ପୋଖରୀ ରେ ବୁଡି ଯୁବକ ମୃତ

ଓଡ଼ିଶା ତାଜା ନ୍ୟୁଜ (୧୨ ଅକ୍ଟୋବର ମଙ୍ଗଳବାର ) ବରଗଡ଼ :- ପାର୍ବଣ ଋତୁରେ ସାରା ଅଞ୍ଚଳ ଚଳଚଞ୍ଚଳ ଥିବା ବେଲେ ବରଗଡ଼ ତୁରା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସୂଚନା ମୁତାବକ ଆଜି ସକାଳ ଭୋର ୫ଟା ସମୟରେ ତୋରା ପ୍ରଧାନ ଟିକ୍ରା ରେ ଥିବା ରୁଗୁଡି ବନ୍ଧକୁ ସେହି ଗ୍ରାମର ଦେବାନନ୍ଦ ସାହୁ(୩୫) ଓ ତାଙ୍କ ସ୍ତ୍ରୀ ଗାଧେଇବାକୁ ଯାଇଥିଲେ କୌଣସି କାରଣରୁ ପୋଖରୀ ପାଣିରେ ଦେବାନନ୍ଦ ବୁଡ଼ି ଯାଇଥିଲେ । ଘଟଣା ସ୍ଥଳରେ ଉପସ୍ଥିତ ଥିବା ଦେବାନନ୍ଦ ଙ୍କ ସ୍ତ୍ରୀ ମାମି ସାହୁ ଜୋରରେ ଚିତ୍କାର କରିବାରୁ ସ୍ଥାନିୟ ବାସିନ୍ଦା ନରେନ ସାହୁ ଓ ଇନ୍ଦ୍ରଜିତ ସାହୁ ଗଭୀର ପାଣିରୁ ଦେବେନ୍ଦ୍ର ଙ୍କୁ ଉଦ୍ଧାର କରିଥିଲେ

ପରେ ସଙ୍ଗେ ସଙ୍ଗେ ତାଙ୍କୁ ପରିବାର ଲୋକେ ବରଗଡ଼ ସହର ମଧ୍ୟରେ ଥିବା ପୁରୁଣା ଜିଲ୍ଲା ମୁଖ୍ୟ ଚିକତ୍ସାଲୟକୁ ଆଣିଥିଲେ ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ବରଗଡ଼ ଟାଉନ ଥାନା ରେ ଏକ ଅପମୃତ୍ୟ ମାମଲା ୩୭/୨୧ରୁଜୁ ହୋଇ ଘଟଣାଟିର ଅନୁସନ୍ଧାନ ଜାରୀ ରହିଥିବା ସୂଚନା ମିଳିଛି । ମୃତ ଯୁବକଙ୍କ ଏକ ୩ବର୍ଷର ପୁଅ ଶ୍ରେୟାନ୍ସ, ସ୍ତ୍ରୀ ମାମି ସମେତ ଜଣେ ଭାଇ, ୩ଜଣ ଭଉଣୀ ଏବଂ ମାଁ, ବାପା ରହିଥିବା ଜଣା ପଡ଼ିଛି। ଏପରି ହଠିତ୍ ଦେବେନ୍ଦ୍ରଙ୍କ ମୃତ୍ୟକୁ ସହଜରେ ପରିବାର ଲୋକେ ଗ୍ରହଣ କରି ପାରୁନାହାନ୍ତି । ତାଙ୍କ ପରିବାର ସମେତ ସମଗ୍ର ତୋରା ଅଞ୍ଚଳରେ ଶୋକର ଛାୟା ଖେଲିଯାଇଛି ।