No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୩ ଅକ୍ଟୋବର ରବିବାର ) କଳାହାଣ୍ଡି :- ଭାରତ ବର୍ଷର ଜଣେ ବହୁତ ମହାନ ଯୋଗୀ, ଋଷି, ସ୍ୱାଧୀନସଂଗ୍ରାମୀ ତଥା ଆଧ୍ୟାତ୍ମିକ ଗୁରୁ ପରମପ୍ରଭୁ ଶ୍ରୀ ଅରବିନ୍ଦ ଏହି ଧରାପୃଷ୍ଠରେ ୧୫ ଅଗଷ୍ଟ ୧୮୭୨ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ଆସନ୍ତା ୧୫ ଅଗଷ୍ଟ ୨୦୨୨ ମସିହାରେ ଶ୍ରୀଅରବିନ୍ଦଙ୍କର ୧୫୦ତମ ଜନ୍ମ ବାର୍ଷିକୀ ହେଉଅଛି । ତେଣୁ ଗତ ୧୫ ଅଗଷ୍ଟ ୨୦୨୧ ମସିହା ଠାରୁ ଗୋଟିଏ ବର୍ଷ ଶ୍ରୀଅରବିନ୍ଦଙ୍କର ଜନ୍ମ ବାର୍ଷିକୀ ଉତ୍ସବ ସାରା ଭାରତ ଦେଶ ତଥା ଆନ୍ତର୍ଜାତିକ ସ୍ତରରେ ମଧ୍ୟ ପାଳନ କରାଯାଉଅଛି ।
ଏହି ଅବସରରେ କଳାହାଣ୍ଡି ଜିଲ୍ଲାର ନର୍ଲା ବ୍ଳକ୍ ଅନ୍ତର୍ଗତ ରୁପ୍ରା ଗ୍ରାମର ଓଡିଶାର ପ୍ରଥମ ଏଭରେଷ୍ଟ ଆରୋହୀ ଶିକ୍ଷକ ତଥା ଆନ୍ତର୍ଜାତିକ ପର୍ବତାରୋହୀ ତଥା ମାତୃପ୍ରେମୀ ଶ୍ରୀ ଯୋଗବ୍ଯାସ ଭୋଇ ଆଜି ନିଜ ଗ୍ରାମ ରୁପ୍ରାଠାରୁ ଏକ ମାରାଥନ ଦୌଡ ଆରମ୍ଭ କରି ଶାନ୍ତିନଗର ପଡା,ଖମ୍ବପଡା ଛକ,ଟାଙ୍ଗିରି ପାହାଡ,କର୍ମେ,ମୁରସିଙ୍ଗ ଛକ,ନୂଆପଡା, ଲାଖପଦର,ବୁଢୀପଦର ଛକ,ବଲବସପୁର ଗ୍ରାମ ଅତିକ୍ରମ କରି ରୁପ୍ରା ରୋଡ ଠାରେ ପହଞ୍ଚି ପୁନଶ୍ଚ ଏହି ସବୁ ଗ୍ରାମ ଦେଇ ରୁପ୍ରା ଠାରେ ମାରାଥନ ଦୌଡ ଶେଷ କରିଥିଲେ । ଯାହାକି ଶ୍ରୀ ଭୋଇ ୨୧ କି.ମି. ୩୭୦ ମିଟର ଦୂରତାକୁ ୨ ଘଣ୍ଟା ୫୪ ମିନିଟ ୪୭ ସେକେଣ୍ଡ ସମୟରେ ଶେଷ କରି ଜିପିଏସ ମାଧ୍ୟମରେ ରେକର୍ଡ କରିଥିଲେ ।
ତତ୍ ସଙ୍ଗେ ଷ୍ଟାରଭା ପକ୍ଷରୁ ତାଙ୍କୁ ୫ କିମି, ୧୦ କିମି ତଥା ୨୧.୨ କିମି ହାଫ ମାରାଥନ ପାଇଁ ଡିଜିଟାଲ୍ ଫିନିସର ମେଡାଲ ପ୍ରଦାନ କରାଯାଇଛି । ପ୍ରକାଶ ଥାଉକି ଯେ, ଶ୍ରୀଅରବିନ୍ଦଙ୍କର ପଣ୍ଡିଚେରୀରେ ଥିବା ଆଶ୍ରମ ସହିତ ଏଭରେଷ୍ଟ ଆରୋହୀ ଜଡିତ ରହି ବିଭିନ୍ନ ପର୍ବତାରୋହଣ ଅଭିଯାନ ସମୟରେ ମଧ୍ୟ ସେ ଶ୍ରୀମାଶ୍ରୀଅରବିନ୍ଦଙ୍କର ଦିବ୍ୟ ଆଧ୍ୟାତ୍ମିକ ପତାକା ପର୍ବତ ଶିଖରରେ ଉଡାଇଛନ୍ତି । ଆଗାମୀ ଦିନରେ ଏହି ଅବସରରେ ବିଭିନ୍ନ ସ୍ଥାନରେ ପାଠଚକ୍ର ତଥା ଦୁଃସାହସିକ କ୍ରୀଡା, ଖେଳ ମାଧ୍ୟମରେ ଶ୍ରୀଅରବିନ୍ଦଙ୍କର ୧୫୦ତମ ଜନ୍ମ ବାର୍ଷିକ ଉତ୍ସବ ପାଳନ କରାଯିବା ସହିତ ଅନେକ ମାତୃପ୍ରେମୀ ଭାଇ ଅପା ମାନଙ୍କୁ ସାମିଲ କରାଯିବ ବୋଲି ଏଭରେଷ୍ଟ ଆରୋହୀ ଶ୍ରୀ ଭୋଇ ପ୍ରକାଶ କରିଛନ୍ତି ।
No Result
View All Result