No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୨ ଅକ୍ଟୋବର ଶନିବାର ) ଭୁବନେଶ୍ୱର :- ଡି.ଏ.ଭି ପବ୍ଲିକ ସ୍କୁଲ କଳିଙ୍ଗ ନଗରରେ ୧୧୭ତମ ଶାସ୍ତ୍ରୀ ଓ ୧୫୨ତମ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । କରୋନା ନିୟମାବଳୀ ପାଳନ ପୂର୍ବକ ଏହି ଉତ୍ସବକୁ ବିଦ୍ୟାଳୟର ଅଧ୍ୟକ୍ଷ, ପର୍ଯ୍ୟବେକ୍ଷକ, ପର୍ଯ୍ୟବେକ୍ଷିକା, ଶିକ୍ଷକ ଶିକ୍ଷୟିତ୍ରୀ ଦୁଇ ମହାନ ଆତ୍ମାଙ୍କ ଫଟୋଚିତ୍ରରେ ଶ୍ରଦ୍ଧାସୁମନ ଅର୍ପଣ କରି ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଗାନ୍ଧୀଜୀଙ୍କ ପ୍ରିୟ ଭଜନ ରାମଧୁନ୍ ଓ ବୈଷ୍ଣବ ଜନତୋ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦ୍ୱାରା ଗାନ କରାଯାଇଥିଲା । ଭାରତର ରାଷ୍ଟ୍ରପିତା ମହାତ୍ମାଗାନ୍ଧୀ ଓ ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଜୀବନାଦର୍ଶ ଉପରେ ଶିକ୍ଷକ ମହେଶ୍ୱର ମାହଲ,
ଶିକ୍ଷୟିତ୍ରୀ ମଞ୍ଜୁବାଳା ସାହୁ, ଛାତ୍ରୀ ମ୍ରିନାଲି ମେହେକ ଓ ରୁଚିକା ଦାସ ତାଙ୍କ ବକ୍ତବ୍ୟ ମାଧ୍ୟମରେ ଆଲୋକପାତ କରିଥିଲେ । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ମହାପୁରୁଷମାନଙ୍କ ଜୀବନାଦର୍ଶରେ ଅନୁପ୍ରାଣିତ ହୋଇ ନିଜ ଜୀବନକୁ ତଦନୁରୂପ ଆଦର୍ଶମୟ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେବା ସହ ଆତ୍ମସମୀକ୍ଷା ହିଁ ସଫଳତାର ମାର୍ଗ ଉନ୍ମୋଚନ କରିବ ବୋଲି ତାଙ୍କ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ । ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଟିକୁ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନଙ୍କ ଗୋଚରାର୍ଥେ ୟୁଟ୍ୟୁବ୍ ମାଧ୍ୟମରେ ପ୍ରସାରଣ କରାଯାଇଥିଲା ।
No Result
View All Result