No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ ( ୩୦ ସେପ୍ଟେମ୍ୱର ଗୁରୁବାର ) ଚାନ୍ଦପୁର :- ଆଜି ଚାନ୍ଦପୁର ମାର୍କେଟ ରାସ୍ତା ଦୁଇ ପାର୍ଶ୍ଵରେ ବସିଥିବା ବେପାରୀ ମାନଙ୍କୁ ହଟାଇବା ପାଇଁ ଚାନ୍ଦପୁର ପଞ୍ଚାୟତର ମେମ୍ବର ମାନେ ଦେଇଥିବା ଅଭିଯୋଗକୁ ଆଧାର କରି ସବ୍ କଲେକ୍ଟର ମଞ୍ଜୁର କରିଥିଲେ । ଓ ଦୁଇ ପାର୍ଶ୍ୱରେ ବସିଥିବା ଉଠାଦୋକାନୀକୁ ଉଠାଇବା ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯାହା ଫଳରେ ଆଜି ସକାଳ ୯ ଘଣ୍ଟିକା ସମୟରେ ରଣପୁର ତହସିଲଦାରଙ୍କ ସହିତ ଚାନ୍ଦପୁର ଇନିସପେକ୍ଟର ରଶ୍ମିରଞ୍ଜନ ଦାସ କିଛି ପୋଲିସ ଟିମ୍ କୁ ନେଇ ସର୍ବସାଧାରଣ ରାସ୍ତାରେ ଜବରଦଖଲ କରିଥିବା ଦୋକାନୀ ଙ୍କୁ ଉଠିବାକୁ ବାଧ୍ୟ କରିଥିଲା ।

ଚାନ୍ଦପୁର ପୋଲିସ୍ ସବକଲେକ୍ଟର ଙ୍କ ଅନୁମୋଦନ କ୍ରମେ ମାର୍କେଟରେ ରାସ୍ତା ଅବରୋଧ କରୁଥିବା ଦୋକାନୀ ଗୁଡିକୁ ଉଠାଇବା ପାଇଁ ବାଧ୍ୟବାଧ୍ୟକତା କରିଥିଲେ । କାରଣ ଚାନ୍ଦପୁର ମୁଖ୍ୟରାସ୍ତା କୁ ବେପାରୀ ମାନେ ଅବରୋଧ କରିବା ଯୋଗୁଁ ଜରୁରୀ ଆମ୍ବୁଲାନ୍ସ ସେବା , ଅଗ୍ନିସମ ସେବା ରେ ନିୟୋଜିତ ଥିବା ଗାଡ଼ି ଯାତାୟାତ ରେ ବହୁ ଅସୁବିଧା ର ସମ୍ମୁଖୀନ ହେବା ସଙ୍ଗେ ସଙ୍ଗେ ଯାନ ବାହାନ ଯୋଗୁଁ ବଜାର ଜନ ଗହଳି, ଦୁର୍ଘଟଣା ର ସମ୍ମୁଖୀନ ହେଉଥିଲା ।

ଯେଉଁଥିପାଇଁ ଉଠା ଦୋକାନୀ ଗୁଡିକୁ ଉଠାଇବା ପାଇଁ ବହୁଦିନରୁ ପଞ୍ଚାୟତ ପକ୍ଷରୁ ଅଭିଯୋଗ ହେଇ ଆସୁଥିଲା ହେଲେ ଆଜି ସେହି ଅଭିଯୋଗ କୁ ଆଧାର କରି ଦୋକାନ ଉଛେଦ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ରଣପୁର ତହସିଲଦାର ଓ ଚାନ୍ଦପୁର ଥାନା ଆଇଆଇସି ରଶ୍ମିରଞ୍ଜନ ଦାସଙ୍କ ସମେତ ଥାନାର ଅନ୍ୟାନ୍ୟ ପୋଲିସ ଟିମ୍ ଉପସ୍ଥିତ ଥିଲେ । ପୋଲିସ ଓ ପ୍ରଶାସନ ଯେଉଁଭଳି ଜନସାଧାରଣ ଙ୍କ ଅସୁବିଧା କୁ ଆଖି ଆଗରେ ରଖି ରାସ୍ତା ଜବରଦଖଲକାରୀ ଙ୍କୁ ହଟାଇ ଏକ ଜନସ୍ୱାର୍ଥ କାର୍ଯ୍ୟକ୍ରମ ଅନୁଷ୍ଠିତ କରିଛନ୍ତି ବୋଲି ଜନସାଧାରଣ ଚର୍ଚ୍ଚିତ ବିଷୟ ଓ ପ୍ରଶଂସା ର ପାତ୍ର ହୋଇପାରିଛନ୍ତି ।
No Result
View All Result