• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଗାନ୍ଧୀଙ୍କର ଜୀବନ ଓ ଦର୍ଶନ ଉପରେ ଆନ୍ତର୍ଜାତିକ ଆଭାସୀ ଆଲୋଚନାଚକ୍ର

Proprietor Abhimanyu Maharana by Proprietor Abhimanyu Maharana
February 17, 2022
in ଓଡ଼ିଶା, ମହାନଗର, ହୋମ୍
0
ଗାନ୍ଧୀଙ୍କର ଜୀବନ ଓ ଦର୍ଶନ ଉପରେ ଆନ୍ତର୍ଜାତିକ ଆଭାସୀ ଆଲୋଚନାଚକ୍ର
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୦୩ ଅକ୍ଟୋବର ରବିବାର ) ନିଉୟର୍କ, ଟରୋଣ୍ଟୋ, ଲଣ୍ଡନ, ଦୁବାଇ, ସିଙ୍ଗାପୁର, ମସ୍କୋ, ସେଓଲ, କାନବେରା, ଭୁବନେଶ୍ୱର, କଟକ,,କିଶୋର ଦ୍ବିବେଦୀ ଙ୍କ ଠାରୁ ପ୍ରକାଶ :– ମହାତ୍ମା ଗାନ୍ଧୀଙ୍କର ନୀତି ଓ ଆଦର୍ଶର ସୁଦୂର ପ୍ରସାରୀ ପ୍ରଭାବ ଓ ଅଚଳାଚଳ ପ୍ରାସଙ୍ଗିକତା ସାମ୍ପ୍ରତିକ ଦୁନିଆରେ ମଧ୍ୟ ସ୍ପଷ୍ଟ ଭାବେ ପ୍ରତୀୟମାନ ହେଉଥିବା ବିଶ୍ୱ ଓଡ଼ିଆମାନେ ଏକ ସ୍ୱରରେ ସ୍ୱୀକାର କରିଛନ୍ତି । ଓଡ଼ିଶା ସରକାରଙ୍କର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଆନୁକୂଲ୍ୟରେ ମହାତ୍ମା ଗାନ୍ଧୀଙ୍କର ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ବିଶ୍ୱ ଓଡ଼ିଶା ସମାଜର ମିଳିତ ସହଯୋଗରେ ଆୟୋଜିତ ଏକ ଆନ୍ତର୍ଜାତିକ ଆଭାସି ଆଲୋଚନା ଚକ୍ରରେ ଅଂଶଗ୍ରହଣ କରି ବରେଣ୍ୟ ବକ୍ତାମାନେ ମହାତ୍ମାଙ୍କର ମୂଳ ଓ ମୁଖ୍ୟ ମନ୍ତ୍ର ଶାନ୍ତି ଏବଂ ଅହିଂସା ଏବେ ବି ସାରା ବିଶ୍ୱବାସୀଙ୍କୁ ଅଭିଭୂତ କରିବାରେ ଲାଗିଥିବା ଉଲ୍ଲେଖ କରିଥିଲେ ।

