାପତି ଭାଗିରଥି ପାଣି,ସାମ୍ବାଦିକ ଗୌତମ ମିଶ୍ର, ବାଙ୍କୀ ପ୍ରେସ କ୍ଲବ ସଭାପତି ବଳଭଦ୍ର ପଣ୍ଡା, ମାସିକ ସାହିତ୍ୟ ଆସର ସଭାପତି ଜ୍ଞାନେନ୍ଦ୍ର ମୋହନ ମିଶ୍ର,ସମାଜସେବୀ ମିନତୀ ମହାପାତ୍ର ଙ୍କ ସମିତ ବାଙ୍କୀ ର ବହୁ ଜନ ସାଧାରଣ ପ୍ରିୟ ଡାକ୍ତର ୱାଟି ଙ୍କୁ ହରାଇ ଗଭୀର ଶୋକ ପ୍ରକାଶ କରିଥିଲେ ଶୋକପ୍ରକାଶ କରିବା ସହିତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ ।
ସ୍ୱର୍ଗତ ପରମଗୁରୁ ବାଙ୍କୀ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ଶିକ୍ଷା ଗ୍ରହଣ କରିଥିଲେ । ତାଙ୍କର ମୃତ୍ୟୁରେ କିମ୍ସ୍ ର ବହୁ ଡାକ୍ତର , ବାଙ୍କୀର ବହୁ ବୁଦ୍ଧିଜୀବୀ ଓ ତାଙ୍କର ସହପାଠୀ ଓ ସାଙ୍ଗମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି । ବାଙ୍କୀ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ପ୍ରଧାନ ଶିକ୍ଷକ ସତ୍ୟନାରାୟଣ ସାହୁଙ୍କ ସଭାପତିତ୍ୱରେ ଶୋକ ସଭାକରାଯାଇ ତାଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରାଯାଇଛି । ୱାଟି ଅମର ରହେ ଅମର ରହେ କହି ସମସ୍ତେ ମା ଚର୍ଚ୍ଚିକା ଙ୍କୁ ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଥିଲା ।
No Result
View All Result