No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୬ ଅକ୍ଟୋବର ଶନିବାର ) ଛତିଆ :- ପବିତ୍ର ଆଶ୍ୱିନ ଶୁକ୍ଳ ଏକାଦଶି ତିଥିରେ ମହାପୁରୁଷ ସିଦ୍ଧଶୈଳ ନିବାସୀ ଅବଧୂତ ମହାତ୍ମା,ତଥା ମହାପୁରୁଷ ଶ୍ରୀ ଶ୍ରୀ ଶ୍ରୀ ହାଡିବନ୍ଧୁ ଦାସଙ୍କ ୭୪ ତମ ମହାପ୍ରୟାଣ ଦିବସ ସମାଧି ପୀଠ ଠାରେ ଯଥାବିଧି ରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ମହାପୁରୁଷଙ୍କ ଷୋଡଶ ବିଧି ସେବା, ସୁର ସାମୁହିକ ଗୀତା ଜ୍ଞାନ ଚକ୍ର, ସାଧୁସନ୍ଥ ସମାବେଶ, ଧର୍ମସଭା, ପ୍ରବଚନ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଏହି ଦିବ୍ୟ ଉତ୍ସବରେ ବରିଷ୍ଠ ସନ୍ଥ କୃଷ୍ଣ ନନ୍ଦ ଗିରୀ, ହରେକୃଷ୍ଣ ଦାସ ମହାରାଜ, ବାବା ବିଜୟ ନନ୍ଦ ଦାଶ୍,ଡ଼ଃ ଉମେଶ ଚନ୍ଦ୍ର ଚିନ୍ନାରା ପ୍ରମୁଖ ଯୋଗଦେଇ ଥିଲା ବେଳେ କର୍ତ୍ତା ଭାବେ ସ୍ବ ପତ୍ନୀକ ଚନ୍ଦ୍ର ଶେଖର ବିଶ୍ୱାଳ , ପରିଚାଳନାରେ ଲିଙ୍ଗ ରାଜ ବେହେରା, ଦିଲୀପ ରାଉତ,ଶ୍ରୀପତି ସାମଲ,ପ୍ରଶାନ୍ତ କୁମାର ସାହ, ଭୁବନା ନନ୍ଦ ରାଉତ ପ୍ରମୁଖ ସହଯୋଗ କରିଥିଲେ ।

ତେବେ ଏହି ସିଧ୍ୟ ଗିରୀ ର ଅଧିଷ୍ଠାତ୍ରୀ ଦେବୀ ମା ପୂର୍ଣ୍ଣମାସି ଙ୍କ ପାର୍ବଣ ପୂଜା ମଧ୍ୟ ଯଥା ବିଧି ମତେ ଅନୁଷ୍ଠିତ ହୋଇ ଥିବା ସୂଚନା ମିଳିଥିବା ବେଳେ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିବା ସମସ୍ତ ସହଯୋଗୀ, ସ୍ଥାନୀୟ ଗ୍ରାମବାସୀ, ଓ ଶ୍ରଦ୍ଧାଳୁ ଙ୍କୁ ଧନ୍ୟବାଦ୍ ଜଣାଇ ଛନ୍ତି ଆଶ୍ରମର ମହନ୍ତ ବାବା ଶ୍ରୀ ବିଶ୍ୱନାଥ ଦାସ ମହାରାଜ ।


No Result
View All Result