• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଓଡିଶା ଉଠା ଜଳସେଚନ ନିଗମର ୪୯ ତମ ପ୍ରତିଷ୍ଠା ଦିବସ

Proprietor Abhimanyu Maharana by Proprietor Abhimanyu Maharana
October 2, 2021
in ଓଡ଼ିଶା, କଟକ, ମହାନଗର, ହୋମ୍
0
ଓଡିଶା ଉଠା ଜଳସେଚନ ନିଗମର ୪୯ ତମ ପ୍ରତିଷ୍ଠା ଦିବସ
Share on FacebookShare on TwitterWhatsapp

ସୌର ଚାଳିତ ଗଭୀର ନଳକୂପ ସେଚ ପ୍ରକଳ୍ପର ଅନ୍‌ଲାଇନ୍‌ ଦରଖାସ୍ତ ବ୍ୟବସ୍ଥା ନିମନ୍ତେ ନିୟମାବଳୀର ଶୁଭ ଉନ୍ମୋଚନ ଅଷ୍ଟମ ଶ୍ରେଣୀ ଉତୀର୍ଣ୍ଣ ହୋଇଥିବା ପାଣି ପଂଚାୟତର ସଦସ୍ୟଙ୍କୁ ପ୍ରଶିକ୍ଷଣ ପାଇଁ ଚୁକ୍ତିନାମା ସ୍ୱାକ୍ଷର ।

ଓଡ଼ିଶା ତାଜା ନ୍ୟୁଜ୍ (୦୧ ଅକ୍ଟୋବର ଶୁକ୍ରବାର ) ଭୁବନେଶ୍ୱର :- ଓଡିଶା ଉଠାଜଳସେଚନ ନିଗମର ୪୯ ତମ ପ୍ରତିଷ୍ଠା ଦିବସ ଓ.ଏଲ୍‌.ଆଇ.ସି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ନିଗମର ପ୍ରତିଷ୍ଠା ଦିବସରେ ସୌର ଚାଳିତ ଗଭୀର ନଳକୂପ ସେଚ ପ୍ରକଳ୍ପର ଅନ୍‌ଲାଇନ୍ ଦରଖାସ୍ତ ବ୍ୟବସ୍ଥା ନିମନ୍ତେ ନିୟମାବଳୀର ଶୁଭ ଉନ୍ମୋଚନ କରାଯାଇଛି ଏବଂ ଅଷ୍ଟମ ଶ୍ରେଣୀ ଉତୀର୍ଣ୍ଣ ହୋଇଥିବା ପାଣି ପଂଚାୟତ ସଦସ୍ୟଙ୍କୁ ପ୍ରଶିକ୍ଷଣ ପାଇଁ ଚୁକ୍ତିନାମା ଓ.ଏଲ୍‌.ଆଇ.ସି ଏବଂ ରାଜ୍ୟ ବୈଷୟିକ ଶିକ୍ଷା ଓ ତାଲିମ ପ୍ରତିଷ୍ଠାନ ସହିତ ସ୍ୱାକ୍ଷରିତ ହୋଇଛି । କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିଥିଲେ ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ଦାସ କହିଲେ ଯେ ଓ.ଏଲ୍‌.ଆଇ.ସି ଚାଷୀମାନଙ୍କର ଏକ ପରିଚିତ ନାମ । କୃଷକମାନଙ୍କ ପାଇଁ ଏହି ଅନୁଷ୍ଠାନ ଜଳସେଚନ ସୁବିଧା ଯୋଗାଇ ଦେଉଛି । ସେଥିପାଇଁ ଏହା କୃଷକମାନଙ୍କର ପ୍ରକୃତ ବନ୍ଧୁ । ୨୦୨୧-୨୨ ଆର୍ଥିକ ବର୍ଷରେ ଚଳିତ ବର୍ଷ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ୧ଲକ୍ଷ ୪୦ ହଜାର ହେକ୍ଟର ଜମିକୁୁ ଜଳସେଚନ ସୁବିଧା କରିବା ସହ ଆଗାମୀ ଦିନରେ କୃଷକମାନଙ୍କ ଆବଶ୍ୟକତା ପୂରଣ ଦିଗରେ ଅନୁଷ୍ଠାନ ପ୍ରୟାସ ଜାରି ରଖିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ କୃଷକମାନଙ୍କ କଲ୍ୟାଣ ପାଇଁ ଉଠା ଜଳସେଚନ ନିଗମଠାରୁ ଯେଉଁ ଆଶା ରଖିଛନ୍ତି, ତାହାକୁ ପୂରଣ କରିବାରେ ନିଗମର ଉଦ୍ୟମ ଅବ୍ୟାହତ ରଖିବାକୁ ସେ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।

