No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୧୩ ଅକ୍ଟୋବର ବୁଧବାର ) ବୈପାରିଗୁଡା :- ଥାନା ଅବକାରୀ ଓ ଅବକାରୀ EIB ସ୍କାର୍ଡ ର ମିଳିତ ଚଢାଉଦ୍ବାରା ବୈପାରିଗୁଡା ଅଞ୍ଚଳର ବିଭିନ୍ନ ସ୍ଥାନରେ ୮ ଶହ ଲିଟର ପୋଚ ଓ ୧୨୦ ଲିଟର ମହୁଲି ମଦ ଜବତ କରି ସେଗୁଡିକ କୁ ନଷ୍ଟ କରାଯାଇଥିବା ନେଇ ସୂଚନା ପ୍ରଦାନ କରିଛନ୍ତି ଆବକାରୀ ଥାନା ASI ରଶ୍ମିରଞ୍ଜନ ନାୟକ ! ଦେଶୀମଦ ଜବତ କରାଯିବା ସହ ଏଥିରେ ସଂପୃକ୍ତ ୪ ଜଣଙ୍କୁ ଗିରଫ କରାଯାଇଛି । ଅବକାରୀ ଥାନା ଅନ୍ତର୍ଗତ ଜି ମାଝିଗୁଡା,ବାଉଁସଗୁଡା, ଜାମଯୋଡି , ପେଟାଗୁଡା ଗ୍ରାମରୁ ୯୨୦ ଲିଟର ଦେଶୀ ମଦ ନଷ୍ଟ କରାଯାଇଥିବା

ବେଳେ ମାଲାଗୁଡା ଓ କଷିଗୁଡା ଗ୍ରାମରେ ଚଢାଉ କରି ୪ ଜଣ ବ୍ୟକ୍ତିଙ୍କୁ ଗିରଫ କରା ଯାଇଛି ! କୋରାପୁଟ ଅବକାରୀ ନିରୀକ୍ଷକ ମନୋଜ କୁମାର ସେଠୀ ପ୍ରକାଶ କରିଛନ୍ତି ଯେ ଆଗାମୀ ଦିନ ଏହି ଚଢାଉ ଅଧିକ ରୁ ଅଧିକ ମାତ୍ରାରେ କରିବା ସହ ଚୋରା ଦେଶୀ ମଦ ଧରା ଅଭିଯାନ ଜାରୀ ରହିବ ବୋଲି ତାଙ୍କ ପ୍ରତିକିୟାରେ ପ୍ରକାଶ କରିଥିଲେ !

ଏହି ଚଢାଉ ସମୟରେ ବୈପାରିଗୁଡା ଅବକାରୀ ଅଧିକାରୀ ଏସ.କେ କାଣ୍ଡିକି,ଏଏସଆଇ ରଶ୍ମିରଞ୍ଜନ ନାୟକ, ସରୋଜ କୁମାର ବେହେରା, ହିରାମଣି ଭତ୍ରାଙ୍କ ସହ EIDସ୍କାର୍ଡ ଓ ପୋଲିସ କର୍ମଚାରୀ ମାନେ ଅଂଶଗ୍ରହଣ କରିଥିଲେ । ( ରିପୋର୍ଟ – ବିକ୍ରାନ୍ତ କୁମାର ବେବର୍ତ୍ତା )
No Result
View All Result