No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୦୨ ଅକ୍ଟୋବର ଶନିବାର ) ବୈପାରିଗୁଡା :- ବୈପାରିଗୁଡା ସ୍ଥିତ ୧୫୧ ବିଏନ ଯବାନଙ୍କ ତରଫରୁ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ କରିବା ସହ ବୈପାରିଗୁଡା ମୁଖ୍ୟଛକ ସହ ରାଞ୍ଚି ବିଜୟଓ୍ବାର୍ଡା ଜାତୀୟ ରାଜପଥର ରାସ୍ତା କଡରେ ପଡି ରହିଥିବା ଆର୍ବଜନା ଘାସ ଗୁଡିକକୁ ଏକାଠି କରି ଅନ୍ୟ ଜାଗା ରେ ପକାଇ ପୋଡିଛନ୍ତି !

୧୫୧ ବିଏନ କମାଣ୍ଡଣ୍ଟ ଶ୍ରୀ ଅଜୟ କୁମାର ଙ୍କ ନେତୁତ୍ବ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିବା ବେଳେ ସମସ୍ତ ଯବାନ ଅଂଶ ଗ୍ରହଣ କରି ଥିଲେ ! ସୁରକ୍ଷା ପାଇଁ ନିୟଜିତ ଥିବା ସୀମା ସୁରକ୍ଷା ବାହିନୀ(ବିଏସଏଫ)ଯବାନ ବିଏନ ୧୫୧ ଙ୍କ ତରଫରୁ ମୁଖ୍ୟଛକର ବିଭିନ୍ନ ସ୍ଥାନରେ ସ୍ୱଚ୍ଛ ଭାରତ ଅଭିଯାନରେ ସାମୁହିକ ଭାବେ ଉପସ୍ଥିତ ରହି ଗ୍ରାମ୍ୟ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି! ରିପୋର୍ଟ ବିକ୍ରାନ୍ତ କୁମାର ବେବର୍ତ୍ତା, ବୈପାରିଗୁଡା

No Result
View All Result