• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଅମୃତାଞ୍ଜନ୍‌ର ପୀଡ଼ା ପରିଚାଳନା ବର୍ଗର ପ୍ରଚାର କରିବେ ଭାରତର ଅଲିମ୍ପିକ୍ ଚାମ୍ପିଆନ୍‌ ମିରାବାଇ ଚାନୁ ଓ ବଜରଙ୍ଗ୍ ପୁନିଆ

Proprietor Abhimanyu Maharana by Proprietor Abhimanyu Maharana
October 5, 2021
in ଓଡ଼ିଶା, ବାଣିଜ୍ୟ, ହୋମ୍
0
ଅମୃତାଞ୍ଜନ୍‌ର ପୀଡ଼ା ପରିଚାଳନା ବର୍ଗର ପ୍ରଚାର କରିବେ ଭାରତର ଅଲିମ୍ପିକ୍ ଚାମ୍ପିଆନ୍‌ ମିରାବାଇ ଚାନୁ ଓ ବଜରଙ୍ଗ୍ ପୁନିଆ
Share on FacebookShare on TwitterWhatsapp

୨୦୨୦ ଅଲିମ୍ପିକ୍ ମେଡାଲ୍ ବିଜେତା ବ୍ରାଣ୍ଡ୍‌ର ଆଗାମୀ ଅଭିଯାନ ଓ କ୍ଷେତ୍ର ଭିତ୍ତିକ ଅଭିଯାନରେ ସାମିଲ୍ ହେବେ

ଓଡ଼ିଶା ତାଜା ନ୍ୟୁଜ୍ (୦୫ ଅକ୍ଟୋବର ମଙ୍ଗଳବାର) ଭୁବନେଶ୍ୱର :- ସମୃଦ୍ଧ ପରମ୍ପରା ଥିବା ଏକ ୧୨୮ ବର୍ଷର ପୁରୁଣା କଂପାନି ଓ ଭାରତୀୟ ସ୍ୱାସ୍ଥ୍ୟ ସେବା ଶିଳ୍ପର ଅଗ୍ରଦୂତ ଅମୃତାଞ୍ଜନ୍ ହେଲ୍‌ଥକେୟାର୍ ପକ୍ଷରୁ ଟୋକିଓ ୨୦୨୦ ଅଲିମ୍ପିକ୍ କ୍ରୀଡ଼ାରେ ଭାରୋତ୍ତଳନରେ ରୌପ୍ୟ ପଦକ ବିଜୟିନୀ ମିରାବାଇ ଚାନୁ ଓ କୁସ୍ତିରେ ବ୍ରୋଂଜ୍ ପଦକ ବିିଜେତା ବଜରଙ୍ଗ୍ ପୁନିଆଙ୍କୁ ବ୍ରାଣ୍ଡ୍ ଆମ୍ବାସାଡର୍ ଭାବେ ନିଯୁକ୍ତ କରାଯାଇଛି । ଅଲିମ୍ପିକ୍ ଚାମ୍ପିଆନ୍‌ମାନେ କଂପାନିର ଉନ୍ନତ ଶରୀର ପୀଡ଼ା ପରିଚାଳନା ଉତ୍ପାଦ ଯଥା ବ୍ୟାକ୍ ପେନ୍ ରୋଲ୍‌-ଅନ୍‌, ଜଏଂଟ୍ ମସଲ୍ ସ୍ପ୍ରେ ଏବଂ ପେନ୍ ପ୍ୟାଚ୍ ର ପ୍ରଚାର କରିବେ । ଏହି ଶ୍ରେଷ୍ଠ ମାନର କ୍ରୀଡ଼ାବିତ୍‌ମାନେ ବିଶ୍ୱ ମଂଚରେ ଭାରତ ଲାଗି ଗୌରବ ଆଣିଛନ୍ତି କିନ୍ତୁ କ୍ରୀଡ଼ାରେ ସଫଳତା ପର୍ଯ୍ୟନ୍ତ ତାଙ୍କ ରାସ୍ତା ଏତେ ସହଜ ନଥିଲା । ଏହି କ୍ରୀଡ଼ାବିତ୍‌ମାନଙ୍କୁ ଯନ୍ତ୍ରଣା, କଠିନ ସ୍ଥିତି ଓ ଆହ୍ୱାନକୁ ଅତିକ୍ରମ କରିବାକୁ ପଡ଼ିଥିଲା । ୧୮୯୩ ପରଠାରୁ ପୀଡ଼ା ପରିଚାଳନାର ଅଗ୍ରଦୂତ ଅମୃତାଞ୍ଜନ୍‌ ନିୟୁତାଧିକ ଭାରତୀୟଙ୍କ ପୀଡ଼ା ଦୂର କରିବାରେ ସାହାଯ୍ୟ କରିଛି ଏବଂ ଏହି ସହଯୋଗିତା ଜରିଆରେ ଏହା ଶରୀର ପୀଡ଼ା ପରିଚାଳନା ଉତ୍ପାଦକୁ କ୍ରୀଡ଼ାବିତ୍‌ଙ୍କ ସଫଳ କାହାଣୀ ଓ ଉତ୍କର୍ଷ ପର୍ଯ୍ୟନ୍ତ ସେମାନଙ୍କ କଠିନ ଯାତ୍ରା ଜରିଆରେ ଗୁରୁତ୍ୱାରୋପ କରିବ । ଏହି ସହଯୋଗିତାର ଅଂଶ ଭାବେ ବ୍ରାଣ୍ଡ୍ ଆମ୍ବାସାଡର୍ ମାନେ ବିଭିନ୍ନ ଅଭିଯାନ ଯଥା ଅମୃତାଞ୍ଜନ୍‌ର ଆଡ୍‌ଭାନ୍ସଡ୍ ବ୍ୟାକ୍ ପେନ୍ ରୋଲ୍‌- ଅନ୍‌, ଜଏଂଟ୍ ମସଲ୍ ସ୍ପ୍ରେ ଓ ପେନ୍ ପ୍ୟାଚ୍ ର ଟିଭି ଓ ଡିଜିଟାଲ୍‌ ବିଜ୍ଞାପନରେ ସାମିଲ୍ ହେବେ ।

