No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୦୪ ଅକ୍ଟୋବର ସୋମବାର ) ପାରଳାଖେମୁଣ୍ଡି :- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିଛନ୍ତି । ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାରଳାଖେମୁଣ୍ଡିରେ ପହଞ୍ଚି ୧୦ଜଣ ହିତାଧିକାରୀଙ୍କୁ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗଜପତି ଜିଲ୍ଲା ମୋ ପାଇଁ ସ୍ୱତନ୍ତ୍ର ।

ଏହାଛଡ଼ା ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ୮୨୦ କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ କରିଛନ୍ତି । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ବିଧାୟକ କେ ନାରାୟଣ ରାଓ ,

ମୋହନା ବିଧାୟକ ଦାଶରଥି ଗମାଙ୍ଗ, ମନ୍ତ୍ରୀ ଜଗନ୍ନାଥ ସାରକା, ୫-ଟି ସଚିବ ଭିକେ ପାଣ୍ଡିଆନ୍, ବିଜୁଜନତା ଦଳର ଜିଲ୍ଲା ସଭାପତି ପ୍ରଦୀପ ନାୟକ, ହାଇଟେକ ଗ୍ରୁପର ଅଧକ୍ଷ ଡି: ତିରୁପତି ପାଣଗ୍ରାହୀ , ଯୁବ ବିଜେଡ଼ି ନେତା ଡ. ସୁରେଶ ପାଣିଗ୍ରାହୀ ଇଞ୍ଜିନିୟର ରୁପେଶ ପାଣଗ୍ରାହୀ ବିଜୟ କୁମାର (ଚିନି),ବିଜୁ ଜନତା ଦଳରବରିଷ୍ଠ ନେତା ବସନ୍ତ ଦାସ,

ଲକ୍ଷ୍ମୀକାନ୍ତ ପରିଚ୍ଛା, ଜିଲ୍ଲା ଯୁବ ବିଜେଡ଼ି ସଭାପତି ଏସ.ଲିଙ୍ଗରାଜ, ଛାତ୍ର ବିଜୁ ଜନତା ଦଳର ଜିଲ୍ଲା ସଭାପତି ବିଶ୍ଵଜିତ ତ୍ରିପାଠୀ, ବିଜେଡ଼ିର ନଗର ସଭାପତି ସୂର୍ଯ୍ୟ ନାରାୟଣ ରାଜଗୁରୁ, ମହିଳା ବିଜେଡ଼ି ଜିଲ୍ଲା ସଭାପତି ପୂର୍ଣାବାସି ନାୟକ, କାର୍ଯ୍ୟକାରୀ ସଭାପତି ସଂଯୁକ୍ତା ବେହେରା, ତନୁଜା ଶତପଥି, ଶାନ୍ତି ଜେନା,ଇନ୍ଦିରା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

No Result
View All Result