No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୭ ଅକ୍ଟୋବର ଗୁରୁବାର ) କୋରାଇ :- କୋରାଇ ବ୍ଲକ ଅନ୍ତର୍ଗତ କାଚରାସାହି ପଂଚାୟତ ସ୍ଥିତ ତାଳଗଡିଆ ଗ୍ରାମର ଶିକ୍ଷାବିତ ପ୍ରାଣକୃଷ୍ଣ ମଲ୍ଲିଙ୍କ ସହଧର୍ମିଣୀ ତଥା ତ୍ରିକୋଣି ଛକସ୍ଥିତ ତୈଲୋକେଶ୍ୱର ମନ୍ଦିର କମିଟିମୁଖ୍ୟା ଦୌପଦୀ ମଲ୍ଲିକଙ୍କର ଆଜି ପ୍ରଥମ ଶ୍ରଦ୍ଧବାର୍ଷିକ ସ୍ମୃତିଚାଣ ସଭା ଅନୁଷ୍ଠିତ ହୋଇ ଯାଇଛି । କୋରାଇ ମଣ୍ଡଳ ସାହିତ୍ୟ ସଂସଦର ସଂପାଦକ ପଣ୍ଡିତ ଡକ୍ଟର ସୂର୍ଯ୍ୟମଣି ଖୁଂଟିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍କୃତି ଚାରଣ ସଭାରେ କୋରାଇ ବ୍ଲକ ପୂର୍ବତନ ଅଧ୍ୟକ୍ଷ ଭିକାରି ଚରଣ ବରାଳ, ଜିଲାପରିଷଦ ସଭ୍ୟ ଧରଣୀଧର ଘଡାଇ, ଯାଜପୁର ଜିଲା ‘ସମାଜ’ କାର୍ଯ୍ୟାଳୟ ପରିଚାଳକ ମଧୁସୂଦନ ଦାସ,

‘ସମାଜ’ର ବରିଷ୍ଠ ସହସଂପାଦିକା ସୁକାନ୍ତି ରାଉତ, ସତ୍ୟାରଞ୍ଜନ ମିଶ୍ର, ଅକାଶ କୁମାର ମଲିକ, ବରୁଣ୍ଡାଇ ସଭିତିସଭ୍ୟା ଜୟନ୍ତୀ ସାହୁ, ଜିଲା ସାମ୍ବାଦିକ ସଂଘର ସଭାପତି ସୁବସ ଧଳ, ବରିଷ୍ଠ ସାମ୍ବାଦିକ ଉଦୟନାଥ ଖଣ୍ଡାଇ, ଶରତଚନ୍ଦ୍ର ପଥାଳ, ବସନ୍ତକୁମାର ମହାନ୍ତି, ବିରଂଚିନାରାୟଣ ଖୁଂଟିଆ, ବିକ୍ରମ ବିଶ୍ୱାଳ, ତାରକେଶ୍ୱର ମହାନ୍ତି, ସନ୍ତୋଷ କୁମାର ବେହେରା, ବାଇଧର ମାଝୀ, ପଣ୍ଡିତ ସୁବାସ ଚନ୍ଦ୍ର ପଣ୍ଡା, କୋରାଇ ଡିଗ୍ରୀ କଲେଜ ଅଧ୍ୟକ୍ଷ ଡକ୍ଟର ମୋହନ ଚରଣ ଖୁଂଟିଆ, ଆଇଜି ମହିଳା ଡିଗ୍ରୀ କଲେଜ ଅଧ୍ୟକ୍ଷ ରତ୍ନାକର ଜେନା, ଅଧ୍ୟାପିକା ସସ୍ମିତା ଆଚାର୍ଯ୍ୟ, ସୁମିତ୍ରା ରାଉତ, ଅଧ୍ୟାପକ ଅରୁଣ କୁମର ମିଶ୍ର, ପ୍ରଶାନ୍ତକୁମାର ରାଉତ,
ସନ୍ୟାସିପ୍ରସାଦ ବାରିକ, ପଦ୍ମଭୁଷଶ ରାଉତରାୟ ଯୋଗଦେଇ ସ୍ୱର୍ଗତା ଦୌପଦୀ ଦେବୀ ଜଣେ ପରୋପକରୀ, ଆଧ୍ୟାତ୍ମିକବାଦୀ ଓ ସଂସ୍କୃତିପ୍ରେମୀ ତଥା ମେଳାପୀ ମଣିଷ ଥିଲେ ବୋଲି ସ୍ମୃତିଚାରଣ ପୂର୍ବକ ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭୁବନମୋହନ ମହାନ୍ତି, ପୂର୍ବତନ ସରପଂଚ ରାଜେନ୍ଦ୍ରକୁମାର ରାଉତରାୟ, ପ୍ରଦୀପକୁମାର ଧଳ, ମାନସକୁମାର ଜେନା, ଅକ୍ଷୟକୁମାର ସାମଲ, ଅଧ୍ୟାପକ ଜ୍ୟୋତି ପ୍ରକାଶ ରାଉତ, ହୁର୍ଷିକେଶ ତ୍ରିପାଠୀ, ତୁଳତୀ ସରପଂଚ ଦୀପ୍ତିମୟୀ କୁଅଁର, ଅକ୍ଷୟକୁମାର ଜେନା, ସୁଶାନ୍ତକୁମାର ମଲ୍ଲିକ,ଦାୟାନିଧି ନାୟକ, ତାରିଣୀକୁମାର ପଟ୍ଟନାୟକ, ପବିତ୍ରକୁମାର ରାଉତରାୟ, ମଧୁସୂଦନ ମଲ୍ଲିକ,

