No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୨ ଅକ୍ଟୋବର ଶନିବାର) ପାରଳାଖେମୁଣ୍ଡି :- ଗଜପତିଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ଠାରେଜିଲ୍ଲା ବିଜେଡ଼ି ପକ୍ଷରୁ ଗାନ୍ଧୀଜୟନ୍ତୀ ପାଳନ ପାରଳାଖେମୁଣ୍ଡି ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଗଜପତି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ସର୍ବପ୍ରଥମେ ଗାନ୍ଧିଛକ ଠାରେ ଗୌରହରି ପାଠାଗାରରେ ଥିବା ଜାତିର ଜନକ ମହାତ୍ମା ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ସାହୁ ପୁଷ୍ପମାଲ୍ୟ ଅର୍ପଣକରିଥିଲେ। ପରେ ଗାନ୍ଧିଛକ ଠାରେ ସ୍ବର୍ଗତ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣଦେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା ।

ପରେ ବଜାର ଛକଠାରେ ସ୍ବର୍ଗତ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରାଯାଇଥିଲା । ତାପରେ ହାଇସ୍କୁଲ ଛକଠାରେ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମହିଳା ଜିଲ୍ଲା ସଭାପତିଙ୍କ ସମେତ ମହିଳା କର୍ମୀମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପରିଶେଷରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସମସ୍ତ ନେତା ଓ କର୍ମୀ ମିଳିତ ଭାବେ ସଫେଇ କାର୍ଯ୍ୟ କରିଥିଲେ ।
ଉକ୍ତ ସମସ୍ତ କାର୍ଯ୍ୟକ୍ରମରେ ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ସାହୁ , ରାଜ୍ୟ ସମ୍ପାଦକ ଶ୍ରୀ ଜ୍ଞାନେନ୍ଦ୍ର ଗିରି ଗୋସ୍ୱାମୀ , ଶ୍ରୀ ରଞ୍ଜିତ ରାୟ , ଜିଲ୍ଲା ସଭାପତି ଶ୍ରୀ ପ୍ରଦୀପ କୁମାର ନାୟକ , ମହିଳା ଜିଲ୍ଲା ସଭାପତି ଶ୍ରୀମତୀ ପୂର୍ଣ୍ଣବାସୀ ନାୟକ , ଜିଲ୍ଲାବିଜେଡ଼ି ମହିଳା ଉପ-ସଭାପତି ସଂଯୁକ୍ତା ବେହେରା ନଗରବିଜେଡ଼ି ମହିଳା ସାଧାରଣ ସମ୍ପାଦିକା ତନୁଜା ଶତପଥୀ ଯୁବବିଜେଡ଼ି ଜିଲ୍ଲା ସଭାପତିଏସ୍. ଲିଙ୍ଗରାଜ , ଛାତ୍ରବିଜେଡ଼ି ଜିଲ୍ଲା ସଭାପତି ଶ୍ରୀ ବିଶ୍ୱଜିତ ତ୍ରିପାଠୀ , ନଗର ସଭାପତି ଶ୍ରୀ ସୂର୍ଯ୍ୟ ନାରାୟଣ ରାଜଗୁରୁ , ରାଜ୍ୟ ସମ୍ପାଦକ ଶ୍ରୀ ମାରୁତ ପାଳ ଏବଂ ଜିଲ୍ଲାର ସମସ୍ତ ତୁଙ୍ଗନେତା ଉପସ୍ଥିତ ଥିଲେ ।

No Result
View All Result