No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୨ ଅକ୍ଟୋବର ଶନିବାର ) କଳାହାଣ୍ଡି :- ସ୍ଥାୟୀ ନିଯୁକ୍ତି ଦାବି ନେଇ ଅଲ୍ ଓଡିଶା ଆୟୁଷ ଡାକ୍ତର ସଂଘ ପକ୍ଷରୁ ଆନ୍ଦୋଳନ ଆରମ୍ଭ ହୋଇଛି। ଏହି କ୍ରମରେ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଇନଚାର୍ଜ ଡ଼ା ସନତ କୁମାର ଶତପଥୀଙ୍କୁ ଏକ ଦାବିପତ୍ର ଆୟୁଷ ଡାକ୍ତର ସଂଘ ପକ୍ଷରୁ ପ୍ରଦାନ କରାଯାଇଛି। ଆୟୁଷ ଡାକ୍ତର ଦୁର୍ଯ୍ୟୋଧନ ପ୍ରଧାନଙ୍କ ନେତୃତ୍ୱରେ ଏକ ଟିମ୍ ଏହି ଦାବିପତ୍ର ପ୍ରଦାନ କରିଥିବା ବେଳେ ରାଜ୍ୟ ସରକାରଙ୍କ ପାଖରେ ବିଭିନ୍ନ ଦାବି ରଖାଯାଇଛି। ନର୍ଲା ଅଧିନରେ କାର୍ଯ୍ୟରତ ସମସ୍ତ ଆୟୁଷ ଡାକ୍ତର କେବଳ ଆୟୁଷ ଓପିଡି ବ୍ୟତିତ ଅନ୍ୟ କାର୍ଯ୍ୟ ସମୂହ ଯଥା

ଇମରଜେନସି ଓ ଜାତୀୟ କାର୍ଯ୍ୟକ୍ରମରେ ଦାବି ପୂରଣ ନହେଲା ପର୍ଯ୍ୟନ୍ତ ଅସହଯୋଗ କରିବେ। ରାଜ୍ୟ ସଂଘର ନିର୍ଦ୍ଦେଶକ୍ରମେ କ୍ରମେ ଜିଲ୍ଲା ସଂଘ ଗାନ୍ଧୀ ଜୟନ୍ତୀ ଠାରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ କେବଳ ଆୟୁଷ ଚିକିତ୍ସା ବ୍ୟତିତ ଅନ୍ୟ ସେବା କରିବେ ନାହିଁ ବୋଲି ଆୟୁଷ ଡାକ୍ତରମାନେ ମତ ରଖିଛନ୍ତି। କଳାହାଣ୍ଡି ଜିଲ୍ଲା ଆୟୁଷ ଡାକ୍ତର ସଂଘ ସଭାପତି ଡ଼ା ଦୁର୍ଯ୍ୟୋଧନ ପ୍ରଧାନଙ୍କ ସହ ଡ଼ା ଅନୁଜା ପାଣ୍ଡେ, ଡ଼ା ପୁଷ୍ପାରାଣୀ ଚନ୍ଦ୍ରକାର ପ୍ରମୁଖ ଦାବିପତ୍ର ପ୍ରଦାନ କରିଥିଲେ। ( ରିପୋର୍ଟ ପ୍ରଦୀପ କୁମାର ଗଉଡ କଳାହାଣ୍ଡି ବ୍ୟୁରୋ ଚିଫ)
No Result
View All Result