No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୬ ଅକ୍ଟୋବର ବୁଧବାର) ବାଙ୍କୀ :- ବାଙ୍କୀ ବ୍ଲକ ଅନ୍ତର୍ଗତ ବୈଦେଶ୍ଵର ଅଞ୍ଚଳ ରୁ ବଡମ୍ବା ଗୋପୀନାଥପୁରକୁ ନିର୍ମାଣ ଧୀନ ମହାନଦୀର ୩ କିଲୋମିଟର ୧୩୯ ମିଟର ଲମ୍ବର ଟି ସେତୁ କେବେ ହେବ ସମ୍ପନ୍ନ ଆଉ ଯାତାୟାତ କେବେ ହେବ ଏହାକୁ ନେଇ ସାଧାରଣରେ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ଏବେ ଏହାର ଲୋକାର୍ପଣ କେବେ ହେବ ତାହାର ଉତ୍ତର କାହା ପାଖରେ ନାହିଁ।ପୃତ ବିଭାଗୀୟ ଅଧିକାରୀଙ୍କ ପାଖରେ କି ବାଙ୍କୀ ପ୍ରଶାସନ ନିକଟରେ ଉତ୍ତର ନଥିବା ବାସ୍ତବିକ ଚିନ୍ତାର ବିଷୟ।ଏହି ସେତୁ ନିର୍ମାଣ ଅବଧି ସମୟ ସୀମା ଡିସେମ୍ବର ସୁଦ୍ଧା ଶେଷ ହେବାର ସମୟ ସୀମା ଧାର୍ଯ୍ୟ ରହିଥିବା ବେଳେ ଏବେ ମଧ୍ୟ କିଛି କାର୍ଯ୍ୟ ରହିଛି ଅଧାପାନ୍ତରୀୟ ଅବସ୍ଥାରେ । ରାଜନୈତିକ ବଡ଼ ପଣ୍ଡା ମାନେ ପ୍ରଚାର କରୁଥିଲେ ଅକ୍ଟୋବର ୨ ରେ ଏହି ମହାନଦୀ ର ସର୍ବ ବୃହତ୍ତମ ସେତୁ କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ୱାରା ଲୋକାର୍ପଣ ହେବ ମାତ୍ର ଆଜି ପର୍ଯ୍ୟନ୍ତ ଉକ୍ତ ସେତୁ କାର୍ଯ୍ୟ ଅସମ୍ପୂର୍ଣ୍ଣ ହୋଇଥିବାରୁ ଏବେ ସେତୁ ର କାର୍ଯ୍ୟ ସଂପୂର୍ଣ୍ଣ ହୋଇନଥିବା ସାଧାରଣରେ ପ୍ରଶ୍ନ ।
ସେତୁ ର କାର୍ଯ୍ୟ ତାରିଖ ଶେଷ ଧାର୍ଯ୍ୟ ରହିଥିବା ବେଳେ ଠିକ ସମୟ ସୀମା ମଧ୍ୟରେ ପୂର୍ତ୍ତ ବିଭାଗ କୁ ଠିକା ସଂସ୍ଥା ସଠିକ ସମୟ ମଧ୍ୟରେ କାର୍ଯ୍ୟ ସମ୍ପନ୍ନ କରି ହସ୍ତାନ୍ତର କରିପାରିବ ସେ ନେଇ ଏବେ ଜନ ସାଧାରଣ ସନ୍ଦେହ ଘେରରେ।କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥିବା ବେଳେ ଏବେ ସେତୁ ନାମ କରଣ କୁ ନେଇ ଏବେ ଚାଲିଛି ଛକାପଞ୍ଚା।ନାମକରଣ ଓ ସେତୁ ନିର୍ମାଣ ର କିଏ ଶ୍ରେୟ ନେବ ବାଙ୍କୀ କି ବଡମ୍ବା ରାଜନୈତିକ ବଡ଼ପଣ୍ଡା ସେଥିରେ ଚାଲିଛି ପ୍ରତିଯୋଗିତା ବୋଲି ବାଙ୍କୀ ରପୂର୍ବତନ ସ୍ୱାଧୀନ ବିଧାୟକ ପ୍ରାଥି ନଳୀନ ରାୟ ପ୍ରକାଶ କରିଛନ୍ତି।ସେତୁର ନାମ କରଣ ଗୋଟିଏ ଟାଣୁଆ ଗୋଷ୍ଠୀ ନୀଳମଣି ବିଦ୍ୟାରତ୍ନ ,ଆଉ ଏକ ଗୋଷ୍ଠୀ ନିମାଇଁ ଚରଣ ଓ ଏକ ଗୋଷ୍ଠୀ ରାଣୀ ଶୁକଦେଇ ଙ୍କ ନାମ ରେ ନାମିତ କରିବା ପାଇଁ ଉଦ୍ୟମ ଜାରି କରିବା ବେଳେ
ସେତୁ ର ନାମ କରଣ କୁ ନେଇ ଏବେ ଏବେ ବାଙ୍କୀ ର ଆରାଧ୍ୟ ମା ଚର୍ଚ୍ଚିକା ସେବାୟତ ଓ ବିଦ୍ଧିଜୀବି ମାନଙ୍କ ପକ୍ଷରୁ ଏବେ ସେତୁ ଟି ର ନାମ ମା ଚର୍ଚ୍ଚିକା ଙ୍କ ନାମ ରେ ନାମିତ କରିବା ପାଇଁ ସେବାୟତ ଅଶୋକ କୁମାର ରଣା ,ଅନନ୍ତ ରଣା. ମୃତୁଞ୍ଜୟ ମହାପାତ୍ର,ବୁଦ୍ଧିଜୀବୀ ସମବାୟ ବିତସମରେନ୍ଦ୍ର ମହାପାତ୍ର,ଯୁବ ସାମ୍ବାଦିକ ମନୋଜ କୁମାର ଦଳେଇ, ସାମାଜିକ କର୍ମୀ ଗୌତମ ମିଶ୍ର,ପ୍ରତାପ ନାୟକ ଙ୍କ ସହିତ ଅଦୈତ ଫଉଣ୍ଡେସନ ର ମହାସଚିବ ତଥା ବାଙ୍କୀ ର ପୂର୍ବତନ ସ୍ୱାଧୀନ ବିଧାୟକ ପାର୍ଥି ନଳିନୀ ରାୟ ଓ ଓଡିଶା ହାଇକୋଟ ର ଆଇନଜୀବୀ ତାପସ ଦ୍ୱିବେଦୀ ଙ୍କ ସହିତ ବାଙ୍କୀ ର ବହୁ ବୁଦ୍ଧିଜୀବୀ ଓ ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଦାବି ଜୋର ଧରିଛି ।ସେତୁ କାର୍ଯ୍ୟ ସମ୍ପୂର୍ଣ୍ଣ ଓ ନାମ କରଣ ର ଅପେକ୍ଷା ର କଳ୍ପନା ଜଳ୍ପନା ଅନ୍ତ କେବେ ହେବ ତାହାର ଓ ଶ୍ରେୟ ବାଙ୍କୀ କି ବଡମ୍ବା ବିଧାୟକ ତାହା ଦେଖିବାକୁ ବାକି ଅଛି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବେ ଏହାକୁ ଲୋକାର୍ପଣ କରିବେ ତାହା ଅଧ୍ୟକ୍ଷ ରାଜ୍ୟ ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ବାଙ୍କ ନିଧି ବେହେରା ସରକାର ଙ୍କୁ ପ୍ରଶ୍ନ ପଚାରିଛନ୍ତି ।
No Result
View All Result