ଜଳ ସଂପଦ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗ ଯୋଗଦେଇ କହିଲେ ଯେ, ଜଳସମ୍ପଦ ବିଭାଗ ତରଫରୁ ଚଳିତ ବର୍ଷ ୨ଲକ୍ଷ ୮୪ ଲକ୍ଷ ହେକ୍ଟର ଜମିକୁ ଅତିରିକ୍ତ ଜଳସେଚନ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ସେଥିରୁ ୧.୪ଲକ୍ଷ ହେକ୍ଟର ସୁବିଧା କେବଳ ଉଠାଜଳ ସେଚନ ନିଗମ ଜରିଆରେ ହେବା ଲକ୍ଷ୍ୟ ରହିଛି । ବୃହତ. ମଧ୍ୟମ, କ୍ଷୁଦ୍ର ଏବଂ ମେଗା ଲିଫ୍‌ଟ୍ ଜଳସେଚନ ବ୍ୟବସ୍ଥାରେ ବ୍ୟତିରେକ ଉଠାଜଳସେଚନ ବ୍ୟବସ୍ଥାରେ ୫୦ ଭାଗରୁ ଊର୍ଦ୍ଧ୍ୱ ସେଚ ସାମର୍ଥ ସୃଷ୍ଟି କରାଯାଇଛି । ପୋଷଣୀୟ ଜଳସେଚନ, ଗଭୀର ସେଚକୂପ ଖନନ ଉପରେ ସେ ଗୁରୁତ୍ୱାରୋପ କରିବା ସହିତ ବିଦ୍ୟୁତ୍ ସଂଯୋଗ ଯାଇପାରୁନଥିବା ଅଂଚଳ ପାଇଁ ସୌର ଚାଳିତ ଗଭୀର ନଳକୂପ ସେଚ ପ୍ରକଳ୍ପ କୃଷକମାନଙ୍କ ପାଇଁ ସୁବିଧା ଜନକ ହୋଇପାରିବ ବୋଲି ଶ୍ରୀମତୀ ଗର୍ଗ ମତବ୍ୟକ୍ତ କରିଥିଲେ ।

