ଓଡ଼ିଶା ତାଜା ନ୍ୟୁଜ୍ (୦୪ ଅକ୍ଟୋବର ସୋମବାର ) ଭୁବନେଶ୍ୱର :- ଉତ୍ତର ପ୍ରଦେଶର ଲକ୍ଷ୍ମୀପୁରରେ ମୋଦି/ଯୋଗୀ ସରକାର ଚାଷୀ ହତ୍ୟା ପ୍ରତିବାଦରେ ଆଜି ପ୍ରଦେଶ ଛାତ୍ର କଂଗ୍ରେସ ଏବଂ ରାଷ୍ଟ୍ରୀୟ କିଷାନ ମଜଦୁର ମହାସଂଘ ପକ୍ଷରୁ ବିକ୍ଷୋଭ କରାଯାଇଥିଲା । ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସୀର ନୱାଜଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସ କର୍ମକର୍ତ୍ତାମାନେ ମାଷ୍ଟରକ୍ୟାଣ୍ଟିନ ଛକରେ ମୋଦି ଓ ଯୋଗୀଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ । ଏହାପରେ କ୍ୟାଣ୍ଡେଲ ଧରି ରାମ ମନ୍ଦିର ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ଯାଇଥିଲେ । ସେଠାରେ ମୃତ କୃଷକଙ୍କର ଅମର ଆତ୍ମାର ସଦ୍ଗତି କାମନା କରିଥିଲେ । ଏହି ପରିପ୍ରେକ୍ଷୀରେ ଶ୍ରୀ ନୱାଜ କହିଥିଲେ ଯେ, ମୋଦି/ଯୋଗୀ ସରକାର ଚାଷୀଙ୍କ ରକ୍ତରେ ହୋଲି ଖେଳୁଛନ୍ତି । ଦେଶରେ ଗଣତନ୍ତ୍ରର ହତ୍ୟା ହେଉଛି ।
\

ଉତ୍ତର ପ୍ରଦେଶର ଲକ୍ଷ୍ମୀପୁରଠାରେ ଆନ୍ଦୋଳନରତ ଚାଷୀଙ୍କୁ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର ଗାଡ଼ି ଚଢାଇ ହତ୍ୟା କରିଛନ୍ତି । ଚାଷୀ ଆନ୍ଦୋଳନ ଚପାଇଦେବା ପାଇଁ ଏହା ମୁଖ୍ୟମନ୍ତ୍ରୀଙ୍କର ଏକ କୁତ୍ସିତ ଯୋଜନା । ମୁଖ୍ୟମନ୍ତ୍ରୀ ଯୋଗୀ ଏହି ହତ୍ୟାର ଷଡ଼ଯନ୍ତ୍ର ରଚନା କରିଛନ୍ତି । ଚାଷୀଙ୍କୁ ନ୍ୟାୟ ଦେବା ପାଇଁ ସ୍ୱର ଉତ୍ତୋଳନ କରୁଥିବା ଏଆଇସିସି ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କୁ ମୋଦି ସରକାର ପୋଲିସ୍ ଲଗାଇ ଯେଉଁ ଆଚରଣ କରିଛନ୍ତି ତାହା ଯୋଗୀଙ୍କ ହିଟଲରୀ ଶାସନକୁ ପ୍ରମାଣିତ କରୁଛି । ଛାତ୍ର କଂଗ୍ରେସ ପକ୍ଷରୁ ଯୋଗୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯିବା ସହ କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରଙ୍କୁ ନରହତ୍ୟା ଅପରାଧରେ ଗିରଫ କରି ଦଣ୍ଡିତ କରିବାକୁ ଦାବି କରିଥିଲେ ।














