No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୩୦ ସେପ୍ଟେମ୍ୱର ଗୁରୁବାର ) କୋରାପୁଟ :- କୋରାପୁଟ ମହିଳା ମହାବିଦ୍ୟାଳୟ ନିକଟରୁ ମାଳି ପର୍ବତରୁ ଖଣି ଖନନ କରିବା ଦାବୀ ନେଇ ମାଳିପର୍ବତ ପାର୍ଶ୍ଵ ବର୍ତୀ ୪ ଟି ପଞ୍ଚାୟତ ଯଥା ସୋରିଷ ପଦର, ଦଳେଇ ଗୁଡା, ଖୁଡି, ଓ ପାକୁଝୋଲାର ୧୮ ଖଣ୍ଡ ଗ୍ରାମର ପ୍ରାୟ ଏକହଜାରରୁ ଉର୍ଦ୍ଧ୍ବ ଲୋକେ ଏକ ବିରାଟ ରାଲିରେ ବାହାରି କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଁଚି ଥିଲେ। ସେମାନେ ମାଳି ପର୍ବତରେ ଶୀଘ୍ର ଖଣି ଖନନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଦାବୀ କରୁଥିବା ଦେଖା ଯାଇଥିଲା । ଉକ୍ତ ଅଂଚଳରେ ଖଣି ଖନନ କରାଗଲେ ଶିକ୍ଷିତ ବେକାର ଯୁବକ ଯୁବତୀ ମାନେ କାମ ପାଇବା ସହ ବାହାର ରାଜ୍ୟକୁ ଯାଇ ଦାଦନ ଖଟି ବିଭିନ୍ନ ସମସ୍ୟାରେ ପଡି ହଇରାଣ ହରକତ ହେବାରୁ ବଞ୍ଚିତ ହୋଇପାରନ୍ତେ। ଖଣି କାର୍ଯ୍ୟ ଆରମ୍ଭ ହେଲେ ଉକ୍ତ ଅଂଚଳର ପାରିପାର୍ସିକ ବିକାଶ ହେବାସହ ଲୋକଙ୍କ ଜୀବନ ଜୀବିକରେ ସୁଧାର ହୁଅନ୍ତା ।
ଲୋକଙ୍କ ବଞ୍ଚିବାର ମାନଦଣ୍ଡରେ ଉନ୍ନତି ହୋଇପାରନ୍ତା ବୋଲି କହିବା ସହ ଶୀଘ୍ର ଖଣି ଖନନ କାର୍ଯ୍ୟ ଆରମ୍ଭ କରିବାକୁ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅନୁରୋଧ କରିଥିଲେ। ପ୍ରକାଶ ଥାଉକି ମାଳି ପର୍ବତରେ ଖଣି ଖନନ କାର୍ଯ୍ୟକୁ ଆରମ୍ଭ କରିବା ପାଇଁ ସରକାରଙ୍କ ପକ୍ଷରୁ ଗତ ୨୨.୦୯.୨୧ ରେ ଜନଶୁଣାଣୀ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇ କଙ୍କଡା ଆମ୍ବ ଗ୍ରାମରେ ଜନଶୁଣାଣୀ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ସେହି ସମୟରେ ଖଣି ଖନନ କୁ ଵିରୋଧ କରୁଥିବା କିଛି ଅସାମାଜିକ ଲୋକେ ସଭା ସ୍ଥଳକୁ ବିଭିନ୍ନ ମାରଣାସ୍ତ୍ର ସହ ଠେଙ୍ଗା ବାଡ଼ି ଧରି ସଭା ସ୍ଥଳକୁ ଧସେଇ ପସି ଉପସ୍ଥିତ ଅଧିକାରୀଙ୍କୁ ଆକ୍ରମଣ କରିବା ସହ ଚେୟାର ଟେବୁଲ ଭଙ୍ଗାଭଙ୍ଗୀ କରି ସେଠାରେ ଉପସ୍ଥିତ ଲୋକଙ୍କୁ ଭୟଭୀତ କରି ଘଉଡ଼ାଇ ଦେଇଥିଲେ, ଯାହା ଫଳରେ ଜନଶୁଣାଣୀ କାର୍ଯ୍ୟକ୍ରମ ସମ୍ପୂର୍ଣ ଭଣ୍ଡୁର ହୋଇଯାଇଥିଲା ।
ଏନେଇ ଜନଶୁଣାଣି ଓ ଖଣି ଖନନକୁ ସମର୍ଥନ କରୁଥିବା ଲୋକଙ୍କ କହିବା ହେଲା ଅଂଚଳର କିଛି ଅସାମାଜିକ ଲୋକେ ବାହାର ଅଞ୍ଚଳର ଲୋକଙ୍କୁ ନେଇ ନିଜର ସ୍ୱାର୍ଥ ସାଧନ ପାଇଁ ଏଭଳି ଉଦ୍ୟମ କରୁଛନ୍ତି, ଯାହାକୁ ପ୍ରଶାସନ ପକ୍ଷରୁ ଦୃଢ଼ ହସ୍ତରେ ଦମନ କରାଯାଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର।ମାଳି ପର୍ବତରେ ଖଣି ଖନନ କାର୍ଯ୍ୟ ଆରମ୍ଭ ହେଲେ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ,ବିଦ୍ୟୁତ,ନିଯୁକ୍ତି ଭଳି କ୍ଷେତ୍ରରେ ଲୋକେ ଉପକୃତ ହୋଇ ପାରନ୍ତେ । ତେଣୁ ମାଳି ପର୍ବତରେ ତୁରନ୍ତ ଖଣି ଖନନ କାର୍ଯ୍ୟ କରିବା ପାଇଁ ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଲୋକେ ଦାବୀ କରିବା ସହ ଏନେଇ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
No Result
View All Result