No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୬ ଅକ୍ଟୋବର ବୁଧବାର ) ଭୁବନେଶ୍ୱର :- ଜୟ ଇ-ବାଇକ୍ ବ୍ରାଣ୍ଡ୍ର ଦେଶର ଅଗ୍ରଣୀ ଇଲେକ୍ଟ୍ରିକ୍ ଦୁଇ ଚକିଆ ଯାନ କଂପାନି ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ଲିମିଟେଡ୍ ପକ୍ଷରୁ ୨୦୨୧ ସେପ୍ଟେମ୍ବର ମାସରେ ଉତ୍କୃଷ୍ଟ ବିକ୍ରି ପ୍ରଦର୍ଶନ ସହ କଂପାନି ଉତ୍ସବ ଋତୁରେ ପ୍ରବେଶ କରିଛି । କଂପାନି ରେକର୍ଡ କରି ଏହି ମାସରେ ୨୫୦୦ ଇଲେକ୍ଟ୍ରିକ୍ ସ୍କୁଟର ଓ ବାଇକ୍ ବିକ୍ରି କରିଛି । ଗତବର୍ଷ ସେପ୍ଟେମ୍ବରରେ କଂପାନି ୧୧୭ଟି ଗାଡ଼ି ବିକ୍ରି କରିଥିଲା । ୨୦୨୧ ଅଗଷ୍ଟରେ କଂପାନି ୨୧୦୦ ଗାଡ଼ି ବିକ୍ରି କରିଥିଲା । ୨୦୨୧-୨୨ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବରରେ କଂପାନି ୫୪୪୬ ୟୁନିଟ୍ ଗାଡ଼ି ବିକ୍ରି କରିଛି ଯାହା ୨୦୨୧ ଜାନୁଆରି-ମାର୍ଚରେ ହୋଇଥିବା ୧୮୯୩ ୟୁନିଟ୍ ବିକ୍ରି ତୂଳନାରେ ୧୮୭% ଅଧିକ । ୨୦୨୦ -୨୧ର ଜୁଲାଇ – ସେପ୍ଟେମ୍ବର ମାସ ତୁଳନାରେ କଂପାନି ଚଳିତ ବର୍ଷ ସମାନ ସମୟରେ ୭୨୦ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି । ଗତବର୍ଷ ଏହି ସମୟରେ କଂପାନି ୬୬୪ ୟୁନିଟ୍ ଗାଡ଼ି ବିକ୍ରି କରିଥିଲା । ବିକ୍ରି ପ୍ରଦର୍ଶନ ସମ୍ପର୍କରେ ଶ୍ରୀଯୁକ୍ତ ୟତିନ୍ ଗୁପ୍ତେ, ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ, ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ଲିମିଟେଡ୍ କହିଛନ୍ତି ଯେ,
“ସରକାରଙ୍କ ସହାୟତା ଓ ନିରନ୍ତର ଗମନାଗମନକୁ ଗ୍ରହଣ କରିବା ଲାଗି ବ୍ୟାପକ ସଚେତନତା ସୃଷ୍ଟି କରାଯାଉଥିବାରୁ ଆମେ ବିକ୍ରିରେ ଭଲ ଅଭିବୃଦ୍ଧି ହାସଲ କରିଛୁ । ବିଶେଷ କରି ବିଭିନ୍ନ ରାଜ୍ୟର ପରବର୍ତୀ ପିଢ଼ିର ଗ୍ରାହକ ମାନଙ୍କ ଦ୍ୱାରା ବିକ୍ରି ଧାରା ବୃଦ୍ଧି ପାଇଛି । ଉତ୍ସବ ଋତୁ ଶୀର୍ଷ ସ୍ଥଳରେ ଥିବା ବେଳେ ଆମର ବିଶ୍ୱାସ ରହିଛି ଯେ ଆମେ ବିକ୍ରି ପ୍ରଦର୍ଶନରେ ଆଉ ଏକ ମାନଦଣ୍ଡ ହାସଲ କରିବୁ ।’’ ଇଲେକ୍ଟ୍ରିକ୍ ଦୁଇ ଚକିଆ ଯାନର ବର୍ଦ୍ଧିତ ବଜାର ଚାହିଦାକୁ ପୂରଣ କରିବା ଲାଗି କଂପାନି ଚଳିତ ମାସରେ ଏହାର ଭଦୋଦରା ରେ ଥିବା ମାନୁଫାକ୍ଚରିଂ କାରକାନାରେ ନୂଆ ସ୍ୱୟଂକ୍ରିୟ ଆସେମ୍ବଲି ଲାଇନ୍କୁ କାର୍ଯ୍ୟକ୍ଷମ କରିଛି । ଏହି ନୂଆ ଆସେମ୍ବଲି ଲାଇନ୍ ସହ ଗୋଟିଏ ସିଫ୍ଟରେ ବାର୍ଷିକ ଉତ୍ପାଦନ କ୍ଷମତା ୨ ଲକ୍ଷ ୟୁନିଟ୍କୁ ବୃଦ୍ଧି ପାଇଛି । କଂପାନି ପକ୍ଷରୁ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଟଚ୍ପଏଂଟ୍ ସଂଖ୍ୟାକୁ ବର୍ତମାନର ୪୦୦ରୁ ବଢ଼ାଇ ୭୫୦ କରାଯିବ ବୋଲି ଘୋଷଣା କରାଯାଇଛି । ଗୌହ୍ୱାଟିରେ ଦୁଇଟି ସ୍ୱତନ୍ତ୍ର ଡିଲରସିପ୍ ଖୋଲି କଂପାନି ଆସାମ ବଜାରରେ ପ୍ରବେଶ କରିଥିଲା । ୨୦୨୧ ଅଗଷ୍ଟରେ କଂପାନିର ମାସିକ ଡେସ୍ପ୍ୟାଚ୍ ୨୦୦୦ ୟୁନିଟ୍ରୁ ଅଧିକ ରହିଛି । କଂପାନି “ଜୟ ଇ- କନେକ୍ଟ’ ନାମକ ଏକ କ୍ଲାଉଡ୍ ମୋବାଇଲ୍ ଆପ୍ ମଧ୍ୟ ଘୋଷଣା କରିଛି ।
No Result
View All Result