ଏହି ଉତ୍ପାଦ ଗୁଡ଼ିକ ହେଉଛି ସ୍ୱାସ୍ଥ୍ୟ, ବିଜ୍ଞାନ ଓ ପ୍ରକୃତିର ସ୍ୱତନ୍ତ୍ର ମିଶ୍ରଣ ଏବଂ ମୂଳ ଆୟୁର୍ବେଦ ପ୍ରତି ଏହା ବିଶ୍ୱସ୍ତ ରହିଛି । ଉଭୟ କ୍ରୀଡ଼ାବିତ୍ ଖାଉଟି ଓ ଗ୍ରାହକଙ୍କ ନିକଟରେ ପହଂଚିବା କାର୍ଯ୍ୟକ୍ରମରେ ସାମିଲ୍ ହେବେ । ଏହି ସହଯୋଗିତା ସମ୍ପର୍କରେ ଶ୍ରୀଯୁକ୍ତ ଏସ୍ ଶମ୍ଭୁ ପ୍ରସାଦ୍‌, ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ, ଅମୃତାଞ୍ଜନ୍ ହେଲ୍‌ଥ କେୟାର୍‌ ଲିମିଟେଡ୍ କହିଛନ୍ତି ଯେ, “ଅମୃତାଞ୍ଜନ୍ ସର୍ବଦା ପୀଡ଼ା ପରିଚାଳନା ଉତ୍ପାଦରେ ଅଗ୍ରଦୂତ ରହିଛି ଏବଂ ଏହା ବହୁ ବର୍ଷ ଧରି ପ୍ରଭାବଶାଳୀ ଢଙ୍ଗରେ ପୀଡ଼ା ଦୂର କରିବା ଲାଗି ଭାରତର ସବୁଠୁ ଭରସାଯୋଗ୍ୟ ପସନ୍ଦ । ଏକ କଂପାନି ଭାବେ ଆମେ ସର୍ବଦା ଆମର ଅଭିନବ ଉତ୍ପାଦ ଜରିଆରେ ରୋଗୀଙ୍କ ଗୁଣାତ୍ମକ ଜୀବନରେ ଉନ୍ନତି ଆଣିବାକୁ ଉଦ୍ୟମ କରୁଛୁ । ଆୟୁର୍ବେଦର ପ୍ରକୃତି ଓ ବିଜ୍ଞାନ ମଧ୍ୟରେ ମିଶ୍ରଣରେ ଆମର ବିଶେଷତା ରହିଛି ଏବଂ ୧୮୯୩ ପର ଠାରୁ ଆମେ ତାହାକୁ ସମୃଦ୍ଧ କରୁଛୁ । ଗ୍ରାହକମାନେ ଚାହୁଁଥିବା ଆଶ୍ୱସ୍ତି ପ୍ରଦାନ କରିବା ଲାଗି ଆମ ଉତ୍ପାଦଗୁଡ଼ିକ ଜଣାଶୁଣା । ଡାଇକ୍ଲୋଫେନାକ୍ ଭଳି ସିନ୍ଥେଟିକ୍‌ ରାସାୟନିକ ବ୍ୟବହାରକୁ ଆମେ ବିରୋଧ କରୁଛୁ ଯାହାର ରୋଗୀଙ୍କ ସ୍ୱାସ୍ଥ୍ୟ ଉପରେ ପାଶ୍ୱର୍ ପ୍ରତିକ୍ରିିୟା ଓ ପରିବେଶ ଉପରେ ପ୍ରଭାବ ରହିଛି ।’’ ଉନ୍ନତ ପୀଡ଼ା ପରିଚାଳନା ଉତ୍ପାଦ ଜରିଆରେ ପୋର୍ଟଫୋଲିଓକୁ ବଢ଼ାଇବା ଉପରେ କଂପାନି ଗୁରୁତ୍ୱ ଦେଉଛି ଯାହା ବୈଜ୍ଞାନିକ ପରୀକ୍ଷଣ ଦ୍ୱାରା ପ୍ରମାଣିତ ପ୍ରଦର୍ଶନ ଭିତ୍ତିକ ରହୁଛି । ଏକ ଗର୍ବିତ ଭାରତୀୟ ବ୍ରାଣ୍ଡ୍ ଭାବେ ଆମର ଅଲିମ୍ପିକ୍ ଚାମ୍ପିଅନ୍‌ଙ୍କୁ ସ୍ୱାକ୍ଷର କରି ଆମେ ଗର୍ବିତ । ସେମାନେ ବିଭିନ୍ନ ପ୍ରତିବନ୍ଧକ ଅତିକ୍ରମ କରି ବିଶ୍ୱ ମଂଚରେ ଆମ ପାଇଁ ସଫଳତା ଆଣିଛନ୍ତି ଓ ଆମକୁ ଗର୍ବିତ କରିଛନ୍ତି ।’’ ଶ୍ରୀଯୁକ୍ତ ମଣି ଭାଗବତୀ ଶ୍ୱରଣ୍‌, ମୁଖ୍ୟ ମାର୍କେଟିଂ ଅଧିକାରୀ, ଅମୃତାଞ୍ଜନ୍ ହେଲ୍‌ଥକେୟାର୍ ଲିିମିଟେଡ୍ କହିଛନ୍ତି ଯେ, “ଭବିଷ୍ୟତ ପିଢ଼ି ପାଇଁ ମୀରାବାଇ ଓ ବଜରଙ୍ଗ୍ ରୋଲ୍ ମଡେଲ୍ ଓ ଯୁବ ଆଇକନ୍‌ ଭାବେ ଉଭା ହୋଇଛନ୍ତି ।

