No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୪ ଅକ୍ଟୋବର ସୋମବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ପାଇଁ ନଗରକଂଗ୍ରେସ ସଭାପତି ମୋନନିତହୋଇଥିବାଜଣାପଡ଼ିଛି l ଗଜପତି ଜିଲ୍ଲାକଂଗ୍ରେସ ସଭାପତି ଦାଶରଥୀ ଗମାଙ୍ଗ ଜିଲ୍ଲା କଂଗ୍ରେସ କମିଟି ଘୋଷଣା କରିଛନ୍ତି । ଏହି ନୂଆ କମିଟିରେ ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ ସ୍ବର୍ଗତ ତ୍ରିନାଥ ସାହୁଙ୍କ ପୁଅ ମନୋଜ କୁମାର ସାହୁଙ୍କୁ ନଗର କଂଗ୍ରେସ ସଭାପତି ଭାବେ ଦାୟିତ୍ଵ ମିଳିଛି । ଏହାକୁ ନେଇ ମନୋଜ ସନ୍ତୋଷ ବ୍ୟକ୍ତ କରିବା ସହ ଏହି ଗୁରୁ ଦାୟିତ୍ଵ କିଭଳି ସୂଚାରୁ ରୂପେ ତୁଲାଇବେ ସେଥିପାଇଁ ପ୍ରୟାସ କରିବେ ବୋଲି କହିଛନ୍ତି ।
ତାଙ୍କୁ ଏହି ଦାୟିତ୍ବ ଦେଇଥିବାରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ରାଜ୍ୟ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ରାଜ୍ୟ ପ୍ରଭାରୀ ଡ.ଚେଲ୍ଲା କୁମାର, ଗଜପତି ଜିଲ୍ଲା କଂଗ୍ରେସ କମିଟି ସଭାପତି ଦାଶରଥୀ ଗମାଙ୍ଗ, ଜିଲ୍ଲା କଂଗ୍ରେସ ପର୍ଯ୍ୟବେକ୍ଷକ ଶଭେନ୍ଦୁ ମହାନ୍ତି, ସାନଖେମୁଣ୍ଡି ବିଧାୟକ ରମେଶ ଜେନା, ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଏବଂ କଂଗ୍ରେସ୍ ନେତା ରଶ୍ମିରଞ୍ଜନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।

No Result
View All Result