No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୦ ଅକ୍ଟୋବର ରବିବାର) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅଧ୍ୟକ୍ଷ ( ପଞ୍ଚାୟତ ସମିତି ଚେୟାରମ୍ୟାନ) ଆସନ ଅନୁସୂଚିତ ଜାତି ସଂରକ୍ଷଣ ଘୋଷଣା ହୋଇଅଛି । ଏହା ଜଣାପଡିବା ପରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ନିର୍ବାଚନରେ ସଂରକ୍ଷଣ ବିଧାନକୁ ଖୁଲମଖୋଲା ଉଲଙ୍ଘନ କରାଯାଇ କେସିଙ୍ଗା ବ୍ଲକ ପ୍ରତି ପାତରଅନ୍ତର କରାଯାଇଛି ବୋଲି କେସିଙ୍ଗାର ସଚେତନ ନାଗରିକ, ବୁଦ୍ଧିଜୀବୀ, ଶିକ୍ଷାବିତ୍ ସମେତ ବିଭିନ୍ନ ସଂଗଠନ ତଥା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏଠାରେ ସୂଚନାଯୋଗ୍ୟ ଯେ ୨୦୦୭ – ୨୦୧୧ ଅବଧିରେ ଅନୁସୂଚିତ ଜନଜାତି ମହିଳା ବର୍ଗର ସଂରକ୍ଷଣ ଥିବା ବେଳେ ୨୦୧୨-୨୦୧୬ ରେ ପଛୁଆବର୍ଗ ସଂରକ୍ଷଣ ଥିଲା । ୨୦୧୭ – ୨୦୨୧ ରେ ଏହାର ପରିବର୍ତ୍ତନ ହୋଇ ଅନୁସୂଚିତ ଜାତି ମହିଳା ବର୍ଗ ସଂରକ୍ଷଣ ଥିବା ବେଳେ ୨୦୨୨-୨୦୨୭ ପଞ୍ଚାୟତ ନିର୍ବାଚନରେ ଏହି ଆସନକୁ ପୁନଃ ଅନୁସୂଚିତ ଜାତି ସଂରକ୍ଷଣ ଘୋଷଣା କରାଯାଇଛି । ନିୟାମାନୁଯାୟୀ ସାଧାରଣ ବର୍ଗ ସଂରକ୍ଷଣ ଆଜିଯାଏଁ ହୋଇ ନ ଥିବା ବେଳେ ଏଥରକ ପାଇଁ (୨୦୨୨-୨୭) ସାଧାରଣ ବର୍ଗଙ୍କ ପାଇଁ ଆସନର ସୁଯୋଗ ଦେବା ଉଚିତ୍ ଯାହା ନ୍ୟାୟୋଚିତ ଅଟେ ବୋଲି ସାଧାରଣରେ ଦାବୀ ପ୍ରକାଶ ପାଇଛି ।
ତେବେ କେଉଁ ସ୍ବାର୍ଥରେ ଏହି ଆସନକୁ ପୁନଃ ଅନୁସୂଚିତ ଜାତି ସଂରକ୍ଷଣ ଘୋଷଣା କରାଯାଇଛି ତାହା ଏକ ବିରାଟ ପ୍ରଶ୍ନବାଚୀ । ସମୁଦାୟ ଜନସଂଖ୍ୟା ୧୧୫୮୨୬ ରୁ ଅନୁସୂଚିତ ଜାତିଙ୍କ ସଂଖ୍ୟା ଶତକଡା ୧୬ ଭାଗ ଅର୍ଥାତ ୧୯୦୭୮ ଅଟେ । ସେହିପରି ଅନୁସୂଚିତ ଜନଜାତିଙ୍କ ସଂଖ୍ୟା ୩୧୮୪୯ ଅଟେ ଯାହା ସମୁଦାୟ ଜନସଂଖ୍ୟାର ଶତକଡା ୨୭ ଭାଗ ଅଟେ । ଅନ୍ୟାନ୍ୟଙ୍କ ସଂଖ୍ୟା ୬୪୮୯୯ ଅଟେ ଯାହା ସମୁଦାୟ ଜନସଂଖ୍ୟାର ଶତକଡା ୫୭ ଭାଗ ଅଟେ । ଏପରି କ୍ଷେତ୍ରରେ ସମସ୍ତ ବର୍ଗ ସଂରକ୍ଷଣ ପାଇ ସାରିଥିବା ବେଳେ ସାଧାରଣ ବର୍ଗଙ୍କ ପ୍ରତି ସରକାର ପରୋକ୍ଷରେ ଅହଂ ଭାବ ପୋଷଣ କରିଛନ୍ତି । ବାସ୍ତବ ନିର୍ବାଚନ ସଂରକ୍ଷଣ ନିତିକୁ ଅଣଦେଖା କରି କେଉଁ ଆଧାରରେ ସରକାର ସଂରକ୍ଷଣ ଘୋଷଣା କରି ସାଧାରଣ ବର୍ଗଙ୍କୁ ଅନାବଶ୍ୟକ ମନେ କରିଛନ୍ତି । ଏ ସମସ୍ତ ପ୍ରଶ୍ନକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିବା ସହ ସରକାରଙ୍କ ନିଷ୍ପତ୍ତି ଏକପାଖିଆ ହୋଇଛି ବୋଲି ପ୍ରକାଶ ପାଇଛି । ନିର୍ବାଚନର ଅଧିକାରଗତ ଶୃଙ୍ଖଳକୁ ଯଦି ସରକାର ନିଜେ ଉଲଙ୍ଘନ କରିବେ ତାହେଲେ ରାଷ୍ଟ୍ରର ଗଣତନ୍ତ୍ର ପ୍ରତି ଜନତାଙ୍କ ଭରସା ତୁଟିବା ସ୍ବାଭାବିକ ବୋଲି ଦୃଢ ମତ ପ୍ରକାଶ ପାଇଛି । ଜନତାଙ୍କ ଏ ଅଭିଯୋଗର ପୁନଃ ବିଚାର କରି କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଆସନକୁ ସାଧାରଣ ବର୍ଗ ଘୋଷଣା କରନ୍ତୁ ବୋଲି ଦାବୀ ହେଉଛି । (ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)
No Result
View All Result