No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୨ ଅକ୍ଟୋବର ଶନିବାର) ଭୁବନେଶ୍ୱର :- ପବିତ୍ର ଗାନ୍ଧୀ ଜୟନ୍ତୀରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି । ଆଜି ପୂର୍ବାହ୍ନ ରେ ଖଣ୍ଡଗିରି ସ୍ଥିତ ଗାନ୍ଧୀ ଶାନ୍ତି କେନ୍ଦ୍ର ଠାରେ ମହାତ୍ମା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ବାପୁଙ୍କର ସ୍ମୃତି ଚାରଣ କରିଥିଲେ ।
ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ଆହ୍ବାନ କ୍ରମେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ନଭେମ୍ବର ୨, ମାସ ବ୍ୟାପୀ ସମାଜ ସେବା ଅଭିଯାନରେ ସେବା, ସ୍ବଚ୍ଛତା ଓ ସାମାଜିକ ପ୍ରତିବଦ୍ଧତା କାର୍ଯ୍ୟକ୍ରମ ରେ ଘାଟିକିଆ ସ୍କୁଲ ପରିସରରେ ସଫେଇ କାର୍ଯ୍ୟକ୍ରମ କରିଥିଲେ ।
ସେହିପରି ଅଙ୍ଗନୱାଡି ଛାତ୍ର ଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ କରିବା ସହ ଶେଷରେ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ରକ୍ତଦାନ ଶିବରରେ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିଶୁ ମଙ୍ଗଳ ଅଧିକାରୀ ସନ୍ଧ୍ୟାରାଣି ଦେବି, ପୁର୍ବତନ କର୍ପୋରେଟର ମହାମାୟା ସ୍ୱାଇଁ, ଦିଲ୍ଲିପ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।
No Result
View All Result