No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୧ ଅକ୍ଟୋବର ଶୁକ୍ରବାର )ଭୁବନେଶ୍ୱର :- ଆପୋଲୋ ହସ୍ପିଟାଲ୍ସ ପକ୍ଷରୁ ଘୋଷଣା କରାଯାଇଛି ଯେ ନିଉଜ୍ୱିକ୍ ପକ୍ଷରୁ ଜାରି କରାଯାଇଥିବା ଶ୍ରେଷ୍ଠ ସ୍ପେସିଆଲାଇଜ୍ଡ ହସ୍ପିଟାଲ୍ସ ୨୦୨୨ ର୍ୟାଙ୍କିଙ୍ଗ୍ରେ ସଂସ୍ଥାକୁ ଶ୍ରେଷ୍ଠ ସ୍ଥାନ ମିଳିଛି । ନିଉଜ୍ୱିକ୍ ହେଉଛି ଏକ ପ୍ରମୁଖ ଆନ୍ତର୍ଜାତିକ ପତ୍ରିକା ଓ ୱେବ୍ସାଇଟ୍ । ଷ୍ଟାଟିଷ୍ଟା ସଂସ୍ଥା ସହଯୋଗରେ ନିଉଜ୍ୱିକ୍ ଏହି ର୍ୟାଙ୍କିଙ୍ଗ୍ ପ୍ରସ୍ତୁତ କରିଛି । ଏଥିରେ କାର୍ଡିଓଲୋଜି ଓ ଅଙ୍କୋଲୋଜିର ୨୫୦ ହସ୍ପିଟାଲ୍ ଓ ଶିଶୁ ରୋଗର ଶ୍ରେଷ୍ଠ ୧୫୦ ହସ୍ପିଟାଲ୍କୁ ସ୍ଥାନ ମିଳିଛି । ଚେନ୍ନାଇରେ ଥିବା ଆପୋଲୋ ହସ୍ପିଟାଲ୍ସର ଆପୋଲୋ ହାର୍ଟ ସେଂଟର୍ ଭାରତର ଶ୍ରେଷ୍ଠ ସ୍ପେସିଆଲାଇଜ୍ଡ ହସ୍ପିଟାଲ୍ ୨୦୨୨- କାର୍ଡିଓଲୋଜି ମାନ୍ୟତା ହାସଲ କରିଛି । ଏହାର ବିଶ୍ୱସ୍ତରୀୟ ର୍ୟାଙ୍କ୍ ୧୨୬ ଥିବା ବେଳେ ତାଲିକାରେ ଭାରତର ସ୍ଥାନ ପାଇଥିବା ୫ ହସ୍ପିଟାଲ୍ ମଧ୍ୟରେ ଏକ ନମ୍ବର ସ୍ଥାନରେ ରହିଛି ।
ଏହି ତାଲିକାରେ ଆପୋଲୋର ଅନ୍ୟ ଦୁଇଟି ହସ୍ପିଟାଲ୍ ଯଥା ଚେନ୍ନାଇ ଆପୋଲୋ ସ୍ପେସିଆଲିଟି କ୍ୟାନ୍ସର୍ ହସ୍ପିଟାଲ୍ର ଆପୋଲୋ କ୍ୟାନ୍ସର୍ ସେଂଟର୍କୁ ୨୨୮ ଓ ଚେନ୍ନାଇର ଆପୋଲୋ ହସ୍ପିଟାଲ୍ସକୁ ୨୩୯ତମ ସ୍ଥାନ ମିଳିଛି । ଚେନ୍ନାଇର ଆପୋଲୋ ଚିଲ୍ଡ୍ରେନ୍ସ ହସ୍ପିଟାଲ୍ ବିଶ୍ୱସ୍ତରରେ ୧୦୩ତମ ର୍ୟାଙ୍କ ହାସଲ କରିଛି । ଡକ୍ଟର ପ୍ରତାପ ସି ରେଡ୍ଡି, ଅଧ୍ୟକ୍ଷ, ଆପୋଲୋ ହସ୍ପିଟାଲ୍ସ ଗ୍ରୁପ୍ କହିଛନ୍ତି ଯେ, “ଦେଶର ଅର୍ଥନୀତି ଅଣ ସଂକ୍ରାମକ ରୋଗ ଜନିତ ଲୋକଙ୍କ ସ୍ୱାସ୍ଥ୍ୟ ସହିତ ଜଡ଼ିତ ରହିଛି ଯେଉଁଥିପାଇଁ ଉତ୍ପାଦକତା କ୍ଷତି ହୋଇଥାଏ ଏବଂ ଜାତୀୟ ଆୟ ଉପରେ ତାହାର ପ୍ରଭାବ ରହିଥାଏ । ଏସିଆ ପ୍ରଶାନ୍ତ ମହାସାଗରୀୟ ଅଂଚଳ ଏଭଳିକି ଭାରତରେ ଏଭଳି ରୋଗ ବଢ଼ିବାରେ ଲାଗିଛି । ରୋଗ ଆଗୁଆ ଚିହ୍ନଟ ନହେବା ସବୁଠୁ ଚିନ୍ତାର ବିଷୟ । ହୃଦ୍ରୋଗ ଆକଳନ ପାଇଁ ପାଶ୍ଚାତ୍ୟ ତଥ୍ୟ ବ୍ୟବହାର ହେଉଛି ଏବଂ ଏଥିପାଇଁ ସ୍ଥାନୀୟ ଅଂଚଳର ସ୍ଥିତିକୁ ବିଚାରକୁ ନିଆଯାଉନାହିଁ ।
ଆପୋଲୋର ଆର୍ଟିଫିସିଆଲ୍ ଇଂଟେଲିଜେନ୍ସ ଦ୍ୱାରା ପରିଚାଳିତ କାର୍ଡିଓଭାସ୍କୁଲାର୍ ଡିଜିଜ୍ ରିସ୍କ୍ ଉପକରଣ ତାହାକୁ ବଦଳାଇବ ଏବଂ ବିଶେଷଜ୍ଞାମନଙ୍କ ଦ୍ୱାରା ହୃଦ୍ରୋଗକୁ ଆକଳନ କରିବା ଓ ତାହାକୁ ରୋକିବା ସହଜ କରିବ । ଏହା ଦେଶରେ ଏବେ କେବଳ ଆପୋଲୋ ଫିଜିସିଆନ୍ମାନଙ୍କ ଲାଗି ଉପଲବ୍ଧ ରହିଛି ।’’ ନିଉଜ୍ୱିକ୍ର ମାନ୍ୟତା ସମ୍ପର୍କରେ ସେ କହିଛନ୍ତି ଯେ, “ଆପୋଲୋ ହସ୍ପିଟାଲ୍ରେ ପ୍ରଦାନ କରାଯାଉଥିବା ଆନ୍ତର୍ଜାତିକ ମାନର ସ୍ପେସିଆଲିଟି ସ୍ୱାସ୍ଥ୍ୟ ସେବା ପ୍ରତି ଏହା ହେଉଛି ଏକ ବିଶ୍ୱସ୍ତରୀୟ ମାନ୍ୟତା ଯାହାର ଫଳାଫଳ ବିଶ୍ୱର ଶ୍ରେଷ୍ଠ ହସ୍ପିଟାଲ୍ଗୁଡ଼ିକ ସହ ମେଳ ଖାଉଛି ।’’ ସଙ୍ଗୀତା ରେଡ୍ଡି, ଯୁଗ୍ମ ପରିଚାଳନା ନିର୍ଦ୍ଦେଶିକା, ଆପୋଲୋ ହସ୍ପିଟାଲ୍ସ ଗ୍ରୁପ୍ କହିଛନ୍ତି ଯେ, “ହୃଦ୍ରୋଗକୁ ଆକଳନ କରିବା ଏବଂ ରୋକିବା ଦିଗରେ ଦୀର୍ଘ ବର୍ଷର ଗବେଷଣାରୁ ପ୍ରସ୍ତୁତ ଏଆଇ ଭିତ୍ତିକ ଉପକରଣ ଫଳପ୍ରଦ ହୋଇଛି ଯାହା ଆପୋଲୋ ହସ୍ପିଟାଲ୍ର ପ୍ରଯୁକ୍ତି ଶକ୍ତିର ପ୍ରମାଣ ବୋଲି ସେ କହିଛନ୍ତି ।
No Result
View All Result