No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୨ ଅକ୍ଟୋବର ଶନିବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା କାଶୀନଗର ବ୍ଲକର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ଲାଗି ପ୍ରି-ସ୍କୁଲ ୟୁନିଫର୍ମ ବଣ୍ଟନ କରାଯାଇଥିବାର ଜଣାପଡିଛି । ଆଜି କାଶୀନଗର ବ୍ଲକର କେ.ସୀତାପରୁ, ସିଆଳି ଓ ଖାଣ୍ଡବା ପଞ୍ଚାୟତର ବିଭିନ୍ନ ଅଙ୍ଗନବାଡି କର୍ମୀଙ୍କୁ ମିଶନ ଶକ୍ତି ବିଭାଗ ଆନୁକୁଲ୍ୟରେ ଏହିଗୁଡିକୁ ହସ୍ତାନ୍ତର କରାଯାଇଛି ।
ଚଳିତ ବର୍ଷ ମଧ୍ୟ କୋଭିଡ ନିୟମକୁ ପ୍ରାଧାନ୍ୟ ଦେଇ ଛୋଟ ଛୋଟ ପିଲାମାନଙ୍କ ବିଦ୍ୟାଳୟ ତଥା ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତଙ୍କୁ ପୋଷାକ ତଥା ୟୁନିଫର୍ମ ବଣ୍ଟନ କରିବାକୁ ନିର୍ଦ୍ଦେଶ ରହିଛି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ଏସ୍ଏଚ୍ଜି ମାଧ୍ୟମରେ ଏହି ପୋଷାକ ବିତରଣ କରାଯାଇଛି । କେ.ସୀତାପୁର, ସିଆଳି ଓ ଖାଣ୍ଡବା ପଞ୍ଚାୟତର ଯଥା କ୍ରମେ ଅଷ୍ଟଲକ୍ଷ୍ମୀ ଏସ୍ଏଚ୍ଜି, ଶୁଭଶ୍ରୀ ଏସ୍ଏଚ୍ଜି ଓ ଭାରତମାତା ଶକ୍ତି ଏସ୍ଏଚ୍ଜିଙ୍କ ଜରିଆରେ ଏହି ପୋଷାକ ବା ୟୁନିଫର୍ମ ଅଙ୍ଗନବାଡି କର୍ମୀଙ୍କୁ ପ୍ରଦାନ କରାଯାଇଥିଲା

No Result
View All Result