No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୭ ଅକ୍ଟୋବର ଗୁରୁବାର ) ନୂଆଗାଁ :- ନୟାଗଡ ଜିଲ୍ଲା ମହିପୁର ବନାଞ୍ଚଳ ଅଧିନରେ ଥିବା ଗୁମି ସେକ୍ସନ ରେ କାର୍ଯ୍ୟରତ ଫରେଷ୍ଟର ବନମାଳୀ ରାଉତ ଚଢ଼ାଉ କରି ଶାଗୁଆନ ପଟା ସମେତ ଏକ ଏକ୍ସଲ୍ ଗାଡ଼ି ଜବତ କରିଥିବା ଜଣା ପଡ଼ିଛି । ସୂଚନା ଅନୁଯାୟୀ କାପ୍ତା ପଲ୍ଲୀ ଠାରୁ ସୀମା ରାସ୍ତା ରେ ଶାଗୁଆନ ପଟା ଚୋରା ଚାଲାଣ ହେଉଥିବା ଖବର ପାଇ ଫରେଷ୍ଟର ବନମାଳୀ ରାଉତ ,
କାପ୍ତା ପଲ୍ଲୀ ଗାର୍ଡ ମାନସ କୁମାର ସେଠୀ କୁ ନେଇ ଚଢ଼ାଉ କରିଥିଲେ । ଚଢ଼ାଉ କରିବା ସମୟରେ କାଠ ବେପାରୀ ଗାଡ଼ି ଛାଡ଼ି ଜଙ୍ଗଲକୁ ଦୋୖଡି ଚାଲିଯାଇଥିବା ବେଳେ ଏକ ଏକ୍ସଲ ଗାଡ଼ି ଓ ଶାଗୁଆନ ପଟା ଫରେଷ୍ଟର ଶ୍ରୀ ରାଉତ ଜବତ କରିଥିଲେ ।

No Result
View All Result