No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୨ ଅକ୍ଟୋବର ଶନିବାର) ଖୋର୍ଦ୍ଧା :-ଜଟଣୀ 2 ଅକ୍ଟୋବର :-ମହାତ୍ମା ଗାନ୍ଧୀ ଜୀ’ଙ୍କର 152 ତମ ଜନ୍ମ ବାର୍ଷିକୀ ଅବସରରେ, ଇଷ୍ଟ କୋଷ୍ଟ ରେଲୱେ ସ୍ପୋର୍ଟସ୍ ଆସୋସିଏସନ୍, ଖୋର୍ଦ୍ଧା ରୋଡ଼ , ପୂର୍ବ ତଟ ରେଳବାଇ ଭାରତ ସ୍କାଉଟ୍ସ ଆଣ୍ଡ ଗାଇଡ୍, ଖୋର୍ଦ୍ଧା ରୋଡ଼ଙ୍କ ସମନ୍ୱୟରେ ରେଳ ଷ୍ଟାଡିୟମରେ ଏକ “ସର୍ବ ଧର୍ମ ପ୍ରାର୍ଥନା” କରାଯାଇଥିଲା। ଯାହାର ଲକ୍ଷ୍ୟ ହେଉଛି ଭାରତର ମହାନ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଏବଂ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ସ୍ଥାପିତ ନୀତିକୁ ମନେ ରଖିବା। ଏହି ଅବସରରେ ଖୋର୍ଦ୍ଧାରୋଡ଼ ମଣ୍ଡଳ ର ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଅପରେସନ୍) ଶ୍ରୀ ଅଶୋକ କୁମାର, ଅନ୍ୟ ଶାଖା ଅଧିକାରୀଙ୍କ ସହ ମହାତ୍ମା ଗାନ୍ଧୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏବଂ ସର୍ବ ଧର୍ମ ପ୍ରାର୍ଥନା ରେ ଭାଗ ନେଇଥିଲେ।
ଏହି ଅବସରରେ ଶ୍ରୀ ଅଶୋକ କୁମାର କହିଥିଲେ ଯେ’ ସମସ୍ତେ ଏହି ମହାନ ବ୍ୟକ୍ତିତ୍ୱଙ୍କ ଦ୍ୱାରା ସ୍ଥାପିତ ନୀତିଗୁଡିକୁ ଅର୍ଥାତ୍ ସତ୍ୟ, ଅହିଂସା, ସର୍ବୋଦୟ ଏବଂ ସତ୍ୟାଗ୍ରହ ଅନୁସରଣ କରିବା ଉଚିତ୍ ଯଥା ଦେଶର ଜଣେ ଦାୟିତ୍ ବାନ ନାଗରିକ ହେବା ଉଚିତ | ସ୍ୱାଧୀନତାର 75 ବର୍ଷ ପୂରଣ ହେବା ଅବସରରେ, “ଆଜାଦୀ କା ଅମୃତ ମହୋତ୍ସବ” ର ଏକ ଅଂଶ ଭାବରେ, ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ, କ୍ରୀଡା ଅଧିକାରୀ ତଥା ସିନିୟର ଡିଭିଜନାଲ କମର୍ସିଆଲ୍ ମ୍ୟାନେଜର ଖୋର୍ଦ୍ଧାରୋଡ଼, ଶ୍ରୀ ଅମିତେଶ ଆନନ୍ଦ ଙ୍କ ମାର୍ଗଦର୍ଶନରେ “ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନ୍ 2.O”, 13 ଅଗଷ୍ଟ 2021 ରୁ 2 ଅକ୍ଟୋବର 2021 ପର୍ଯ୍ୟନ୍ତ ପାଳନ କରିଥିଲା।
ଏହି ସମୟରେ ମଣ୍ଡଳ ର ସମସ୍ତ ବିଭାଗର କର୍ମଚାରୀଙ୍କ ଦ୍ଵାରା ବିଭିନ୍ନ ଶାରୀରିକ କାର୍ଯ୍ୟକଳାପ ଏବଂ ଫିଟନେସ୍ ରନ୍ କ୍ରୀଡା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା| ଯାହାର ଲକ୍ଷ୍ୟ ହେଉଛି ନିଜକୁ ଫିଟ୍ ରଖିବା ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା | ଆଜି, 2 ଅକ୍ଟୋବର 2021 ଅର୍ଥାତ୍ ଫିଟ୍ ଇଣ୍ଡିଆ ଫ୍ରିଡମ୍ ରନ୍ 2.O ର ଶେଷ ଦିନରେ, ଇଷ୍ଟକୋଷ୍ଟ ରେଲୱେ ସ୍ପୋର୍ଟସ୍ ଆସୋସିଏସନ୍ (ECORSA) ଦ୍ଵାରା, ରେଲୱେ ଷ୍ଟାଡିୟମ ଠାରୁ
ଖୋର୍ଦ୍ଧାରୋଡ଼ ରେଳ ଷ୍ଟେସନ ପର୍ଯ୍ୟନ୍ତ ଏକ “ଫିଟନେସ୍ ରନ୍” ଆୟୋଜନ କରାଯାଇଥିଲା | ଏହି ଫିଟନେସ୍ ରନରେ ଶ୍ରୀ ଅଶୋକ କୁମାର, ଏଡିଆରଏମ୍ (ଓପି), ଶାଖା ଅଧିକାରୀ, ସ୍କାଉଟ୍ସ ଆଣ୍ଡ ଗାଇଡ୍, କ୍ରୀଡା ବ୍ୟକ୍ତି ଏବଂ ଖୋର୍ଦ୍ଧାରୋଡ଼ ମଣ୍ଡଳ ର କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ। ଉତ୍ସବର ଏକ ଅଂଶ ଭାବରେ ରେଳ ଷ୍ଟାଡିୟମରେ, ଇଷ୍ଟକୋଷ୍ଟ ରେଳ ସ୍ପୋର୍ଟସ ଆସୋସିଏସନ ଏବଂ ଫୁଟବଲ ଆସୋସିଏସନ ଅଫ ଓଡ଼ିଶା ମଧ୍ୟରେ ଏକ ପ୍ରଦର୍ଶନୀ ଫୁଟବଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା |
ଏହି କାର୍ଯ୍ୟକ୍ରମକୁ ମଣ୍ଡଳର କ୍ରୀଡ଼ା ସଚିବ ଏମ ଡି.ଜାକିରୁଦ୍ଦିନ ସଂଯୋଜନା କରିଥିଲେ।
ଖୋର୍ଦ୍ଧା-ଜଟଣୀରୁ ଇଫତେଖାର ଅଲ୍ଲୀ ଙ୍କ ରିପୋର୍ଟ
No Result
View All Result