No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୩୦ ସେପ୍ଟେମ୍ୱର ଗୁରୁବାର )ବାଙ୍କୀ :- ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା’ଚର୍ଚ୍ଚିକାଙ୍କ ପୀଠରେ ଆଜି ଷୋଳ ପୂଜାର ଦ୍ୱିତୀୟ ଦିନରେ କୋଭିଡ ନିୟମକୁ ପାଳନ କରାଯାଇ ଷୋଡ଼ଶ ଉପଚାରରେ ପୂଜାର୍ଚ୍ଚନା କରାଯାଇଛି । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଆଶ୍ୱୀନ ମାସ କୃଷ୍ଣପକ୍ଷ ମୂଳାଷ୍ଟାମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ୧୪ଦିନ ବ୍ୟାପି ମା’ଙ୍କର ଏହି ଷୋଳ ପୂଜା ଅନୁଷ୍ଠିତ ହେଉଛି । ଆଜି ଦ୍ୱିତୀୟ ଦିନରେ ମନ୍ଦିରର ସେବାୟତଙ୍କ ଦ୍ୱାରା ମହାନଦୀର ରେଣୁକା ତୁଠରୁ ପବିତ୍ର ଜଳ ଅଣାଯାଇ ସହସ୍ରା କୁମ୍ଭାଭିଷେକ ମନ୍ଦିର ରାଜଗୁରୁ
ଭାବନୀ ଶଙ୍କର ମହାପାତ୍ରଙ୍କ ଦ୍ୱାରା ସଂପାଦନ କରାଯିବା ପରେ ସ୍ୱତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ସକାଳୁ ପ୍ରଥମେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବଲ୍ଲଭ ପୂଜା ହେବା ପରେ ମା’ଙ୍କ ନିକଟରେ ଚଣ୍ଡିପାଠ ସହିତ ସକାଳ ଧୂପ ମା’ଙ୍କ ନିକଟରେ ମାଣ୍ଡୁଅ ଧୂପ, ମୁଗ ଓ ଆଖୁ ଭୋଗ ଲାଗି କରାଯିବା ପରେ ଦ୍ୱିପ୍ରହର ମା’ଙ୍କ ନିକଟରେ ଖେଚୁଡି , ଡାଲମା, ଖଟା,ଶାଗ ଓ ଆମୀଷ ଭୋଗ ହୋଇଥିଲା । ରାତ୍ର ପୂଜାରେ ମା’ଙ୍କ ପାଖରେ ଅଧର ପଣା, ଦହି ପଖାଳ ଓ ବଡସିଂହାର ଖଜା ପୂଜା କରାଯିବାର ବିଧି ରହିଛି । ମା’ଙ୍କ ସମ୍ମୁଖରେ ଚଣ୍ଡୀପାଠ ସହ ରାମାୟଣ ପାଠ କରାଯାଉଛି ।
No Result
View All Result