ଓଡ଼ିଶା ସାହିତ୍ୟ ଏକାଡେମୀ ଓ ବିଶ୍ୱ ଓଡ଼ିଶା ସମାଜର ସଦସ୍ୟଗଣ, ବହୁ ବିଶିଷ୍ଟ ପ୍ରବାସୀ ଓଡ଼ିଆ ଓ ବିଭିନ୍ନ ଦେଶର ଓଡ଼ିଆ ସମାଜର କର୍ମକର୍ତ୍ତାମାନେ ୧୫୨ତମ ପବିତ୍ର ଗାନ୍ଧୀ ଜୟନ୍ତୀର ଅବ୍ୟବହିତ ପୂର୍ବରୁ ଅକ୍ଟୋବର ଏକ ତାରିଖ ମଧ୍ୟ ରାତ୍ରରେ ଗାନ୍ଧିଜୀଙ୍କର ଜୀବନ ଓ ଦର୍ଶନ ଉପରେ ଅନୁଷ୍ଠିତ ‘ଗାନ୍ଧୀ ଚର୍ଚ୍ଚା’ ଶୀର୍ଷକ ଏହି ଭିଡିଓ କନ୍‍ଫରେନ୍ସିଂ ବିଚାର ଗୋଷ୍ଠୀରେ ଯୋଗଦେଇ ରାଷ୍ଟ୍ର ପିତାଙ୍କ ପ୍ରତି ଭାବବିହ୍ୱଳ ଏବଂ ଉତ୍ସ୍ୱସିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସାରା ପୃଥିବୀର କୋଣଅନୁକୋଣରୁ ଏହି ୱେବ୍‍ ବୈଠକରେ ଶତାଧିକ ଓଡ଼ିଆ ଓ ଅଣଓଡ଼ିଆ ଗାନ୍ଧୀ ପ୍ରେମୀ ବ୍ୟକ୍ତିବିଶେଷ ସାମିଲ ହୋଇଥିବାବେଳେ ସାମାଜିକ ଗଣମାଧ୍ୟମ ନେଟ୍‍ୱାର୍କଗୁଡ଼ିକ ଜରିଆରେ ସହସ୍ରାଧୀକ ଦର୍ଶକ ଏହି କାର‌୍ୟ୍ୟକ୍ରମକୁ ଦେଖିଥିବା ଲକ୍ଷ କରାଯାଇଥିଲା ।

ସମାରୋହରେ ସ୍ୱାଗତ ଭାଷଣ ପ୍ରଦାନ କରି ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ପ୍ରବୋଧ କୁମାର ରାଉତ, ଗାନ୍ଧିଜୀ ଜଣେ ସାଧାରଣ ମଣିଷ ନୁହଁ, ମସ୍ତବଡ଼ ଅନୁଷ୍ଠାନ ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ସ୍ୱାଗତିକ ବିଶ୍ୱ ଓଡ଼ିଶା ସମାଜର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ ବୈଠକରେ ବ୍ୟାପକ ସଂଖ୍ୟାରେ ପ୍ରବାସୀ ଓଡ଼ିଆମାନେ ଉପସ୍ଥିତ ଥିବା ନେଇ ଆନନ୍ଦ ପ୍ରକାଶ କରିଥିଲେ ।

ଦୀର୍ଘ ୬ଘଣ୍ଟା ଧରି ଚାଲିଥିବା ଏହି ମାନସ ମନ୍ଥନ ଲାଇଭ୍‍ଷ୍ଟ୍ରିମିଂ ଅଧିବେଶନକୁ ଉଦ୍‍ଘାଟନ କରି ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପର‌୍ୟ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଗାନ୍ଧିଜୀ ଅହିଂସାକୁ ମୁକ୍ତି ସଂଗ୍ରାମର ଅମୋଘ ଅସ୍ତ୍ର ଭାବେ ସାବ୍ୟସ୍ତ କରି ସାରା ବିଶ୍ୱକୁ ଯେଉଁ ଶକ୍ତ ବାର୍ତ୍ତା ପ୍ରେରଣ କରିଥିଲେ ତାହା ଏବେ ବି ସଠିକ ପ୍ରମାଣିତ ହେଉଥିବା ଦର୍ଶାଇଥିଲେ । ତାଙ୍କର ବିରଳ ଦେଶ ଭକ୍ତି, ସଂଗ୍ରାମ, ସେବା, ତ୍ୟାଗ ଏବଂ ବଳିଦାନ ସମଗ୍ର ମାନବ ଜାତି ପାଇଁ ସଦା ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିଥିବବୋଲି ମନ୍ତ୍ରୀ ସୂଚାଇଥିଲେ ।

