No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୦ ଅକ୍ଟୋବର ରବିବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଜାକେଡ଼ା ପଞ୍ଚାୟତ ଅଧିନରେ ଥିବା ବୀର ଶହିଦ କଷ୍ଟି ଡାକୁଆ ଙ୍କ ୭୯ ତମ ବଳିଦାନ ଦିବସ ପାଳିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ବୀର ଶହୀଦ କଷ୍ଟି ଡାକୁଆ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ।ତତ୍ ସହିତ ତତ୍ ସହିତ ଯେଉଁ ସମୟରେ ଲୋକମାନେ ନିଜର ଆବଶ୍ୟକତା ପୂରଣ କରିପାରୁନଥିଲେ ସେ ସମୟରେ ବୀର ଶହୀଦ କଷ୍ଟି ଡାକୁଆ ଦେଶ ସ୍ଵାଧୀନତା ପାଇଁ ନିଜ ଜୀବନକୁ ବଳିଦାନ ଦେବା ଅବିଷ୍ମରଣୀୟ। ଶହୀଦ କଷ୍ଟି ଡାକୁଆ ଙ୍କ ସମ୍ମାନାର୍ଥେ ପଞ୍ଚୁପାଣ୍ଡବ ମହୋତ୍ସବ ଷ୍ଟେଜ୍,ସେତୁ ,ରାସ୍ତା ତାଙ୍କ ନାମରେ ନାମିତ ହୋଇଥିବା ସହ ଏହି ଗ୍ରାମକୁ ଆଦର୍ଶ ଗ୍ରାମ ଭାବେ ପୂର୍ବରୁ ଘୋଷଣା କରିଥିବା ବିଧାୟକ କହିଥିଲେ।
ସମ୍ମାନୀତ ଅତିଥି ଭାବେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ,ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ଶାସମଲ୍,ଜିଲ୍ଲା ବିଜେଡ଼ି ଉପ ସଭାପତି ଦିଲ୍ଲୀପ କୁମାର ଦଳ ବେହେରା, ଆତ୍ମା ଅଧ୍ୟକ୍ଷ ତଥା ବିଜେଡ଼ି ଯୁବ ସଂଗଠକ ସଞ୍ଜୟ କୁମାର ସାହୁ,ବ୍ଲକ୍ ବିଜେଡ଼ି ସଭାପତି ସନାତନ ସାମଲ,ସମାଜ ସେବୀ ଡ ବନମାଳୀ ପ୍ରଧାନ,ଜିଲ୍ଲା ଛାତ୍ର ବିଜେଡ଼ି ଉପ ସଭାପତି ଅମୂଲ୍ୟ ସାହୁ,ବ୍ଲକ୍ ଛାତ୍ର ବିଜେଡ଼ି ସଭାପତି ସୁବ୍ରତ ପରିଡ଼ା,ବ୍ଲକ୍ ଯୁବ ବିଜେଡ଼ି ସଭାପତି ଶୁଭ୍ରାଂଶୁ ଶେଖର ସେନାପତି , ଜାକେଡ଼ା ପଞ୍ଚାୟତ ସରପଞ୍ଚ ତ୍ରିଲୋଚନ ସାହୁ ପ୍ରମୁଖ ଯୋଗଦେଇ ଶହୀଦ କଷ୍ଟି ଡାକୁଆ ଙ୍କ ଇଂରେଜ ମାନଙ୍କ ବିରୁଦ୍ଧରେ ଲଢେଇ କରି କିପରି ନିଜ ଜୀବନକୁ ବଳିଦାନ ଦେଇଥିଲେ ସେ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ତତ୍ ସହିତ ଅଞ୍ଚଳର ବିକାଶ ସହ ଶହୀଦ ଙ୍କ ଗ୍ରାମ ର ଯେଉଁ ବୈପ୍ଳବିକ ପରିବର୍ତ୍ତନ ହୋଇଛି ତାହା କେବଳ ଦଶପଲ୍ଲା ବିଧାୟକ ଙ୍କ ପ୍ରଚେଷ୍ଟା ଯୋଗୁଁ ସମ୍ଭବ ପର ହୋଇପାରିଥିବା କହିଥିଲେ।ଗ୍ରାମବାସୀ ଙ୍କ ତରଫରୁ ବିଧାୟକ ଙ୍କୁ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମ ବ୍ଲକ୍ ଯୁବ ବିଜେଡ଼ି ଉପ ସଭାପତି ବିଭୂତି ଭୂଷଣ ପ୍ରଧାନ ପରିଚାଳନା କରିଥିଲେ।
No Result
View All Result