ଓଡିଶା ଉଠାଜଳସେଚନ ନିଗମର ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ଯୋଗଦେଇ କହିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ସର୍ବଦା ଚାଷୀମାନଙ୍କୁ ଅନ୍ନଦାତା ଭାବେ କହିଆସିଛନ୍ତି । ଚାଷୀକୁଳ କିପରି ଭଲରେ ରହିବେ, ଖୁସିରେ ରହିବେ, ସେମାନଙ୍କର ସୁବିଧା ପାଇଁ ସେ ସର୍ବଦା ଚିନ୍ତା କରୁଛନ୍ତି । ଏଣୁ ଓ.ଏଲ୍‌.ଆଇ.ସିକୁ ଚାଷୀମାନଙ୍କ ଉନ୍ନତି ପାଇଁ ଯେଉଁ ଦାୟିତ୍ୱ ଦିଆଯାଇଛି, ତାହାକୁ ସମସ୍ତଙ୍କର ସହଯୋଗରେ କରାଯିବ ବୋଲି ସେ କହିଥିଲେ । ୨ ବର୍ଷ ତଳେ ୪୭ ତମ ପ୍ରତିଷ୍ଠା ଦିବସ ବେଳେ ଉଠା ଜଳସେଚନ ନିଗମ ଜରିଆରେ ୧୦ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା କରାଯାଇଥିବା ବେଳେ ୨ ବର୍ଷ ପରେ ଏହା ୧୨ଲକ୍ଷ ୫୦ ହଜାର ହେକ୍ଟରରେ ପହଁଚିଛି । କୋଭିଡ୍ , ସମ୍ଭାବ୍ୟ ମରୁଡି, ବନ୍ୟା ଭଳି ପ୍ରତିକୂଳ ସ୍ଥିତିରେ ମଧ୍ୟ ସମସ୍ତେ କାମ କରିଛନ୍ତି ।

୮ମ ଶେଣୀ ପାଶ୍ କରିଥିବା ପାଣି ପଂଚାୟତର ସଦସ୍ୟ ସଦସ୍ୟାମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଗଲେ ପାଣି ପଂଚାୟତର ଯେଉଁ ସବୁ ଛୋଟ ଛୋଟ ସମସ୍ୟା ରହୁଛି, ଉଠା ଜଳ ସେଚନ ପ୍ରକଳ୍ପର ରକ୍ଷଣା ବେକ୍ଷଣରେ ଅସୁବିଧା ଉପୁଜୁଛି, ସେସବୁ ଦୂର କରାଯିବା ସହିତ ମହିଳାମାନେ ସ୍ୱାବଲମ୍ବୀ ହୋଇପାରିବେ ବୋଲି ଅଧ୍ୟକ୍ଷ ଶ୍ରୀ ପତ୍ରୀ କହିଥିଲେ । ଏହି ପ୍ରଶିକ୍ଷଣ ସଂପର୍କିତ ରାଜିନାମା ଓ.ଏଲ୍‌.ଆଇ.ସି ଓ ବୈଷୟିକ ଶିକ୍ଷା ଓ ତାଲିମ୍ ପ୍ରତିଷ୍ଠାନ ସହିତ ସ୍ୱାକ୍ଷରିତ ହୋଇଥିଲା । ଡି.ଟି.ଇ.ଟିର ନିର୍ଦ୍ଦେଶକ ଶ୍ରୀ ରେଘୁ ଜୀ ଉପସ୍ଥିତ ଥିବା ବେଳେ ଜଳସଂପଦ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ତଥା ଓଡିଶା ଉଠା ଜଳସେଚନ ନିଗମର ପରିଚାଳନା ନିର୍ଦ୍ଦେଶିକା ଶ୍ରୀମତୀ ଅର୍ଚ୍ଚନା ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରି କହିଲେ ଯେ, ରାଜ୍ୟରେ ଜଳସଂପଦ ବିଭାଗ ତରଫରୁ ବିଭିନ୍ନ ବ୍ୟବସ୍ଥାରେ ଅଦ୍ୟାବଧି ୪୪.୬୧ ଲକ୍ଷ ହେକ୍ଟର ସେଚ ସାମର୍ଥ୍ୟ ସୃଷ୍ଟି କରାଯାଇଥିବା ବେଳେ କେବଳ ଓ.ଏଲ୍ ଆଇ.ସି ଜରିଆରେ ୧.୨୫ ଲକ୍ଷ ଉଠାଜଳସେଚନ ପ୍ରକଳ୍ପ ଜରିଆରେ ୧୨.୫୦ ଲକ୍ଷ ହେକ୍ଟର ସେଚ ସାମର୍ଥ ସୃଷ୍ଟି କରାଯାଇ ୨୮ ପ୍ରତିଶତ ସଫଳତା ହାସଲ କରାଯାଇଛି ।