ସଭାରେ ପୌରହିତ୍ୟ କରି ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଡଃ ହୃଷୀକେଶ ମଲ୍ଲିକ, ଗାନ୍ଧୀଙ୍କର ପ୍ରେରଣାଦାୟୀ ଶକ୍ତି ଅସୀମ ଥିଲା ବୋଲି ପ୍ରକାଶ କରିଥିଲେ । ମୁଠେ ଲୁଣ ଉଠାଇ ଦେଇ ସେ ସାରା ଦୁନିଆକୁ ଦେହଲାଇ ଦେଇପାରିଥିଲେ ବୋଲି ଡଃ ମଲ୍ଲିକ ଦର୍ଶାଇଥିଲେ । ଆମେ ଯଦି ଆଜି ଭାରତୀୟ ବୋଲି କହି ଗର୍ବ ଅନୁଭବ କରୁଛେ, ତେବେ ତା’ର ସମ୍ପୂର୍ଣ୍ଣ ଶ୍ରେୟ ମହାତ୍ମା ଗାନ୍ଧୀଙ୍କୁ ହିଁ ଯିବ ବୋଲି ମୁଖ୍ୟ ଅତିଥି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଡଃ ସୁରେଶ ଚନ୍ଦ୍ର ଦଳାଇ କହିଥିଲେ ।

ଗାନ୍ଧୀ ଜଣେ ବିସ୍ମୟ ମାନବ ଥିଲେ ବୋଲି ଦର୍ଶାଇ ସମ୍ମାନନୀୟ ଅତିଥି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ତାଙ୍କ ଦ୍ୱାରା ପ୍ରଦର୍ଶିତ ଆଦର୍ଶଗୁଡ଼ିକୁ ଅନୁକରଣ କଲେ, ଏହା ତାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ଉଲ୍ଲେଖ କରିଥିଲେ । ଉତ୍ସବରେ ଉଦ୍‍ବୋଧନ ଦେଇ ସମ୍ମାନିତ ବକ୍ତା ଗାନ୍ଧୀଙ୍କ ଦ୍ୱାରା ପ୍ରତିଷ୍ଠିତ ହରିଜନ ସେବକ ସଂଘର ସଭାପତି ଶଙ୍କର କୁମାର ସାନ୍ୟାଲ ସାମାଜିକ, ଅର୍ଥନୈତିକ, ରାଜନୈତିକ, ସାଂସ୍କୃତିକ ଏବଂ ସ୍ୱାସ୍ଥ୍ୟ ସମ୍ପର୍କିତ ଜୀବନଧାରଣର ସମସ୍ତ କ୍ଷେତ୍ରରେ ତଥା ଶାନ୍ତିପୂର୍ଣ୍ଣ ଅବସ୍ଥାନ, ଅନ୍ତୋଦୟ ଅଭିବୃଦ୍ଧି ଏବଂ ସର୍ବାଙ୍ଗୀନ ପ୍ରଗତି ବାବଦରେ ଗାନ୍ଧୀଙ୍କର ସ୍ପଷ୍ଟ ନୀତି ଓ ନିର୍ଦ୍ଦେଶ ରହିଥିବା ଦର୍ଶାଇଥିଲେ ।

ଗାନ୍ଧୀଙ୍କର କର୍ମମୟ ସମର୍ପିତ ସାଧନା, ତାଙ୍କୁ ଜଣେ ସାଧାରଣ ମଣିଷରୁ ବିଶ୍ୱବନ୍ଦିତ ମହାତ୍ମାରେ ପରିଣତ କରିଥିଲା ବୋଲି ଶୋଭନୀୟ ଆନ୍ଦୋଳନର ନିର୍ଦ୍ଦେଶିକା ଡଃ ଅରୁନ୍ଧତୀ ଦେବୀ ସୂଚାଇଥିଲେ । ସ୍ୱାଧୀନ ଓ ସ୍ୱାବଲମ୍ବୀ ଭାରତର ନବନିର୍ମାଣର ନିଅଁ ମଧୁସୂଦନ ଦାସ ଏବଂ ଗୋପବନ୍ଧୁ ଦାସଙ୍କର ଦର୍ଶନ ଉପରେ ଆଧାରିତ କରିବାକୁ ଗାନ୍ଧିଜୀ ଚାହୁଁଥିଲେ ବୋଲି ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଭାପତି ଡଃ ସଂଗ୍ରାମ ଜେନା ତାଙ୍କର ସମାପନ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ ।

