No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୧ ଅକ୍ଟୋବର ଶୁକ୍ରବାର) ବୈପାରିଗୁଡା :- ଆଗକୁ ଆସୁଛି ଦଶହରା ପୂଜା ! ଏହା ପୂର୍ବରୁ ଆକ୍ସନ ମୋଡ୍ ରେ ବୈପାରିଗୁଡା ପୋଲିସ ! ବୈପାରିଗୁଡା ପୋଲିସ ପଞ୍ଚା ରେ ପଡିଛନ୍ତି ୪ ଡକାୟତ ସହିତ ଜଣେ ନାବାଳକ ! ତେବେ ରାତିର ଅନ୍ଧକାରର ସୁଯୋଗ ନେଇ ଛୁରୀ ଦେଖାଇ ଯାତ୍ରୀଙ୍କୁ ଆତଙ୍କ ସୁଷ୍ଟି କରିବା ଆଗରୁ ଧରାପଡି ଏବେ କୋର୍ଟ ଚାଲାଣ ହୋଇଥିବା ନେଇ ସୂଚନା ପ୍ରଦାନ କରିଛନ୍ତି ଥାନା ଆଇଆଇସି ଈଶ୍ବର ତାଣ୍ଡି ! ଏସମ୍ପର୍କରେ ବୈପାରିଗୁଡା ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ପ୍ରଦାନ କରିଛି ପୋଲିସ ! ପୋଲିସ ଠାରୁ ମିଳିଥିବା ସୂଚନା ମୁତାବକ ଥାନା ଅନ୍ତର୍ଗତ କଟାଛକ ର ତିନିବାଙ୍କ ଠାରେ କିଛି ଲୁଟୋରା ଡକାୟତ କରିବା ନେଇ ରାସ୍ତାରେ ବଡବଡ ପଥର ପକାଇ ରାସ୍ତା ଅବରୋଧ କରିଥିଲେ !
କିଛି ଚାଳକ ଏହା ଦେଖି ପୋଲିସ ବିଭାଗକୁ ସୂଚନା ପ୍ରଦାନ ମଧ୍ୟ କରିଥିଲେ !ବୈପାରିଗୁଡା ଲମତାପୁଟ ଓ ଜୟପୁର ରାସ୍ତା କୁ ଏହି ରାସ୍ତା ସଂଯୋଗ କରୁଥିବା ବେଳେ ଏହି ଉପରେ ଓଡିଶା ସହ ଆନ୍ଧ୍ରପ୍ରଦେଶ ଯାତ୍ରୀ ମଧ୍ୟ ନିର୍ତ୍ତୟ କରିଥାନ୍ତି! ପ୍ରତିଦିନ ଶହ ଶହ ଯାନବାହାନ ଏହି ରାସ୍ତାରେ ଚଳାଚଳ କରୁଥିବା ବେଳେ ରାତ୍ରି ସମୟରେ ଏହି ରାସ୍ତାରେ ଯାତାୟତ କମ୍ ! ଏହାର ସୁଯୋଗ ନେଇ ବିଳମ୍ବିତ ରାତିରେ ଶୂନ୍ଶାନ୍ ରାସ୍ତାରେ ଯାଉଥିବା ପଥଚାରୀ ହେଉଛନ୍ତି ଏମାନଙ୍କ ଶିକାର। ଏଭଳି ଏକ ଡକାୟତ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛନ୍ତି ବୈପାରିଗୁଡା ଥାନା ଆଇଆଇସି ଈଶ୍ବର ତାଣ୍ଡି ଓ ଏସଆଇ ଅସିତ୍ କୁମାର ବଳବନ୍ତରାୟ ଓ ପୋଲିସ କର୍ମଚାରୀ !
କଟାଛକ ତିନିବାଙ୍କ ରାସ୍ତାରେ ଲୁଟ୍ପାଟ୍ କରିବାକୁ ସଜବାଜ ହେଉଥିବା ବେଳେ ଖବର ପାଇ ୨୯ ତାରିଖ ରାତ୍ରି ୧୨.୩୦ ମିନିଟ ସମୟରେ ଆଇଆଇସି ଈଶ୍ବର ତାଣ୍ଡି ,ଏସଆଇ ଅସିତ୍ କୁମାର ବଳବନ୍ତରାୟ, ଏସଆଇ ଘାସିରାମ ସେଠୀ ଅନ୍ୟ ପୋଲିସ କର୍ମଚାରୀ ମାନେ ଘଟଣା ସ୍ଥଳକୁ ଯାଇ ରାସ୍ତାରୁ ପଥର କାଢିବା ସହ ଜଙ୍ଗଲ ମଧ୍ୟରେ ଲୁଛି ରହି ଡକାୟତଦଳର ୫ ଜଣଙ୍କୁ ଧରିବାରେ ବଡସଫଳତାହାସଲ କରିଥିଲେ ! ବୈପାରିଗୁଡା ପୋଲିସ ପଞ୍ଝା ରେ ୫ ଡକାୟତ ଧରାପଡିଥିବା ବେଳେ ସେମାନଙ୍କ ପାଖରୁ ଗୋଟିଏ ଛୁରୀ ସହ ମୋବାଇଲ ଫୋନ ,ବାଇକ ୨ ଟା କିଛି ଟଙ୍କା ଜବତ କରାଯାଇଛି !
ପୋଲିସଙ୍କୁ ଦେଖି ଡକାୟତ ମାନେ ଘଟଣାସ୍ଥଳରୁ ଖସିଯିବାକୁ ଉଦ୍ୟମ କରିଥିଲେ। ହେଲେ ପୋଲିସ ହାତରେ ପଡି ଗିରଫ ହୋଇଥିବା ଯୁବକ ମାନେ ହେଲେ ବୈପାରିଗୁଡା ବ୍ଲକର ଚନ୍ଦ୍ରପଡା ଗ୍ରାମର ହରିବନ୍ଧୁ ଖରା, ନବରଙ୍ଗପୁର ଜିଲ୍ଲାର Gobinda Jani ଗ୍ରାମ Pataguda, Ranjit Khillo ଗ୍ରାମ, Dasaratha Santa ଗ୍ରାମ Khatiguda ବୋଲି ପୋଲିସ ସୂତରୁ ଜଣାପଡିଛି ! ତେବେ ଏନେଇ ବୈପାରିଗୁଡା ଥାନାରେ Case No.157/21 U/s 399/402 IPC.ମାମଲା ରୁଜୁ ହୋଇଛି ! ରିପୋର୍ଟ ବିକ୍ରାନ୍ତ କୁମାର ବେବର୍ତ୍ତା, ବୈପାରିଗୁଡା
No Result
View All Result