No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୧ ଅକ୍ଟୋବର ସୋମବାର )ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ କବିଚନ୍ଦ୍ର ପାଠାଗାରରେ ଜିଲ୍ଲା ସାମ୍ବାଦିକ ପରିବାର ପକ୍ଷରୁ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁତ୍ର ମନିଷ ଅନୁରାଗ ଦାସଙ୍କ ଅକାଳ ବିୟୋଗରେ ଏହି ଶୋକସଭା ଆୟୋଜିତ ହୋଇଥିଲା । ଏହି ଅବସରରେ ୨ମିନିଟ ଅମର ଆତ୍ମାର ସର୍ଦଗତି କାମନା କରି ନିରବ ପ୍ରାର୍ଥନା କରାଯାଇଥିଲା । ପରେ ଅନୁରାଗଙ୍କ ଫୋଟ ସମ୍ମୁଖରେ ପୁଷ୍ପମାଲ୍ୟାର୍ପଣ ସହ ଧୁପ ଓ କ୍ୟାଣ୍ଡେଲ ଜଳାଯାଇଥିଲା । ତେବେ ଓଡିଶା ପୋଲିସ ଅନୁରାଗଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟାଇବା ସହ ଅନୁରାଗଙ୍କ ବାପା ଅଭିଯୋଗ କରିଥିବାନୁଷାରେ ଯଦି ହତ୍ୟା ହୋଇଛି ତାହା ହେଲେ ହତ୍ୟାକାରୀଙ୍କୁ କଡାରୁ କଡା ସଜ୍ଜା ଦେବାପାଇଁ ଗଣମାଧ୍ୟମ ପ୍ରତିନିଧିମାନେ ଦାବୀ କରିଛନ୍ତି ।
ଏପରିକି କେବଳ ସାମ୍ବାଦିକ ହତ୍ୟା, ଧମକ, ମାଡ ଓ ବିପଦର ସମ୍ମୁଖୀନ ହେଉଥିବା ସମଗ୍ର ଓଡିଶାରେ ପୂର୍ବରୁ ଦେଖିବାକୁ ମିଳୁଥିବା ବେଳେ ବର୍ତ୍ତମାନ ସାମ୍ବାଦୀକ ମାନଙ୍କ ପରିବାରକୁ ଟାର୍ଗେଟ କରାଯିବା ଆଇନ ବ୍ୟବସ୍ଥାକୁ ଦୋହଲାଇବା ଭଳି ସ୍ଥିତି ଓଡିଶାରେ ସୃଷ୍ଟୀ ହେଲାଣି ବୋଲି ଚିନ୍ତା ଜଣାଇଛନ୍ତି ଉପସ୍ଥିତ ଗଣମାଧ୍ୟମର ପ୍ରତିନିଧି । ଏହି ଶୋକ ସଭାରେ ବରିଷ୍ଠ ସାମ୍ବାଦିକ ଦେବାଶିଷ ପାଢୀ, ଗଶେଷ ରାଜୁ, ଆଦର୍ଶ ଦାସ, ବାସୁଦେବ ଦାସ, ହରିହର ପଟ୍ଟନାୟକ, ଗୋବିନ୍ଦ ଆଚାର୍ଯ୍ୟ, ଏସ.ରୁଷୀ, ଦୀଲୀପ ସତପଥୀ, ବସନ୍ତ ପଣ୍ଡା, ସନ୍ତୋଷ କୁମାର ପାଟ ଯୋଶୀ,ଶିବ ପ୍ରସାଦ ପ୍ରାଣୀଗ୍ରାହୀ, ଗିରିଧାରୀ ପରିଛା, ଡମ୍ବୁରୁଧର ପଲେଇ ଅନିଲ କୁମାର ପ୍ରମୁଖ ଉପସ୍ଥିତ ଥିଲେ । (ରିପୋର୍ଟ – ଗରୁଡ଼ ଧ୍ଵଜ ଚୌଧୁରୀ )
No Result
View All Result