No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୪ ଅକ୍ଟୋବର ସୋମବାର ) କଳାହାଣ୍ଡି :- ଆଜିକୁ ୬୫ ବର୍ଷ ହେଲା ଲାଞ୍ଜିଗଡ଼ ପଞ୍ଚାୟତ କାର୍ଯ୍ୟାଳୟ ଭଡାରେ ଚାଲିଥିବା ପଞ୍ଚାୟତ ବାସୀ ଅଭିଯୋଗ କରିଛନ୍ତି । ଆଜି ପର୍ଯ୍ୟନ୍ତ ପଞ୍ଚାୟତର ନିଜସ୍ୱ ଘର ନ ଥିବାରୁ ଲାଞ୍ଜିଗଡ଼ ସମବାୟ ସମିତି ଅଫିସ କାର୍ଯ୍ୟାଳୟରେ ଚାଲିଥିବାକୁ ନେଇ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏ ନେଇ ବାରମ୍ବାର ପଞ୍ଚାୟତ ତଥା ବ୍ଳକ ଅଫିସରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ । ରାଜ୍ୟ ସରକାର ଜିଲ୍ଲାର ବିଭିନ୍ନ ସ୍ଥାନରେ ପଞ୍ଚାୟତ ଅଫିସ ପାଇଁ ନୂତନ କୋଠା ନିର୍ମାଣ କରୁଥିଲେ ମଧ୍ୟ ଲାଞ୍ଜିଗଡ଼ ପ୍ରତି ଅଣଦେଖା କରାଯିବାକୁ ଲୋକେ ନାପସନ୍ଦ କରିଛନ୍ତି ।
ପଞ୍ଚାୟତର ନିଜସ୍ୱ ଗୃହ ନଥିବାରୁ ପଞ୍ଚାୟତରେ ବୈଠକ ମଧ୍ୟ ହୋଇ ପାରୁନାହିଁ । ଯାହା ଫଳରେ ବିଭିନ୍ନ ଉନ୍ନତି ମୂଳକ କାମ ହୋଇ ପାରୁନାହିଁ । ଭଡା ଘରରେ ଚାଲିଥିବା ପଞ୍ଚାୟତ କାର୍ଯ୍ୟାଳୟର ଅତିଶୀଘ୍ର ଏହାର ସ୍ଥାୟୀ ସମାଧାନ ପାଇଁ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପଞ୍ଚାୟତ କାର୍ଯ୍ୟାଳୟ ଭଡାରେ ଚାଲୁଥିବା ନେଇ ଲାଞ୍ଜିଗଡ଼ ସମବାୟ ସମିତି କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ଆମେ ପଞ୍ଚାୟତ ଅଫିସ ପାଇଁ ଘର ଦେଇଛୁ । ସେମାନଙ୍କ ଠାରୁ କୌଣସି ଭଡା ନେଉନୁ । ପଞ୍ଚାୟତ ଘର ନିର୍ମାଣ ହେଲେ ଆମେ ସମବାୟ ସମିତିର ଏହି ଗୃହ ଛାଡ଼ିଦେବୁ ବୋଲି ପଞ୍ଚାୟତ କର୍ତ୍ତୃପକ୍ଷ କହିଥିଲେ ।
ଅନ୍ୟପକ୍ଷରେ ୬୫ ବର୍ଷ ମଧ୍ୟରେ ୧୧ରୁ ଅଧିକ ସରପଞ୍ଚ ଆସି ଚାଲି ଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ପଞ୍ଚାୟତ ଗୃହ ନିର୍ମାଣ ନହେବା ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ । ଯେଉଁ ଠାରେ ପଞ୍ଚାୟତ ଅଫିସ ଚାଲିଛି । ସେହି ଗୃହରେ ମଧ୍ୟ ପାଚିରୀ ଭାଙ୍ଗି ଯାଇଥିବା ବେଳେ ଗେଟ ମଧ୍ୟ ନାହିଁ । ଫଳରେ ଗୋରୁ ଗାଈ ସହିତ ରାତିରେ ମଦୁଆଙ୍କ ଆଡାସ୍ଥଳି ପାଲଟି ଥିବା ବେଳେ ମଦ ବୋତଲ ସହିତ ଅଳିଆ ଆବର୍ଜନାରେ ଅଫିସ ଚାରି ପାର୍ଶ୍ଵ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଛି । ତେବେ ପଞ୍ଚାୟତ କାର୍ଯ୍ୟାଳୟ କେବେ ହେବ ତାହାର ନିର୍ଦ୍ଦିଷ୍ଟ ସୂଚନା ମିଳି ପାରିନାହିଁ ।
No Result
View All Result