No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୨ ଅକ୍ଟୋବର ଶନିବାର) ଛତିଆ :- ଛତିଆ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ୧୫୨ ତମ ଜନ୍ମଜୟନ୍ତୀ ଆଜି ବଡଚଣା ର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି । ଗାନ୍ଧିସ୍ମୃତି କମିଟି ପକ୍ଷରୁ ଆୟୋଜିତ ଜୟନ୍ତୀ ପାଳନ ଉସ୍ଛବ ରେ ବଡଚଣା ର ମାନ୍ୟବର ବିଧାୟକ ଅମର ପ୍ରସାଦ ଶତପଥୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ପ୍ରଥମେ ଗାନ୍ଧି ଓଲ୍ଲାଇଥିବା ବୈରି ରେଳ ଷ୍ଟେସନର ଠାରେ ରାମଧୁନ ଗାନ କରାଯିବା ପରେ ଏକ ପଦଯାତ୍ରାରେ ଆସି ଗାନ୍ଧିସ୍ମୃତିପୀଠ ଚମ୍ପାପୁର ଠାରେ ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ବିଧାୟକ ପରେ ଗାନ୍ଧୀଙ୍କ ବିଶ୍ରାମସ୍ଥଳୀ ଭାବେ ପରିଚିତ କାଇଥା ଚମ୍ପାପୁର ଗାନ୍ଧୀ ଶିକ୍ଷାଶ୍ରମ ପରିସରରେ ଗାନ୍ଧୀ ତୈଳ ଫଟୋ ଚିତ୍ର ଓ ଗାନ୍ଧି ବିଶ୍ରାମ ନେଇଥିବା ଖଟରେ ଓ ଶାସ୍ତ୍ରୀଙ୍କ ଫଟୋଚିତରେ ମାଲ୍ୟାର୍ପଣ କରାଯାଇଥିଲା । ଚମ୍ଫାପୁର ପଞାୟତ ପରିଶରରେ ମିଶନ ଶକ୍ତି ନୂତନ ଗୃହ କୁ ବିଧାୟକ ଓ ବଡଚଣା ବିଡିଓ ଅଜିତ ପ୍ରସାଦ ନାରାୟଣ ଗିରି ଉଦ୍ଘାଟନ କରିଥିଲେ ।

ଚମ୍ପାପୁର ଠାରେ ଆୟୋଜିତ ଏକ ସାଧାରଣ ସଭାରେ ସ୍ମୃତି କମିଟି ସଭାପତି ମିହିର ପ୍ରତାପ ଦାସ ଙ୍କ ସଭାପତିତ୍ୱରେ ସଭାରେ ବିଧାୟକ ଶ୍ରୀ ଶତପଥୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ପଦାଙ୍କ ଅନୁସରଣ କରି କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ ଅନ୍ୟ ମାନଙ୍କ ମଧ୍ୟରେ ବିଜୁଜନତା ଦଳ ସଭାପତି ତଥା ୧୮ ନମ୍ୱର ଯୋନ ଜିଲାପରିସଦ ସଭ୍ୟ ଅରବିନ୍ଦ ସାମଲ , ଶାରଦା ମହାନ୍ତି , ଯୁବ ନେତା ଗଣେଶ୍ୱର , ବରାଳ ପଞ୍ଚାନନ ଧଳ , ବିପିନ ଜେନା ପଂଚାୟତ ସମିତି ଅଧ୍ୟକ୍ଷ ଭାଗ୍ୟଧର ମଳିକ , ମହିଳା ସଭାନେତ୍ରୀ କିଛିନା ମହାପାତ୍ର , ସବିତା ବରାଳ , ବାସୁଦେବ ସ୍ୱାଇଁ , ଅଶାଲତ ସ୍ୱାଇଁ ଯୁବନେତା ଦିଲୀପ ରାଉତ , ଦୁର୍ଗେଶ ନନ୍ଦିନୀ ରାଉତ , ଆତ୍ମା ଅଦଖ୍ୟ ନିରଞ୍ଜନ ସେନାପତି , ଆର ଏମ ସି ସମ୍ପାଦକ ରମେଶ ସ୍ୱାଇଁ ପ୍ରମୁଖ ଯୋଗଦେଇ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଏ ଦେଶ ଓ ଜାତିପାଇଁ ଉସ୍ଛାର୍ଗୀକୃତ ବଳିଦାନ ଉପରେ ଆଲୋକପାତ କରିଥିଲେ ।

ବଡଚଣା ବ୍ଲକର ସର୍ବପୁରାତନ ହାଟ ଭାବେ ପରିଚିତ ଚମ୍ପାପୁର ହାଟକୁ ମହାତ୍ମାଗାନ୍ଧୀ କୃଷକ ବଜାର ନାମରେ ନାମିତ କରିବାକୁ ପ୍ରସ୍ତାବ ରଖାଯାଇଥିଲା । ଏହି ପ୍ରସ୍ତାବକୁ ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବାକୁ ବିଧାୟକ ଶ୍ରୀ ଶତପଥୀ ଘୋଷଣା କରିଥିଲେ । ସେହିପରି କଂଗ୍ରେସ ପକ୍ଷରୁ ବିଧାୟକ ପ୍ରାଥୀ ଅଜୟ ସାମଲ ଙ୍କ ନେତୃତ୍ୱରେ ଏକ ଟିମ ବନ୍ଦଳ ଠାରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶୋଭାଯାତ୍ରାରେ ଯାଇ ଚମ୍ପାପୁର ଠାରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହିତ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଅପର ପକ୍ଷେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ରଙ୍କ ପୁତ୍ର କ୍ୟାପଟେନ ରାଜନାରାୟଣ ମହାପାତ୍ର ଶତାଧିକ କଗ୍ରେସ ସମର୍ଥକ ଙ୍କ ସହ ଚଣ୍ଡିଖୋଲ ଛକ ରାଜିବ୍ ମେମୋରିଆଲ୍ କଲଚର ସେଣ୍ଟରୁ ଏକ ବାଇକ୍ ଶୋଭାଯାତ୍ରାରେ ବାହାରି ଚମ୍ଫାପୁର ଗାନ୍ଧି ଙ୍କ ପ୍ରତିମୂର୍ତ୍ତି ଓ ବନ୍ଦାଳ ଠାରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସହ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ର ରେ ଅବସ୍ଥାନେଇ ଉପରିସ୍ଥ ପ୍ରଶାସନ କୁ ଦୃଷ୍ଟି ପକାଇବା ନେଇ କହିଛନ୍ତି (ରିପୋର୍ଟ ଚନ୍ଦ୍ରଶେଖର ପୃଷ୍ଟି ଛତିଆ )
No Result
View All Result