No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୭ ଅକ୍ଟୋବର ଗୁରୁବାର ) କଳାହାଣ୍ଡି :- ଦୀର୍ଘ ସମୟ ଧରି ରୁପ୍ରାରୋଡ ଫାଟକ ବନ୍ଦ ରହୁଥିବାରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ନର୍ଲା ଓ ରୁପ୍ରାରୋଡ ଅଞ୍ଚଳ ବାସିନ୍ଦା l ଏହି ସମସ୍ୟାଟି ଅଞ୍ଚଳବାସୀଙ୍କ ନିତି ଦିନିଆ ସମସ୍ୟା ହୋଇ ଗଲାଣି l ଗତ କାଲି ରାତ୍ରୀ ୯ ଟା ସମୟରେ ଏକ ୧୦୮ ଆମ୍ବୁଲାନ୍ସ ପ୍ରାୟ ୪୦ ମିନିଟ ସମୟ ଧରି ରୁପ୍ରାରୋଡ ଫାଟକ ସମ୍ମୁଖରେ ଛିଡ଼ା ହେବାକୁ ପଡ଼ିଥିଲା l ଗୁରୁତର ଅବସ୍ଥାରେ ନେଇ ଯାଉଥିବା ରୋଗୀଙ୍କୁ ଦୀର୍ଘ ସମୟ ଫାଟକ ଖୋଲାହେବାର ସମୟ ଯାଏଁ ଅପେକ୍ଷା କରିବାକୁ ପଡ଼ିଥିଲା l ଅନେକ ବାର ରୋଗୀ ମାନଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଉଥିବା ସମୟରେ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି l
ଆମ୍ବୁଲାନ୍ସ ଗୁଡ଼ିକ ଦୀର୍ଘ ସମୟ ଧରି ରୁପ୍ରାରୋଡ ରେଲୱେ ଫାଟକରେ ଅଟକ ରହିବା ଆଜିର ଘଟଣା ନୁହେଁ ବାରମ୍ବାର ଏଭଳି ଘଟଣା ଦେଖିବାକୁ ମିଳୁଛି l ରୁପ୍ରାରୋଡ ରେଲୱେ ଫାଟକର ଉଭୟ ପାର୍ଶ୍ଵରେ ନର୍ଲା ଓ କାଣ୍ଡେଲ ଷ୍ଟେସନ ରହିଛି l କୌଣସି ମlଲ୍ ଗାଡ଼ି ଅବା ଏକ୍ସପ୍ରେସ ଟ୍ରେନ ଉଭୟ ଷ୍ଟେସନ ଅତିକ୍ରମ କରିବା ପୂର୍ବରୁ ରୁପ୍ରାରୋଡ ଫାଟକକୁ ବନ୍ଦ କରି ଦିଆ ଯାଉଛି। ଫଳରେ ପ୍ରତିଦିନ ଉକ୍ତ ରାସ୍ତା ଦେଇ ଅତି ଜରୁରୀ କାମରେ ଯାତାୟାତ କରୁଥିବା ହଜାର ହଜାର ସଂଖ୍ୟାର ଜନ ସାଧାରଣ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି l ଟାଇ ଟାଇ ଖରା ହେଉ ଅବା ପ୍ରବଳ ବର୍ଷା ଫାଟକ ନିକଟରେ ପୁଣି ଆଶ୍ରୟ ନେବାକୁ କୌଣସି ଆଶ୍ରୟ ସ୍ଥଳ ନାହିଁ ।
ଫଳରେ ଖରା ହଉ ଅବା ବର୍ଷା ଲୋକଙ୍କୁ ସେଇ ଖରା ବର୍ଷା ଶୀତରେ ଲମ୍ବା ସମୟ ଧରି ଉକ୍ତ ଜାଗାରେ ଛିଡା ରହି ଫାଟକ ଖୋଲିବା ଯାଏଁ ଅପେକ୍ଷା କରିବାକୁ ପଡୁଛି l ନିକଟରେ ତିନି ଗୋଟି ସ୍କୁଲ ରହିଅଛି l ଫାଟକ ବନ୍ଦ ରହୁଥିବାରୁ କୁନି କୁନି ଛାତ୍ରଛାତ୍ରୀମାନେ ବେଳେ ବେଳେ ସ୍କୁଲ ସମୟରେ ପହଞ୍ଚି ପାରୁ ନ ଥିବା ଘଟଣା ମଧ୍ୟ ନଜରକୁ ଆସୁଛି l ଏ ସବୁ ଅସୁବିଧା ନେଇ ବାରମ୍ବାର ବିଭିନ୍ନ ଅଭିଯୋଗ ଅଣାଯାଉ ଥିଲେ ସୁଦ୍ଧା କୌଣସି ପ୍ରକାର ଓଭର ବ୍ରିଜ କିମ୍ବା ଅଣ୍ଡର ଗ୍ରାଉଣ୍ଡ ବ୍ରିଜ କରି ଯାତାୟାତକୁ ସୁଗମ କରାଇବାକୁ ଚିନ୍ତା କରୁ ନାହାନ୍ତି ରେଲୱେ କତୃପକ୍ଷ l
ସୂଚନାଯୋଗ୍ୟ ଯେ କିଛି ଦିନ ତଳେ ଏକ ପ୍ରସୂତି ମହିଳାକୁ ଡାକ୍ତରଖାନା ନେଇ ଯାଉଥିବା ସମୟରେ ଦୀର୍ଘ ସମୟ ଫାଟକ ବନ୍ଦ ରହିବା କାରଣରୁ ଉକ୍ତ ମହିଳାଙ୍କ ଅବସ୍ଥା ଅତି ସାଙ୍ଘାତିକ ହୋଇ ଯାଇ ଥିଲା l ଗତ କାଲି ପୁନର୍ବାର ଏଭଳି ଘଟଣା ଦେଖିବାକୁ ମିଳିଛି l
No Result
View All Result