ସରକାରଙ୍କ ତରଫରୁ ପ୍ରତିବର୍ଷ ୧୦୦୦ ଟି ପ୍ରକଳ୍ପ ଛୋଟ ଛୋଟ ମରାମତି ପାଇଁ ବ୍ୟବସ୍ଥା ରହିଥିବା ସେ କହିବା ସହିତ ଓ.ଏଲ୍‌. ଆଇ.ସି ତରଫରୁ ନୂତନ ପ୍ରକଳ୍ପ ନିର୍ମାଣ, ସବୁ ପ୍ରକଳ୍ପଗୁଡିକର ରକ୍ଷଣା ବେକ୍ଷଣ ଓ ସଚଳ ରଖାଯିବା ପାଇଁ ପ୍ରୟାସ ଜାରି ରହିଥିବା କହିଥିଲେ । ଏହି ଅବସରରେ ଉଠା ଜଳସେଚନ ନିଗମ ଦ୍ୱାରା ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ କରାଯାଉଥିବା କାର୍ଯ୍ୟଗୁଡିକ ସମ୍ବନ୍ଧରେ ଏକ କ୍ଷୁଦ୍ର ପ୍ରାମାଣିକ ତଥ୍ୟ ଭିତିକ ସଫଳତାର କାହାଣୀ ସଂପର୍କିତ ଏକ ଚଳଚିତ୍ର ପ୍ରଦର୍ଶିତ ହୋଇଥିଲା । ଏହି ଦୃଶ୍ୟ ଶ୍ରାବ୍ୟ ବ୍ୟବସ୍ଥାରେ ଚାଷୀମାନେ ନିଗମ ଜରିଆରେ ଉଠାଜଳସେଚନ ବ୍ୟବସ୍ଥାରେ ଚାଷ କରି କିପରି ଲାଭବାନ ହୋଇଛନ୍ତି, ସେ ସଂପର୍କରେ ପ୍ରକାଶ କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମରେ ଓ.ଏଲ୍‌.ଆଇ.ସି କାର୍ଯ୍ୟାଳୟର ସମସ୍ତ ବରିଷ୍ଠ ଯନ୍ତ୍ରୀ, ଅଧିକାରୀ ଉପସ୍ଥିତ ଥିବା ବେଳେ ଭର୍ଚୁଆଲ ବ୍ୟବସ୍ଥା ମାଧ୍ୟମରେ ନିଗମର ୭ଟି ସର୍କଲ ଓ ୨୮ଟି ଡିଭିଜନ କାର୍ଯ୍ୟାଳୟରୁ ଯନ୍ତ୍ରୀ ଓ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ । ନିଗମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ବାଲେଶ୍ୱରନାଥ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ବିରିଡିରେ ରଜ ଉଚ୍ଛବ ପାଳିତ

ବିରିଡିରେ ରଜ ଉଚ୍ଛବ ପାଳିତ

June 13, 2026
Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

June 13, 2026
ଓଡ଼ିଆ ଅନୁବାଦ : ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ଆର୍ଥିକ ସହାୟତା 

समाज के आर्थिक रूप से कमजोर परिवारों को आर्थिक सहायता

June 13, 2026
ଓଡ଼ିଆ ଅନୁବାଦ : ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ଆର୍ଥିକ ସହାୟତା 

ଓଡ଼ିଆ ଅନୁବାଦ : ସମାଜର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ଆର୍ଥିକ ସହାୟତା 

June 13, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ବିରିଡିରେ ରଜ ଉଚ୍ଛବ ପାଳିତ

ବିରିଡିରେ ରଜ ଉଚ୍ଛବ ପାଳିତ

June 13, 2026
Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

Lovely Professional University Successfully Conducts 2nd Edition of “Experience LPU – A Day of Lifetime Inspiration” in Bhubaneswar, Odisha

June 13, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version