No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୭ ଅକ୍ଟୋବର ଗୁରୁବାର ) ପାରଳାଖେମୁଣ୍ଡି : – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କାର୍ଯ୍ୟକ୍ରମର ରେ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କୁ କୋଣସି ସୂଚନା କି ନିମନ୍ତ୍ରଣ ଦିଆ ଯାଇ ନଥିବା ଯୋଗୁଁ ଏଥିପାଇଁ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଖୋଦ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରି ଗୁରୁତର ଅଭିଯୋଗ ଆଣିଛନ୍ତି ଜିଲ୍ଲା ବିଜେପି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ । ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ବିଜେପି ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପିର ବରିଷ୍ଠ ସଦସ୍ୟା ତଥା ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅନିତା ରାଣୀ ବେହେରା ଏବଂ ଜିଲ୍ଲା ବିଜେପି ସଭାପତି ତଥା ପାରଳା ବିଧାୟକ ଶ୍ରୀ କେ: ନାରାୟଣ ରାଓ ପ୍ରମୁଖ ଯୋଗ ଦେଇ ଗତ ୪ ତାରିଖ ଦିନ ଗଜପତି ଜିଲ୍ଲା ସଦରମହକୁମାପାରଳାଖେମୁଣ୍ଡି ଠାରେ ରାଜ୍ୟ ସରକାରଙ୍କ ଅନୁଷ୍ଠିତ ସରକାରୀ କାର୍ଯ୍ୟକ୍ରମ ବିଏସକେୱାଇ ଯୋଜନାର ସ୍ମାର୍ଟ ହେଲଥ କାର୍ଡ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କ ଦ୍ଵାରା ବଣ୍ଟନର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କୁ ସୂଚନା କି ନିମନ୍ତ୍ରଣକରାଯାଈନଥିବା ନେଇ ଗୁରୁତର ଅଭିଯୋଗ ହେଉଛି କରିଛନ୍ତି।
ଏହାକୁ ଜିଲ୍ଲା ଭାଜପା ପକ୍ଷରୁ ଦୃଢ଼ ନିନ୍ଦା ଓ ପ୍ରତିବାଦ କରାଯାଉଛି ବୋଲି କହିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବେହେରା କହିଥିଲେ ଯେ , ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଓଡିଶା ପାଇଁ ନାରୀକୁ ଆଗଧାଡ଼ିରେ ରଖିଛନ୍ତି ଏବଂ ସବୁବେଳେ ସ୍ଲୋଗାନ ଦେଇ ଆସୁଛନ୍ତି ଯେ , ଗାଁକୁ କାମ-ନାରୀ ତଥା ମାଁକୁ ସମ୍ମାନ , ତାହା କେବଳ କଥାରେ ସିନା କାମରେ କିଛି ନାହିଁ । ଏହାର ଜ୍ୱଳନ୍ତ ଉଦାହରଣ ମୁଁ ନିଜେ। ଗଜପତି ଜିଲ୍ଲାରେ ମୁଁ ଭାଜପା ହେଲେମଧ୍ୟ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପଦବୀରେ ରହିଛି । ତଥାପି ମୁଖ୍ୟମନ୍ତ୍ରୀ ମୋତେ ଅଣଦେଖା କରିଛନ୍ତି , ମୋତେ ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତ ଥିବା କି ତାଙ୍କର ସେହି କାର୍ଯ୍ୟକ୍ରମରେ ସୂଚନା କି ନିମନ୍ତ୍ରଣ ହୋଇନି ।ଯେହେତୁ ଏହି ଅଧ୍ୟକ୍ଷ ପଦବୀରେ ମୁଁ ଜଣେ ମହିଳା ଓ ଅନୁସୂଚିତ ଜାତିର । ଜିଲ୍ଲାର ଏକ ଗୁରୁତ୍ୱ ପଦବୀରେ ରହିଥିଲେ ମଧ୍ ମୋତେ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଇଛି ।
ଅନ୍ୟପକ୍ଷରେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ତଥା ମୁଖ୍ୟମନ୍ତ୍ରଙ୍କ କାର୍ଯ୍ୟକ୍ରମରେ ମୋତେ କାହିଁକି ସୂଚନା କି ନିମନ୍ତ୍ରଣ କି ମଞ୍ଚକୁ ଡକାଯାଇନି ବୋଲି ପ୍ରଶ୍ନରେ ମୋତେ କୁହା ଯାଇଥିଲା ଯେ , ଉପର ମହଲାରୁ ତାହା ସିଧାସଳଖ ଆସିଛି ।ତେବେ ଏଥିରୁ ସହଜେ ଜଣାପଡୁଛି ଯେ ପ୍ରଶାସନର ଏଥିରେ କିଛି ଭୁଲ ନାହିଁ , ଭୁଲ ରହିଛି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବୋଧହୁଏ ଯାହାକି ମୋତେ ଅଣଦେଖା କରାଯାଇ ମୋର ନାମକୁ ସେଥିରୁ ବାଦ ଦିଆଯାଇଛି ବୋଲି କହିଥିଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବେହେରା ।
ଏ ସମ୍ପର୍କରେ ପାରଳା ବିଧାୟକ ତଥା ବିଜେପି ସଭାପତି ଶ୍ରୀ ରାଓ କହିଥିଲେ ଯେ , ଉପର ମହଲାରୁ ଅନୁମତି ଆସି ନ ଥିବା ଯୋଗୁଁ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କୁ କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରାଯାଇନି , ଯାହାକି ମଞ୍ଚ ଉପରକୁ ଡକାଯିବା କ୍ଷେତ୍ରରେ ବାଦ ଦିଆ ଯାଇଥିଲା ବୋଲି ସଫେଇ ଦେଇଥିଲେ ବିଧାୟକ ଶ୍ରୀ ରାଓ ।ତେବେ ଭାଷଣ ଦେବା ବେଳେ ଏହା କାହିଁକି ମୁଖ୍ୟଅତିଥିଙ୍କ ଦୃଷ୍ଟିକୁ ନେଲେଣି ବୋଲି ସାମ୍ବାଦିକ ମାନଙ୍କ ଏକ ପ୍ରଶ୍ନରେ ବିଧାୟକ ଶ୍ରୀ ରାଓ କହିଥିଲେ ଯେ , ସେତେବେଳେ ମୋର ମନେ ପଡ଼ିଲାଣି ଏକଥା , ତେଣୁ କହି ପାରିଲିନି , ଏହା ମୋର ଭୁଲ ହୋଇଗଲା ବୋଲି କହିଥିଲେ ।
No Result
View All Result