 

ଆବୁଧାବୀ ଓଡ଼ିଶା ସମାଜର ସଭାପତି ପ୍ରଦୀପ କୁମାର ରଥ, ଗାନ୍ଧିଜୀ ସତ୍ୟ, ଅହିଂସା, ସର୍ବୋଦୟ, ସ୍ୱରାଜ ଏବଂ ସ୍ପଷ୍ଟବାଦୀତାର ପୂଜାରୀ ଥିଲେ ବୋଲି ବର୍ଣ୍ଣନା କରିଥିଲେ । ଏହି ଅବସରରେ ଦୀପକ ଷଡ଼ଙ୍ଗୀ ଗୀଟାର ଯୋଗେ ରାମଧୂନ ଏବଂ ଉଦୀୟମାନ କଳାକାର ଜାଆଁଳା ଭ୍ରାତା ଓମ୍‍ ଓ ସାଇ ମହାପାତ୍ର ଦାସକାଠିଆ ପରିବେଷଣ କରି ଦର୍ଶକମାନଙ୍କୁ ଚମତ୍କୃତ କରିଦେଇଥିଲେ । ଅଷ୍ଟ୍ରେଲିଆ ଓଡ଼ିଆ ସମାଜର ସଭାପତି ଡଃ ନଳିନୀ ପତି ଧନ୍ୟବାଦ ଅର୍ପଣ କରିଥିଲେ । ସୁଦକ୍ଷ ଉପସ୍ଥାପକ ଡଃ ଦେବାଶିଷ ମହାପାତ୍ର ଏବଂ ସ୍ନେହଲତା ପୃଷ୍ଟି ସମଗ୍ର ସଭା କାର‌୍ୟ୍ୟକ୍ରମକୁ ସୂଚାରୁ ରୂପେ ସଞ୍ଚାଳନା କରିଥିଲେ । ନନ୍ଦନ ଦ୍ୱିବେଦୀ ଡିଜିଟାଲ ନିୟନ୍ତ୍ରଣ କକ୍ଷକୁ ସଫଳତାର ସହିତ ପରିଚାଳନା କରିଥିଲେ ।

