No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୧ ଅକ୍ଟୋବର ଶୁକ୍ରବାର )ଭୁବନେଶ୍ୱର :-ଅପର୍ଣ୍ଣା ଏଟଂର୍ପ୍ରାଇଜେସ୍ ର ବ୍ରାଣ୍ଡ୍ ଭିଟେରୋ ଟାଇଲ୍ସ ପାଇଁ ଓଡ଼ିଶା ଏକ ପ୍ରମୁଖ ବଜାର ଭାବେ ଉଦୀୟମାନ ହେବା ସହ କଂପାନିର ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ପ୍ରଦାନ କରିଛି । ରାଜ୍ୟରେ ଭିଟେରୋ ଟାଇଲ୍ସ ୨୮% ଅଭିବୃଦ୍ଧି ହାସଲ କରିଛି । କଂପାନିର ବିଶ୍ୱାସ ରହିଛି ଯେ ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ଥିବାରୁ ଓ ବ୍ୟାପକ ଉତ୍ପାଦ ଏବଂ ବଜାର ଉପସ୍ଥିତି ଜରିଆରେ ଏହା ୨୦୨୧-୨୨ ଆର୍ଥିକ ବର୍ଷରେ ୫୦% ଅଭିବୃଦ୍ଧି ହାସଲ କରିପାରିବ । ଅଭିବୃଦ୍ଧିକୁ ବଜାୟ ରଖିବା ଲାଗି ଅପର୍ଣ୍ଣା ଏଟଂର୍ପ୍ରାଇଜେସ୍ ପକ୍ଷରୁ ଏହାର ଉପସ୍ଥିତି ଓ ବଜାରରେ ଉତ୍ପାଦ ପୋର୍ଟଫୋଲିଓକୁ ବଢ଼ାଇବା ଲାଗି ନିବେଶ କରାଯିବ । ରାଜ୍ୟରେ କଂପାନି ଡିଲର୍ ନେଟ୍ୱର୍କକୁ ବଢ଼ାଇବ ଓ ବର୍ଷରେ ୧୦ ଉତ୍ପାଦ ଉନ୍ମୋଚନ କରିବ । ଶ୍ରୀଯୁକ୍ତ ଏ ଭି ମଲ୍ଲିକାର୍ଜୁନ, ଏଭିପି, ବିକ୍ରି, ଅପର୍ଣ୍ଣା ଏଟଂରପ୍ରାଇଜେସ୍ ଲିମିଟେଡ୍ କହିଛନ୍ତି ଯେ, “ସଂଗଠିତ କ୍ଷେତ୍ର ସଂସ୍ଥାର ଟାଇଲ୍ ଲାଗି ଗ୍ରାହକଙ୍କ ମଧ୍ୟରେ ଅଗ୍ରାଧିକାର ବଢ଼ିଥିବାରୁ ବଜାରରେ ଦୃଢ଼ ଅଭିବୃଦ୍ଧି ଦେଖିବାକୁ ମିଳିଛି ଏବଂ ଏହି ସକାରାତ୍ମକ ଧାରା ଜାରି ରହିବ ବୋଲି ଆମେ ଆଶା କରୁଛୁ ।
ରାଜ୍ୟର ସଂଗଠିତ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ବଜାର ଅଂଶ ହାସଲ କରିପାରିଛୁ ଏବଂ ଆମର ବିଶ୍ୱାସ ରହିଛି ଯେ ମୂଲ୍ୟରେ ବୃଦ୍ଧି ସତ୍ୱେ ଆଗାମୀ ତ୍ରୟମାସଗୁଡ଼ିକରେ ଆମେ ଏହି ଧାରା ବଜାୟ ରଖିପାରିବୁ । ଏହି ଅଂଚଳରେ ଥିବା ବର୍ଦ୍ଧିତ ସୁଯୋଗକୁ ହାସଲ କରିବା ଲାଗି ଆମେ ଡିଲର୍ ନେଟ୍ୱର୍କର ସମ୍ପ୍ରସାରଣ କରିବା, ଉତ୍ପାଦ ଦକ୍ଷତା ବଢ଼ାଇବା ଏବଂ ନୂଆ ଉତ୍ପାଦ ଉନ୍ମୋଚନ କରିବା ଉପରେ ଗୁରୁତ୍ୱ ଦେବୁ । ଆମେ ଆସନ୍ତା ୩-୪ ବର୍ଷରେ ଆମ ଡିଲର୍ ନେଟ୍ୱର୍କକୁ ସମ୍ପ୍ରସାରିତ କରିବାକୁ ଯୋଜନା ରଖିଛୁ ।’’ “ବର୍ତମାନ ଭୁବନେଶ୍ୱର, ଗଂଜାମ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କଟକ ଆମ ଅଭିବୃଦ୍ଧିକୁ ଉଲ୍ଲେଖନୀୟ ଯୋଗଦାନ ପ୍ରଦାନ କରୁଛନ୍ତି । ମାତ୍ର ଡିଲର୍ ନେଟୱର୍କ ସମ୍ପ୍ରସାରଣ ଓ ନୂଆ ଉତ୍ପାଦ ଉନ୍ମୋଚନ କରିବାର ଯୋଜନା ଥିବାରୁ ଭିଟେରୋ ଏହି ଅଂଚଳର ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରରେ ପ୍ରବେଶ କରିବ ବୋଲି ଆମେ ଆଶାବାଦୀ ଅଛୁ ବୋଲି ଶ୍ରୀଯୁକ୍ତ ମଲ୍ଲିକାର୍ଜୁନ କହିଛନ୍ତି । ଏହି ଅଂଚଳରେ କଂପାନି ଚଳିତ ବର୍ଷ ମୋଟ ୧୦ ନୂଆ ଉତ୍ପାଦ ଉନ୍ମୋଚନ କରିବ । କଂପାନି ଡବଲ୍ ଚାର୍ଜଡ୍ ଟାଇଲ୍, ଗ୍ଲେଜଡ୍ ଭର୍ଟିଫାଏଡ୍ ଟାଇଲ୍, ପଲିସଡ୍ ଗ୍ଲେଜଡ୍ ଭର୍ଟିଫାଏଡ୍ ଟାଇଲ୍, ଫୁଲ୍ ବଡି ଟାଇଲ୍ ଏବଂ ଡିଜିଟାଲ୍ ୱାଲ୍ ଟାଇଲ୍ ଆଦିକୁ ଉନ୍ମୋଚନ କରିବ । ୩-୪ ବର୍ଷରେ କଂପାନି ରାଜ୍ୟର ନୂଆ ଅଂଚଳରେ ପ୍ରବେଶ କରିବ ।
No Result
View All Result