ଯନ୍ତ୍ରଣା ଓ ଧକ୍କା ସତ୍ୱେ କେବେବି ହାରିନଯିବାର ଭାବ ସେମାନଙ୍କଠାରେ ରହିଛି ଏବଂ ତାହା ଆମ ବ୍ରାଣ୍ଡ୍‌ର ମୂଲ୍ୟବୋଧ ସହ ଖାପଖାଉଛି । ଏହି ସହଯୋଗିତା ଓ କ୍ରୀଡ଼ାବିତ୍‌ଙ୍କ କାହାଣୀ ଜରିଆରେ ଆମେ ଏହି କଥା ଜଣାଇବାକୁ ଚାହୁଁଛୁ ଯେ ଯନ୍ତ୍ରଣା ଦୂର ହେବ ଏବଂ ଏହା ଆପଣଙ୍କୁ ଆପଣଙ୍କର ସ୍ୱପ୍ନ ହାସଲ କରିବାରେ ପ୍ରତିବନ୍ଧକ ସାଜିବନାହିଁ ।’’ ମିସ୍ ମୀରାବାଇ ଚାନୁ କହିଛନ୍ତି ଯେ, “ପୀଡ଼ା ପରିଚାଳନା ଉତ୍ପାଦର ପ୍ରଚାର କରିବା ଲାଗି ଅମୃତାଞ୍ଜନ୍ ସହିତ ସହଯୋଗିତା ସ୍ଥାପନ କରିଥିବାରୁ ମୁଁ ବହୁତ ଖୁସି । ଜଣେ କ୍ରୀଡ଼ାବିତ୍ ଭାବେ ଆମେ ଶାରିରୀକ ପୀଡ଼ାକୁ ଅତିକ୍ରମ କରୁ ଏବଂ ପ୍ରଦର୍ଶନ କରୁ । ଯେତେବେଳେ ପୀଡ଼ା ଅସହ୍ୟ ହୁଏ ଅମୃତାଞ୍ଜନ୍‌ର ବିଭିନ୍ନ ଉତ୍ପାଦ ଯଥା ପେନ୍‌ ରିଲିଫ୍‌+ପ୍ୟାଚ୍ ଏବଂ ବ୍ୟାକ୍ ପେନ୍ ରୋଲ୍ ଅନ୍ ଆମକୁ ଉଦ୍ଧାର କରେ । ଏହା ୩୦ ସେକେଣ୍ଡ୍ ଭିତରେ କାମ କରି ତୁରନ୍ତ ଓ ଦୀର୍ଘସ୍ଥାୟୀ ଆଶ୍ୱସ୍ତି ପ୍ରଦାନ କରେ ।’’ ଶ୍ରୀ ବଜରଙ୍ଗ୍ ପୁନିଆ କହିଛନ୍ତି ଯେ, “ଜଣେ ଉଚ୍ଚ ପ୍ରଦର୍ଶନକାରୀ କ୍ରୀଡ଼ାବିତ୍ ଭାବେ ମୁଁ ସବୁ ବେଳେ ପ୍ରତିଯୋଗିତା ରେ ଆଗରେ ରହିବାକୁ ଚାହେଁ ଏବଂ ଗଣ୍ଠି, ମାଂସପେଶୀ ଓ ସମଗ୍ର ଶରୀର ଯନ୍ତ୍ରଣାରୁ ଆଶ୍ୱସ୍ତି ପାଇବା ଲାଗି ମୁଁ ଅମୃତାଞ୍ଜନ୍‌ର ଜଏଂଟ୍ ମସଲ୍‌+ସ୍ପେ୍‌ ବ୍ୟବହାର କରିବାକୁ ଚାହିଁରହିଛି । ପୁନଶ୍ଚ, କୁସ୍ତି ଭଳି ଲଢ଼େଇ କ୍ରୀଡ଼ାରେ ଯନ୍ତ୍ରଣାରୁ ମୁକ୍ତି ଉଚ୍ଚ ପ୍ରଦର୍ଶନ ଭଳି ଗୁରୁତ୍ୱପୂର୍ଣ୍ଣ । କଠିନ ପ୍ରଶିକ୍ଷଣ ଅଧିବେଶନ ଓ ପ୍ରତିଯୋଗିତା ମଝିରେ ଏହି ସ୍ପେ୍‌୍ର ପ୍ରଭାବିତ ସ୍ଥାନରେ ପହଂଚିଥାଏ ଏବଂ ଯନ୍ତ୍ରଣାକୁ ବାହାର କରି ଶରୀରକୁ ଶୀଘ୍ର ଆରାମ ଦିଏ ।’’

