No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୦୪ ଅକ୍ଟୋବର ସୋମବାର ) ଛତିଆ :- ସେବାରେ ଆନନ୍ଦ ସଚ୍ଚିଦାନନ୍ଦ, ସେବା ହିଁ ମଣିଷକୁ କାଳଜୟୀ ବ୍ୟକ୍ତିତ୍ବ ର ପରିଚୟ ପ୍ରଦାନ କରିଥାଏ ଯାହା ଆଜି ପ୍ରମାଣିତ ହୋଇଛି ପ୍ରିୟ ସଚିଭାଇ ଙ୍କ କ୍ଷେତ୍ରରେ । ସେହି ଭଳି ଏକ ନିଆରା ବ୍ୟକ୍ତିତ୍ବ ଥିଲେ ସ୍ବର୍ଗତ ସଚ୍ଚିଦାନନ୍ଦ ସାମନ୍ତରାୟ । ସେ ଏକା ଧାରାରେ ଜଣେ ସମାଜ ସେବୀ,ରାଜନୀତିଜ୍ଞ, ଯୁବପ୍ରତିଭା ତଥା ଛତିଆ ଗ୍ରାମ ପଞ୍ଚାୟତ ପୂର୍ବତନ ସରପଞ୍ଚ ଥିଲେ । ଗତ ବର୍ଷ କୋଭିଡ ,ରେ ବହୁ ସେବା ଓ ସହାୟତା କରିଥିଲେ ମଧ୍ୟ ହଠାତ ଆଜିର ଦିନରେ ତାଙ୍କ ଶରୀର ଅସୁସ୍ଥ ହୋଇ ଚିକିତ୍ସା ଥିବା ସମୟରେ ତାଙ୍କର ପରଲୋକ ହୋଇ ଥିଲା ।

ଏହି ଖବର ସମଗ୍ର ଛତିଆ ସମେତ ବଡ ଚଣା ଅଂଚଳରେ ଦୁଖଃ ର ଲହରୀ ଖେଳି ଯାଇଥିଲା । ଆଜି ସ୍ବର୍ଗତ ସଚ୍ଚିଦାନନ୍ଦ ସାମନ୍ତରାୟ ଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଦିବସ ଅବସରରେ ବଡ ଚଣା ର ମାନ୍ୟବରଜ଼ ବିଧାୟକ ଅମର ପ୍ରାସାଦ ଶତପଥୀ ଙ୍କ କରକମଳରେ ଛତିଆ ଧର୍ମଶାଳା ସମ୍ମୁଖରେ ଏକ ତୈଳ ପ୍ରତି ମୂର୍ତ୍ତୀ ପ୍ରତିଷ୍ଠା କରିଥିବା ବେଳେ ସଭା ଅନୁଷ୍ଟିତ ହୋଇଥିଲା । ଏହି ସଭାରେ ସ୍ବର୍ଗତ ସଚିଭାଇ ଙ୍କ ଆଦର୍ଶରେ ଯୁବ ପିଡ଼ି ଅନୁପ୍ରାଣିତ ହେବା ସହିତ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଥିବା ଦେଖିବାକୁ ମିଲିଥିଲା ।

ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ଯାଜପୁର ସାଂସଦ ରିତା ତରାଇ ଛତିଆ ସରପଞ୍ଚ ନୟନା ବେହେରା,ବରିଷ୍ଠ ସମାଜସେବୀ ମାଧବାନନ୍ଦ ମହାପାତ୍ର, ବରିଷ୍ଠ ସ୍ତମ୍ବକାର ମିହିର ପ୍ରତାପ ଦାସ, ଗିରିସ ଚନ୍ଦ୍ର ପାତ୍ର, ଅମରେଶ ନନ୍ଦ,ଦୀପକ କୁମାର ସାହୁ, ଦିଲ୍ଲୀପ ରାଉତ, ପଞ୍ଚାୟତ ଯୁବ ନେତା ଗଣେଶ୍ୱର ବରାଳ, ପ୍ରମୁଖ ବହୁ ବରିଷ୍ଠ ନେତୃ ମଣ୍ଡଳୀ ଉପସ୍ଥିତ ରହିବା ସହିତ ସ୍ମୃତି ଚାରଣ କରାଯାଇ ଥିବା ଦେଖିବାକୁ ମିଳିଥିଲ .(ରିପୋର୍ଟ ର ଚନ୍ଦ୍ରଶେଖର ପୃଷ୍ଟି ଛତିଆ)

No Result
View All Result