No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୩ ଅକ୍ଟୋବର ବୁଧବାର ) ବଡଚଣା :- ଓଡିଶା ପ୍ରଶାସନିକ ସେବାରେ ରାଜ୍ୟରେ ଟପ୍ପର ହୋଇଛନ୍ତି ଅଶ୍ୱିନୀ କୁମାର ପଣ୍ଡା, ସେ ଯାଜପୁର ଜିଲ୍ଲା ଚଣ୍ଡିଖୋଲ ସ୍ଥିତ ଜନ କଲ୍ୟାଣ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଥିଲେ। ଅଶ୍ୱିନୀ କୁମାର ଜଣେ ମେଧାବୀ ଛାତ୍ର ଥିଲେ,ତାଙ୍କୁ ଜନ କଲ୍ୟାଣ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସଭାରେ ବଡ ଚଣା ବିଧାୟକ ଅମର ପ୍ରସାଦ ଶତପଥି ଯୋଗଦେଇ ରାଜ୍ୟରେ ଓଏଏସ ଟପ୍ପର ଶ୍ରୀ ପଣ୍ଡା ଙ୍କ ଭବିଷ୍ୟତ ଉଜ୍ଜ୍ୱଳ କାମନା କରିବା ସହିତ ସ୍କୁଲ ତଥା ଜିଲ୍ଲା
ସମେତ ବଡଚଣା ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ହୋଇ ପାରି ଥିବା କହି ଥିଲେ । ତେବେ ଶ୍ରୀ ପଣ୍ଡା ତାଙ୍କର ଏହି ସଫଳତା ପଛରେ ତାଙ୍କ ବାପା , ମା ଙ୍କ ଆଦର୍ଶରେ ଏହି ସଫଳତା ସମ୍ଭବ ହୋଇଥିଲା ବେଳେ, ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କ ଆଶୀର୍ବାଦ କାମନା କରିଥିବା ପ୍ରତିକ୍ରିୟାରେ କହିଥିବା ଦେଖିବାକୁ ମିଲଥିଲା। ଏହି କାର୍ଯ୍ୟକ୍ରମ ରେ ସ୍କୁଲର ପ୍ରଧାନ ଶିକ୍ଷକ ଙ୍କ ସମେତ ସମସ୍ତ ଶୁଭାକାଂକ୍ଷୀ ବହୁ ଶୁଭେଚ୍ଛୁ, ସ୍ଥାନୀୟ ସରପଞ୍ଚ ଉପସ୍ଥିତ ରହିବା ସହିତ ଶ୍ରୀ ପଣ୍ଡା ଙ୍କ ଉଜ୍ଜ୍ୱଳ ଭବିଷ୍ୟ କାମନା କରି ଥିବା ଦେଖିବାକୁ ମିଳିଛି ।

No Result
View All Result