ଅକ୍ଷୟକୁମାର ବାରିକ, ନିରଞ୍ଜନ ମଲିକ, ଜଳଧର ଜେନା, ପ୍ରଶାନ୍ତକୁମାର ମଲ୍ଲିକ, ଶିବାନନ୍ଦ ସାହୁ, ଦେବବ୍ରତ ଦାସ, ସ୍ମୃତିରଞ୍ଜନ ରାଉତ, ରବିନ୍ଦ୍ରକୁାମର ମଲିକ, ସଂଜୟ କୁମାର ମଲିକ, ଗୌତମଚରଣ ଜେନା, ଅକ୍ଷୟକୁମାର ମଲ୍ଲିକ, ପ୍ରମୁଖ ବହୁ ସାହିତ୍ୟିକ, ବୁଦ୍ଧିଜୀବୀ, ରାଜନେତା, ପ୍ରଶଂସକ, ମନ୍ଦିର କମିଟି କର୍ମକର୍ତା ଓ ସଦସ୍ୟ, ଗ୍ରାମବାସୀ ଯୋଗଦେଇ ସ୍ମୃତିଚାରଣ କରିଥିଲେ । ସ୍ୱର୍ଗତ ଆତ୍ମାର ସଦଗତି ନିମନ୍ତେ ଏକ ଗୀତା ଯଜ୍ଞ ପଣ୍ଡିିତ ସାରଙ୍ଗଧର ପ୍ରଧାନ, ବସନ୍ତକୁମାର ଦାସ, ନକୁଳାନନ୍ଦ ଦାସ ପ୍ରମୁଖ ୫ଜଣ ବେଦଜ୍ଞ ବ୍ରାହ୍ମଣଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା ।
ସଭା ପ୍ରାରମ୍ଭରେ ସ୍ୱର୍ଗତା ଦୌପଦୀ ମଲ୍ଲିକଙ୍କ ତୈଳଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ତାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ୨ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ତାଙ୍କ ମଝିଆପୁଅ ଅଧ୍ୟାପକ ମଳୟକୁମାର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

No Result
View All Result