No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୨ ଅକ୍ଟୋବର ଶନିବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ଏକ ସ୍ୱେଚ୍ଛାସେବୀ ସଂସ୍ଥା ସେଣ୍ଟର୍ ଫର୍ କମ୍ୟୁନିଟି ଡେଭ୍ ଲେପ୍ ମେଣ୍ଟ (ସିସିଡି) ଦ୍ୱାରା ଭାରତ ସରକାରଙ୍କ କୌଶଳ ବିକାଶ ଓ ଉଦ୍ୟୋଗ ମନ୍ତ୍ରାଳୟ ସହାୟତାରେ ଜନ ଶିକ୍ଷା ସଂସ୍ଥାନ ମାଧ୍ୟମରେ କୌଶଳ ବିକାଶ ତାଲିମ କେନ୍ଦ୍ର ଓ ନୂତନ କାର୍ଯ୍ୟାଳୟ ପାରଳାଖେମୁଣ୍ଡି ସ୍ଥିଚ କାମାକ୍ଷ ନଗରଠାରେ ମୁଖ୍ୟ ଅତିଥି ସଂଗ୍ରାମ ଶେଖର ପଣ୍ଡା-ଅତିରିକ୍ତ ଜିଲ୍ଲାପାଳ ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି ଏହି ଉଦଘାଟନୀ ଉତ୍ସବରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଲିଡ୍ ବ୍ୟାଙ୍କ ମେନେଡର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଓଡିଶା ଜୀବିକା ମିଶନ ର ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ, ଇଣ୍ଡ୍ରାଷ୍ଟ୍ରି ପ୍ରୋମୋଶନ ଅଧିକାରୀ-ଡିଆଇସି, ଆରସେଟି ର ଡାଇରେକ୍ଟର, ଗଜପତି ମହିଳା ସମବାୟର କର୍ମୀ, ସମର୍ଥ ଭିନ୍ନକ୍ଷମ ଅନୁଷ୍ଠାନର ଅଧ୍ୟକ୍ଷ, ଜନ ଶିକ୍ଷା ସଂସ୍ଥାନ ର ପରିଚାଳନା କମିଟି ସଭ୍ୟସଭ୍ୟା, ସିସିଡିର ପରିଚାଳନା କମିଟିର ସଭ୍ୟସଭ୍ୟା, ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ଅନୁଷ୍ଠାନର ମୁଖ୍ୟ ଓ ବିଭିନ୍ନ ଖବରକାଗଜର ସାମ୍ବାଦିକ ବନ୍ଧୁମାନେ ଉପସ୍ଥିତ ଥିଲେ ।

ଜନଶିକ୍ଷା ସଂସ୍ଥାନ ର ଅଧ୍ୟକ୍ଷ ଏ.ଜଗନ୍ନାଥ ରାଜୁ ମହିଳା ଏବଂ ମହିଳା ସ୍ୱୟଂ ସହାୟକ ଦଳ ର ଆର୍ଥିକ ଉନ୍ନତି ତଥା କ୍ଷୁଦ୍ରଉଦ୍ୟୋଗ ପ୍ରତିଷ୍ଠା କରି କିପରି ଆର୍ଥିକ ସ୍ୱାବଲମ୍ବୀ ହୋଇପାରିବେ ସେ ଉପରେ ଅଧିକ ଗଜପତି ଜିଲ୍ଲାରେ ଥିବା ଅଶିକ୍ଷିତ, ଅଣଶିକ୍ଷିତ ଓ ଅଧାରୁ ପାଠ ଛାଡି ଥିବା ସମସ୍ତ ବେକାର ଯୁବକଯୁବତୀ ମାନଙ୍କୁ (୧୫ ରୁ ୪୫ବର୍ଷ ମଧ୍ୟରେ) ବିଭିନ୍ନ ପ୍ରକାର କୌଶଳ ଭିତ୍ତିକ ତାଲିମ ମାଗଣାରେ ପ୍ରଦାନ କରାଯିବ ଏବଂଉର୍ତିନବ୍ୟକ୍ତିମାନଙ୍କୁଭାରତସରକାରଙ୍କର
ସ୍ୱୀକୃତିପ୍ରାପ୍ତ ପ୍ରମାଣପତ୍ର ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମରେ ମହିଳା ଏବଂ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ଅଗ୍ରାଧିକାର ଦିଆଯିବ । ଏହି ବେକାର ଯୁବକଯୁବତୀ ମାନଙ୍କୁ ଆତ୍ମନିଯୁକ୍ତି, ଆତ୍ନନିର୍ଭରଶୀଳ କରିବା ଏବଂ ସେମାନଙ୍କୁ ରୋଜଗାରକ୍ଷମ କରିବା ଜନଶିକ୍ଷା ସଂସ୍ଥାନ ର ମୁଖ୍ୟ ଉଦ୍ଧେଶ୍ୟ ।

ପ୍ରତି ବର୍ଷ ୧୮୦୦ ଜଣଙ୍କୁ ଏହି ସଂସ୍ଥାମାଧ୍ୟମରେ ତାଲିମ ପ୍ରଦାନକରାଯିବ ଏଥିରେ ମହୁଚାଷ, ଛତୁଚାଷ, ୱେଲ୍ଡିଂ, ଜୁସ୍-ଜାମ-ଜେଲୀ-ଆଚାର ତିଆରି କରିବା, ସିଲେଇ, ବେକେରୀ, ଅଗରବତୀ, ବାଉଁଶରେ ବିଭିନ୍ନ ଘରୋଇ ଉପକରଣ ପ୍ରସ୍ତୁତ କରିବା ଇତ୍ୟାଦି ୧୨ ପ୍ରକାର ତାଲିମ ୯୦୦ ଜଣଙ୍କୁ ଏହି ୬ ମାସରେ (ଅକ୍ଟୋବର-୨୨୨୧ ରୁ ମାର୍ଚ୍ଚ-୨୦୨୨) ଦିଆଯିବ । ତାଲିମାର୍ଥୀଙ୍କ ଗମନାଗମନ ର ଅସୁବିଧାକୁ ଆଖିଆଗରେ ରଖି ଏହି ତାଲିମ ବିଭିନ୍ନ ଗ୍ରାମ ଓ ପଞ୍ଚାୟତରେ ମଧ୍ୟ ଆୟୋଜନ କରିବା ବ୍ୟବସ୍ଥା ରହିଛି । ଏହି ଉଦଘାଟନ ଅବସରରେ ଅତିରିକ୍ତ ଜିଲ୍ଲାପାଳ ଅଭିଭାଷଣ ମାଧ୍ୟମରେ ପ୍ରତ୍ୟେକ ଗ୍ରାମରେ ଏକ ସର୍ଭେ ମାଧ୍ୟମରେ ଲୋକମାନଙ୍କ ଇଛାଶକ୍ତି, କଣକଣ କୌଶଳ ଜ୍ଞାନ ରହିଛି ଏବଂ ଯାହା ପ୍ରସ୍ତୁତ କରିବା ତାର ସଫଳ ବଜାରୀକରଣ ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ । ଏଥିରେ ଉପସ୍ଥିତ ଅନ୍ୟାନ୍ୟ ଅତିଥି ମଧ୍ୟ ଏହାକୁ ସମର୍ଥନ କରିଥିଲେ । ଜନ ଶିକ୍ଷା ସଂସ୍ଥାନ ଏବଂ ସିସିଡିର ସମସ୍ତ କର୍ମୀ ଏଥିରେ ସହଯୋଗ କରିଥିଲେ l

No Result
View All Result