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
“ଦେଶ ବିଦେଶ” ର ସ୍ଵନକ୍ଷେତ୍ର ଦିବସ ପାଳିତ 

“ଦେଶ ବିଦେଶ” ର ସ୍ଵନକ୍ଷେତ୍ର ଦିବସ ପାଳିତ 

May 8, 2026
Advento Communications Honored for Excellence in  PR Services

Advento Communications Honored for Excellence in PR Services

May 8, 2026
ଭୁବନେଶ୍ୱରରେ ଆୟୋଜିତ ହେବ ଇଷ୍ଟର୍ଣ୍ଣ ଇଣ୍ଡିଆ ରିଜିଓନାଲ ଷ୍ଟୁଡେଣ୍ଟ୍‌ସ କନ୍‌ଫେରେନ୍ସ-୨୦୨୬

Eastern India Regional Students’ Conference–2026 to be Held at Bhubaneswar

May 8, 2026
ଭୁବନେଶ୍ୱରରେ ଆୟୋଜିତ ହେବ ଇଷ୍ଟର୍ଣ୍ଣ ଇଣ୍ଡିଆ ରିଜିଓନାଲ ଷ୍ଟୁଡେଣ୍ଟ୍‌ସ କନ୍‌ଫେରେନ୍ସ-୨୦୨୬

ଭୁବନେଶ୍ୱରରେ ଆୟୋଜିତ ହେବ ଇଷ୍ଟର୍ଣ୍ଣ ଇଣ୍ଡିଆ ରିଜିଓନାଲ ଷ୍ଟୁଡେଣ୍ଟ୍‌ସ କନ୍‌ଫେରେନ୍ସ-୨୦୨୬

May 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

“ଦେଶ ବିଦେଶ” ର ସ୍ଵନକ୍ଷେତ୍ର ଦିବସ ପାଳିତ 

“ଦେଶ ବିଦେଶ” ର ସ୍ଵନକ୍ଷେତ୍ର ଦିବସ ପାଳିତ 

May 8, 2026
Advento Communications Honored for Excellence in  PR Services

Advento Communications Honored for Excellence in PR Services

May 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version