ପ୍ରାରମ୍ଭ ରେ ଓଡିଶା ସାହିତ୍ୟ ଏକାଡେମୀ ର ପୂର୍ବତନ ସଭାପତି ଡ଼ଃ ମନୋରମା ମହାପାତ୍ର ଓ ଦୁଇ ପ୍ରାକ୍ତନ ସଚ୍ଚିବ ଇନ୍ଦୁ ଭୂଷଣ କର ଏବଂ ପ୍ରଫେସର ରାଜ କିଶୋର ମିଶ୍ର ଙ୍କର ସ୍ମୃତି ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା । ଜାତିର ଜନକଙ୍କୁ ମଧ୍ୟରାତ୍ରରେ କବିତା ଆବୃତ୍ତି ଓ ଭାଷଣ ମାଧ୍ୟମରେ ଭକ୍ତିପୂତ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ଅନ୍ୟାନ୍ୟ ମହାନୁଭବମାନଙ୍କ ମଧ୍ୟରେ ସିଙ୍ଗାପୁରରୁ ବନୋଜିନୀ ନାୟକ, ଦୁବାଇରୁ ଅମୀୟ ମିଶ୍ର, ନେଦରଲାଣ୍ଡରୁ ସାଶ୍ୱତ ପାଢ଼ୀ, ଲଣ୍ଡନରୁ ଜୟଶ୍ରୀ ନନ୍ଦ, ମସ୍କୋରୁ ସନ୍ତୋଷ ମିଶ୍ର, ଟରୋଣ୍ଟୋରୁ ପ୍ରଶାନ୍ତ ଭୂୟାଁ, ମାଞ୍ଚେଷ୍ଟରରୁ ଶିବ ରଞ୍ଜନ ବିଶ୍ୱାଳ, ଡାଲାସରୁ ସଞ୍ଜୟ ଦଳାଇ, ନୂଆଦିଲ୍ଲୀରୁ ଡଃ ଅନୀତା ପଣ୍ଡା ଓ ବିନାୟକ ଦାସ, ଦେଓଘରରୁ କୃପାନିଧୀ ବିଶ୍ୱାଳ, ମୁମ୍ବାଇରୁ ଡଃ ବିଜୟ କୁମାର ମହାରଣା, ଭୁବନେଶ୍ୱରରୁ ହରିଶ୍ଚନ୍ଦ୍ର ବେହେରା, ପ୍ରସନ୍ନ କୁମାର ସ୍ୱାଇଁ, ହୃଷୀକେଶ ପାତ୍ର, କଟକରୁ ପ୍ରବୋଧ ରାଉତ ଏବଂ ଡଃ ଅରୁନ୍ଧତୀ ଦେବୀ ଓ ଭଦ୍ରକରୁ ସତ୍ୟବ୍ରତ ମହାନ୍ତି ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ ।

ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ସୋଆ ବିଶ୍ୱବିଦ୍ୟାଳୟର କୁଳପତି ଡଃ ଅଶୋକ କୁମାର ମହାପାତ୍ର, ଜର୍ମାନୀରୁ ପ୍ରଖ୍ୟାତ ସାହିତ୍ୟିକ ଡଃ. ରାଜେନ୍ଦ୍ର ନାରାୟଣ ଦାସ, ବିଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର,ସୁନାମଧନ୍ୟ ଲେଖକ ଡ଼ଃ ଫନି ମହାନ୍ତି , ବେଙ୍ଗାଲୁରୁରୁ ନୀହାର ସାମନ୍ତରା, କୋଲକାତାରୁ ଅହଲ୍ୟା ଓ ପୀତାମ୍ବର ବାରିକ, ଶମ୍ଭୁନାଥ ଦାସ, ସୁରତରୁ ଜୟନ୍ତ ଗନ୍ତାୟତ, ଫରିଦାବାଦରୁ ଲିପ୍‍ସା ପଟ୍ଟନାୟକ ମହାନ୍ତି, ଇଣ୍ଡୋନେସିଆରୁ ଦେବର୍ଶୀ ମଲ୍ଲିକ, ରୋଡ୍‍ସ ଆଇଲ୍ୟାଣ୍ଡରୁ ଅକ୍ଷୟ ମହାନ୍ତି, ନିଉୟର୍କରୁ ଜୟସ୍ମିତା ମିଶ୍ର,

ଘାନାରୁ ଉତ୍କଳ ସଂଘର ସଭାପତି ଦୀପକ ଦାସ, ଦୁବାଇରୁ ପ୍ରୀତିଶ ଦାଶ, ସେଓଲରୁ ଡଃ ଶିତାଂଶୁ ଶେଖର ନନ୍ଦ, ଆବୁଧାବିରୁ ସିଦ୍ଧାର୍ଥ ଦାସ, ସିଙ୍ଗାପୁରରୁ ଚିରଞ୍ଜୀବ ସ୍ୱାଇଁ, ନୂଆଦିଲ୍ଲୀରୁ ରବି ପାଣି, ରୀତା ପାତ୍ର, ଡଃ ଦେବେନ୍ଦ୍ର ମାଝୀ, ସନାତନ ମହାକୁଡ଼, ଡଃ. ଚନ୍ଦ୍ରମଣି ବ୍ରହ୍ମଦତ୍ତ, ଏମ୍‍.ଏସ୍‍, ଜମାନ, ଡଃ ମନୋଜ ପାଣିଗ୍ରାହୀ, ରମେଶ ସାହୁ, ସୁଜାତା ସିବେନ୍‍ ଓ ଜୟ ପ୍ରକାଶ ପାଣ୍ଡେ,

