No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୨ ଅକ୍ଟୋବର ଶନିବାର ) ବାଙ୍କୀ :-ଆଜି ବାଙ୍କୀ ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପରିସରରେ ସ୍ଥାପିତ ମହାତ୍ମା ଗାନ୍ଧୀଙ୍କ ୧୫୨ତମ ଜୟନ୍ତୀ ପାଳନ ଅବସରରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରେୀ କାଳିଚରଣ ତ୍ରିପାଠୀ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବାଙ୍କୀ ପ୍ରେସକ୍ଲବ ସଭାପତି ବଳଭଦ୍ର ପଣ୍ଡା, ଉପସଭାତି ଅମରେନ୍ଦ୍ର ମହାପାତ୍ର, ସହ ସଂପାଦକ ବିଭୂପ୍ରସାଦ ସାମଲ, ମା’ଚର୍ଚ୍ଚିକା ସାମ୍ବାଦିକ ସଂଘ ସଭାପତି ଅରବିନ୍ଦ ହରିଚନ୍ଦନ, ସଂପାଦକ ମନୋଜ କୁମାର ଦଳେଇ, ସାମ୍ବାଦିକ ଗୌତମ ମିଶ୍ର, ଅଶୋକ ରଣା, ସୂର୍ଯ୍ୟମଣି ମଳିକ, ଅନନ୍ତ ରଣା ପ୍ରମୁଖ ଯୋଗଦେଇ ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବିଭାଗୀୟ କର୍ମଚାରୀ ସୁଦର୍ଶନ ବେହେରା ଓ ଦୁର୍ଯ୍ୟୋଧନ ପରିଡା ଏହାକୁ ପରିଚାଳନା କରିଥିଲେ ।ସେହିପରିବାଙ୍କୀ ଏନ୍.ଏ.ସି ଅନ୍ତର୍ଗତ
ଚକାପଦା ଭୂତନାଥ ଦେବ ମନ୍ଦିର ପରିସରରେ ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନ ମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ ପାଳନ ଅବସରରେ ମନ୍ଦିର ପରିସରରେ ସଫେଇ କରାଯାଇଥିଲା । ପ୍ରସନ୍ନ କୁମାର ପ୍ରଧାନ, କବୟତ୍ରୀ ମୋନାଲିସା ପ୍ରିୟଦର୍ଶନୀ ନନ୍ଦ ମୁଖ୍ୟ ବକ୍ତା, ଓଡ଼ିଶା ଜୀବିକା ମିଶନର ସଂଯୋଜକ ଅକ୍ଷୟ କୁମାର ଭଟ୍ଟ, ରଜମହୋତ୍ସବ ସଂପାଦକ ଅଶୋକ କୁମାର ଗିରି, ଯୋଗେଶଚନ୍ଦ୍ର ସ୍ମୃତିସଂସଦର ସଂପାଦକ ମନୋଜ କୁମାର ରାଉତ, ସାମ୍ବାଦିକ ଗୌତମ ମିଶ୍ର, କବି ବଂଶୀଧର ମହାପାତ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ ।
ଯୋଗଗୁରୁ ଜ୍ୟୋତିପ୍ରକାଶ ପାଢ଼ୀଙ୍କୁ ତାଙ୍କର ଅହିଂସା ସରଳ ନୀତିକୁ ସମ୍ମାନ ଜଣାଇ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଗାନ୍ଧିଜୀଙ୍କ ଜୟନ୍ତୀ ପାଳନ ଅବସରରେ ବାଙ୍କୀ କଲେଜ ଜାତୀୟ ସେବା ଯୋଜନା ତରଫରୁ ଆଲୋଚନା ଚକ୍ର ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ.ଅରୁଣ କୁମାର ବେହେରା,ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରିଥିଲେ । ସ୍ୱେଚ୍ଛାସେବୀ ବିଶ୍ୱମୋହନ ଉପାଧ୍ୟାୟ, ସୁଲଗ୍ନା ସାମନ୍ତରାୟ, ସନ୍ଦୀପ୍ କୁମାର ସାହୁ, ବାଦଲ କୁମାର ସାହୁ, ସୁରେଶ ପାତ୍ର, ସୀମା ଧଳ, କୃଷ୍ଣ ମୁରାରୀ ମହାପାତ୍ର, ଅଙ୍କିତ ମହାପାତ୍ର, ରୁଦ୍ରନାରାୟଣ ଓ ସୁଶ୍ରୀ
ସରସ୍ୱତୀଜଯୋଗ ଦେଇ କାର୍ଯ୍ୟ କର୍ମ କୁ ସଫଳ କରିଥିଲେ।ବାଙ୍କୀ ବିବେକାନନ୍ଦ ହାଇସ୍କୁଲ ପରିସରରେ ଆଜି ମହାତ୍ମାଗାନ୍ଧୀ ଓ ଶାସ୍ତ୍ରୀଙ୍କ ଜୟନ୍ତୀ ଅବସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା ବିବେକାନନ୍ଦ ହାଇସ୍କୁଲ ପରିସରରେ ଆଇନଜୀବୀ ସନ୍ତୋଷ କୁମାର ରଣା , ଶିକ୍ଷୟିତ୍ରୀ ସୁରୋଜିତା ପଣ୍ଡା, ଅଶ୍ରୁତା ପ୍ରିୟଦର୍ଶିନୀ ପଣ୍ଡା, ବନମାଳି ରଥ, ସୁପ୍ରଭା ପଣ୍ଡା, ପାର୍ଥବୀ ସ୍ୱାଇଁ , ସରସ୍ୱତୀ ମନ୍ତ୍ରୀ, ସସ୍ମିତା ପଣ୍ଡା, ସସ୍ମିତା ବେହେରା, ହରିହର ଜେନା ଓ କର୍ମଚାରୀ ରୁଦ୍ରପ୍ରସାଦ ରଣା ପ୍ରମୁଖ ଯୋଗଦେଇ ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀଙ୍କ ସଂପର୍କରେ ଆଲୋଚନା କରିବା ସହିତ ଶ୍ରଦ୍ଧାଞ୍ଜଳି
ଅର୍ପଣ କରିଥିଲେ ।ବାଙ୍କୀର ବୌଦ୍ଧିକ ତଥା ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ତରଫରୁ ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ବାଙ୍କୀ କଚେରୀ ଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଅନୁଷ୍ଠାନର ସଭ୍ୟମାନେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଅନୁଷ୍ଠାନର ସଂଯୋଜକ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, ବରିଷ୍ଠ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ, କବି ଲଲାଟେନ୍ଦୁ ପଣ୍ଡା, ଅମୀତ କୁମାର ସାହୁ, ଦୀପକ କୁମାର ସାମନ୍ତରା ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
No Result
View All Result