No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୦୧ ଅକ୍ଟୋବର ଶୁକ୍ରବାର ) ରଣପୁର /ରିପୋର୍ଟ ଅଭିମନ୍ୟୁ :- ରଣପୁର ରେ ଏକ ଯୁବକ ୧୬ ନମ୍ବର ଜାତୀୟ ରାଜପଥ ଜଙ୍କିଆ ନିକଟ ରୁ ମୃତ ଦେହ ଉଦ୍ଧାର ହୋଇଛି । ପରିବାର ଲୋକ ମାନେ ତାଙ୍କ ପୁଅ କୁ ହତ୍ୟା କରାଯାଇଥିବା ଜଙ୍କିଆ ଥାନାରେ ଅଭିଯୋଗ କରିଛନ୍ତି । ଖବର ରୁ ଜଣାଯାଏ ରଣପୁର ବ୍ଲକ ର ବଜ୍ରକୋଟ ପଚାଂୟତ ଅର୍ନ୍ତଗତ ଭେରୁପଡା ଗ୍ରାମର ପ୍ରଭାକର ସାମନ୍ତରାୟ ଙ୍କ ପୁଅ ସୈାମ୍ୟ ରଜଂନ ସାମନ୍ତରାୟ (୨୫)ବର୍ଷ ରଣପୁର ବଜାର ରେ ଥିବା ଏକ ଗ୍ୟାରେଜ ରେ କାର୍ଯ୍ୟ କରୁଥିଲେ । ସୈାମ୍ୟ ପ୍ରତି ଦିନ କାର୍ଯ୍ୟ ସାରି ଗ୍ରାମ କୁ ଫେରି ଯାଉଥିଲେ । କିନ୍ତୁ ଗତ ରାତିରେ ଗ୍ରାମକୁ ଫେରିନଥିଲା । ଯାହାଫଳରେ ପରିବାର ଲୋକ ମାନେ ମୋବାଇଲ କୁ ଯୋଗାଯୋଗ କରି ବିଫଳ ହୋଇଥିଲେ । ପରେ ଆଜି ସକାଳୁ ସୈାମ୍ୟର ମୃତ ଦେହ ଜଙ୍କିଆ ଖେଳ ପଡିଆ ନିକଟରେ ପଡିଥିବା ଖବର ପାଇ ସେଠାରେ ପୋଲିସ ପହଁଚି ଥିଲେ ।

ପରିବାର ଲୋକ କରିଥିବା ଅଭିଯୋଗ ଅନୁଯାୟି ସୈାମ୍ୟ ରଣପୁର ବଜାର ରେ ଥିବା ରାଜେଶ ପାଣ୍ଡି ଙ୍କ ଗ୍ୟାରେଜ ରେ କାମ କରୁଥିଲେ । ଗତ ରାତିରେ ସେମାନେ କୈାଣସି କାରଣରୁ ଜଙ୍କିଆ ପଟକୁ ଯାଇଥିଲେ । ମୃତକ ଙ୍କ ପରିବାର ଲୋକେ ରାଜେଶ ହତ୍ୟା କରିଛି ବୋଲି ଅଭିଯୋଗ ହୋଇଛି । ତାଙ୍କ ପୁଅ କୁ ହତ୍ୟା କରି ଜଙ୍କିଆ ଖେଳ ପଡିଆ ନିକଟରେ ଜାତୀୟ ରାଜପଥ ଉପରେ ଦୁଃର୍ଘଟଣାର ରୁପ ଦେବା ପାଇଁ ଉଦ୍ୟମ କରୁଥିଲେ । ଏହି ସମୟ ରେ ସ୍ଥାନୀୟ ଲୋକ ମାନେ ପୁଲିସ କୁ ଖବର ଦେଇଥିଲେ ।
ପରେ ପୁଲିସ ଘଟଣା ସ୍ଥାଳରେ ପହଁଚି ମୃତ ସୈମ୍ୟର ମୁଣ୍ଡ ପଛପଟ ରେ ଆଘାତ ଲାଗିଥିବା ଦେଖିବାକୁ ପାଇଥିଲେ । ଏହି ଘଟଣାକୁ ଦେଖି ପୁଲିସ ହତ୍ୟା ସନ୍ଦେହହ କରିଥିଲା । ମୃତ ସୈମ୍ୟର ମୁଣ୍ଡରୁ ପ୍ରବଳ ରକ୍ତ ସ୍ରାବ ହେଉଥିବା ଦେଇ । ପୁଲିସ ମୃତ ଦେହ କୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା ଓ ଉକ୍ତ ବାଇକ କୁ ଜବତ କରିଛନ୍ତି । ଏହି ଘଟଣାର ସମ୍ପୃକ୍ତି ଅଭିଯୋଗ ରେ ଜଙ୍କିଆ ପୁଲିସ ରାଜେଶ କୁ ଥାନାରେ ଅଟକ ରଖିବା ସହ କରୁଥିବା ଜଣାଯାଇଛି ।
No Result
View All Result