ଝାଡ଼ଖଣ୍ଡରୁ ବିନୟ ପଟ୍ଟନାୟକ, ଗୁରୁଗ୍ରାମରୁ ଶ୍ରୀମନ୍ତ ବିଶ୍ୱାଳ, ଅହମ୍ମଦାବାଦରୁ ବଦ୍ରି ମହାପାତ୍ର, ଭୁବନେଶ୍ୱରରୁ ଡଃ ରବି ନାରାୟଣ ବେହେରା, କୂଳଦୀପ ରଥ, ଚିଦାତ୍ମିକା ଖଟୁଆ, ଶ୍ରୀ ସାହିତ୍ୟର ସମ୍ପାଦକ କୃଷ୍ଣ ନାୟକ, ମନୋଜ ନାୟକ, ପବିତ୍ର ମହାରଥା, ଡଃ ସ୍ୱାମୀ ଚିଦାନନ୍ଦ, ସୁନୀଲ କୁମାର ରାଉତ, ଭଗବାନ ପରିଡ଼ା, ବ୍ରହ୍ମପୁରରୁ ଡଃ ସାଗର ରଞ୍ଜନ ତ୍ରିପାଠୀ, ସମ୍ବଲପୁରରୁ ଲଳିତ କୁମାର ପ୍ରଧାନ, ବାଲେଶ୍ୱରରୁ ଶୁଭଶ୍ରୀ ଲେଙ୍କା ଏବଂ କଟକରୁ ଗୋପାଳକୃଷ୍ଣ ମହାପାତ୍ର ପ୍ରମୁଖ ସାମିଲ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସିପିଆଇ ଏମ୍ ଏଲ ନେତାଙ୍କ ପରଲୋକ

ସିପିଆଇ ଏମ୍ ଏଲ ନେତାଙ୍କ ପରଲୋକ

June 18, 2026
अखिल भारतीय तेरापंथ महिला मंडल के निर्देशन में “श्री उत्सव” का भव्य आयोजन

अखिल भारतीय तेरापंथ महिला मंडल के निर्देशन में “श्री उत्सव” का भव्य आयोजन

June 18, 2026
ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ସମ୍ପର୍କରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ସମ୍ପର୍କରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

June 18, 2026
କାଶୀନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

କାଶୀନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

June 18, 2026

Recent News

ସିପିଆଇ ଏମ୍ ଏଲ ନେତାଙ୍କ ପରଲୋକ

ସିପିଆଇ ଏମ୍ ଏଲ ନେତାଙ୍କ ପରଲୋକ

June 18, 2026
अखिल भारतीय तेरापंथ महिला मंडल के निर्देशन में “श्री उत्सव” का भव्य आयोजन

अखिल भारतीय तेरापंथ महिला मंडल के निर्देशन में “श्री उत्सव” का भव्य आयोजन

June 18, 2026
ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ସମ୍ପର୍କରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ସମ୍ପର୍କରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

June 18, 2026
କାଶୀନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

କାଶୀନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

June 18, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସିପିଆଇ ଏମ୍ ଏଲ ନେତାଙ୍କ ପରଲୋକ

ସିପିଆଇ ଏମ୍ ଏଲ ନେତାଙ୍କ ପରଲୋକ

June 18, 2026
अखिल भारतीय तेरापंथ महिला मंडल के निर्देशन में “श्री उत्सव” का भव्य आयोजन

अखिल भारतीय तेरापंथ महिला मंडल के निर्देशन में “श्री उत्सव” का भव्य आयोजन

June 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version