No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୯ ସେପ୍ଟେମ୍ବର ବୁଧବାର ) ଭୁବନେଶ୍ୱର :- ଓଡ଼ିଶାର ଅନ୍ୟତମ ଅଗ୍ରଣୀ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ଉତ୍କଳ ହସ୍ପିଟାଲ୍, ଭୁବନେଶ୍ୱର ପକ୍ଷରୁ ହୃଦରୋଗ ଉପରେ ସଚେତନତା ସୃଷ୍ଟି କରିବା ଲାଗି ବିଶ୍ୱ ହୃଦୟ ଦିବସ ପାଳନ କରାଯାଇଛି । ଭାରତରେ ଏହି ରୋଗ ଦ୍ରୁତ ଗତିରେ ବଢ଼ୁଛି । ପ୍ରତିବର୍ଷ ସେପ୍ଟେମ୍ବର ୨୯ରେ ସାରା ବିଶ୍ୱରେ ବିଶ୍ୱ ହୃଦୟ ଦିବସ ପାଳନ କରାଯାଉଛି । ଏହି ଅବସରରେ ଉତ୍କଳ ହସ୍ପିଟାଲ୍ ପକ୍ଷରୁ ଏକ ୱାକାଥନ୍ ଆୟୋଜନ କରାଯାଇଥିଲା । ବିଶ୍ୱର ଏକ ନମ୍ବର ଘାତକ ରୋଗକୁ ନେଇ ସଚେତନତା ସୃଷ୍ଟି କରିବା ଲାଗି ଆୟୋଜନ କରାଯାଇଥିବା ଏହି ୱାକାଥନ୍ରେ ୫୦୦ରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ । ଚଳିତ ବର୍ଷ ବିଶ୍ୱ ହୃଦୟ ଦିବସର ବିଷୟବସ୍ତୁ ହେଉଛି “ୟୁଜ୍ ୟୋର ହାର୍ଟ ଫର କନେକ୍ଟ’ ।

ଡକ୍ଟର ସନତ କୁମାର ସାହୁ, ସିନିୟର କନସଲଟାଂଟ୍, କାର୍ଡିଓଲୋଜି ବିଭାଗ, ଉତ୍କଳ ହସ୍ପିଟାଲ୍ କହିଛନ୍ତି ଯେ, “କୋଭିଡ୍-୧୯ ମହାମାରୀ ସମୟରେ ଲୋକମାନେ ଯୋଗାଯୋଗ ଅଭାବ, ସୀମିତ ସ୍ୱାସ୍ଥ୍ୟ ସେବା ସୁବିଧା, ହସ୍ପିଟାଲ୍ରେ ଶଯ୍ୟା ଅଭାବ ଭଳି ସମସ୍ୟା ଭୋଗିଥିଲେ । ଅନେକ ଲୋକ ଠିକ୍ ସମୟରେ ହସ୍ପିଟାଲ୍ରେ ପହଂଚି ପାରିନଥିଲେ । ସେହି ସମସ୍ୟାଗୁଡ଼ିକୁ ଅତିକ୍ରମ କରିବା ଲାଗି ସମ୍ପର୍କ ଯୋଡ଼ିବା ଥିଲା ଶ୍ରେଷ୍ଠ ବିକଳ୍ପ । ଏହି ସମୟରେ ରୋଗୀମାନଙ୍କୁ ସାହାଯ୍ୟ କରିବା ଲାଗି ଆମ ପକ୍ଷରୁ ରୋଗୀମାନଙ୍କ ଲାଗି ଅନେକ ପଦକ୍ଷେପ ଯଥା ଭିଡିଓ କନଫରେନ୍ସ, ଜରୁରୀକାଳୀନ ହେଲ୍ପଲାଇନ୍ ଭଳି ଗ୍ରହଣ କରାଯାଇଥିଲା । ଆମକୁ ସୁସ୍ଥ ରହିବା ଲାଗି ଉନ୍ନତ ଜୀବନଶୈଳୀ ବଜାୟ ରଖିବାକୁ ପଡ଼ିବ ।
ହୃଦରୋଗକୁ ଏଡ଼ାଇବା ଲାଗି ଆମକୁ ଶରୀରର ଓଜନ ନିୟନ୍ତ୍ରଣ, ଧୂମପାନ ଛାଡ଼ିବା ଏବଂ ନିୟମିତ ବ୍ୟାୟାମ କରିବାକୁ ପଡ଼ିବ ।’’ ଏହି ଅବସରରେ ଅନ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଡ଼ା. ଆଲୋକ ଲୋଧ, ସିଓଓ, ଉତ୍କଳ ହସ୍ପିଟାଲ ଏବଂ ଡ଼ା ସରଭଜିତ୍ ନାୟକ, ଡ଼େପୁଟି ମେଡ଼ିକାଲ ସୁପରିଟେଂଡ଼ଟ (ଡ଼ିଏମଏସ) ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ଡକ୍ଟର ସୁଶାନ୍ତ ପ୍ରଧାନ, ସିନିୟର କନସଲଟାଂଟ୍, କାର୍ଡିଓଲୋଜି ବିଭାଗ, ଉତ୍କଳ ହସ୍ପିଟାଲ୍ସ ଭୁବନେଶ୍ୱର କହିଛନ୍ତି ଯେ, “ଭାରତ ସମେତ ସାରା ବିଶ୍ୱରେ ହୃଦରୋଗ ହେଉଛି ମୃତ୍ୟୁର ଅନ୍ୟତମ ପ୍ରମୁଖ କାରଣ । ହୃଦରୋଗ ଯୋଗୁଁ ଦୁନିଆରେ ୨୦ ନିୟୁତ ଲୋକଙ୍କ ମୃତ୍ୟୁ ହେଉଛି ।

କୋଭିଡ୍ ମହାମାରୀ ପରିପ୍ରେକ୍ଷୀରେ ହୃଦରୋଗୀମାନେ ନିୟମିତ ଚେକ୍ ଅପ୍ ସୁବିଧା ହାସଲ କରିବାରେ ସମସ୍ୟା ଭୋଗିଛନ୍ତି ଯାହା ସ୍ଥିତିକୁ ଆହୁରି ଜଟିଳ କରୁଛି ଏବଂ ବହୁତ ଲୋକ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ଚଳିତ ବର୍ଷ ଆମେ ଡିଜିଟାଲ୍ ମାଧ୍ୟମକୁ ବ୍ୟବହାର କରି ହୃଦରୋଗ ଉପରେ ରହିଥିବା ସଚେତନତା ଆଣିବାକୁ ପ୍ରୟାସ କରୁଛୁ ଏବଂ ସମସ୍ତଙ୍କର ହେଲଥି ହାର୍ଟ ପାଇଁ ଆଶା କରୁଛୁ ।” ଡକ୍ଟର ନିମାଇଁ ଚରଣ ବେହେରା, ସିନିୟର କନସଲଟାଂଟ୍, କାର୍ଡିଓଥୋରାସିସ ଆଣ୍ଡ୍ ଭାସ୍କୁଲାର ସର୍ଜରି, ଉତ୍କଳ ହସ୍ପିଟାଲ୍ ଭୁବନେଶ୍ୱର କହିଛନ୍ତି ଯେ, “ଉତ୍କଳ ହସ୍ପିଟାଲ୍ ହେଉଛି ଏକ ଉନ୍ନତ ବ୍ୟବସ୍ଥା ଥିବା ପ୍ରତିଷ୍ଠାନ ।
ଏଠାରେ ୨୪ ଘଂଟିଆ କାର୍ଡ଼ିିଆକ କେୟାର ଏବଂ ଅତ୍ୟାଧୁନିକ କ୍ୟାଥ ଲ୍ୟାବ୍, ମଡ୍ୟୁଲାର କାର୍ଡିଆକ୍ ଓଟି, ହାର୍ଟ ଲଙ୍ଗ ମେସିନ୍, ଆନାସ୍ଥେସିଆ ଓ ଜଟିଳ ପ୍ରକ୍ରିୟା ସମ୍ପାଦନ କରିବା ଲାଗି ଦକ୍ଷ ଶ୍ରମ ଶକ୍ତି ରହିଛନ୍ତି । ଆଇସିୟୁରେ ଭେଂଟିଲେଟର ଓ ଅନ୍ୟାନ୍ୟ ଉନ୍ନତ ଉପକରଣ ରହିଛି । ଆମେ ବ୍ୟାପକ ପ୍ରକାର ହୃଦରୋଗ ସେବା ପ୍ରଦାନ କରୁଛୁ । ହସ୍ପିଟାଲ୍ରେ ବାଇପାସ୍ ଅସ୍ତ୍ରୋପଚାର ଓ ଭାଲ୍ଭ ରିପ୍ଲେସମେଂଟ ଏବଂ ଶିଶୁ ହାର୍ଟ ରୋଗ ଅସ୍ତ୍ରୋପଚାର ନିୟମିତଭାବେ କରାଯାଉଛି ।’’ ଏକ ଉତମ ହୃଦୟ ଲାଗି ଯାତ୍ରା ଆରମ୍ଭ କରିବା ପାଇଁ ସୁସ୍ଥକର ଜୀବନଶୈଳୀକୁ ଆପଣେଇବା ଗୁରୁତ୍ୱପୂର୍ଣ୍ଣ ଯାହା ଆପଣଙ୍କ ହୃଦୟର ସ୍ୱାସ୍ଥ୍ୟକୁ ବଜାୟ ରଖିବ । ନିୟମିତ ବ୍ୟାୟାମ, କୋଲେଷ୍ଟ୍ରଲ ସ୍ତର ଯାଂଚ, ଡାଇବେଟିସ୍ ଓ ରକ୍ତଚାପ ନିୟନ୍ତ୍ରଣ ଭଳି କେତେକ ବିଷୟ ଉପରେ ଧ୍ୟାନ ଦେବେ ହୃଦୟ ସମ୍ପର୍କିତ ସମସ୍ୟାକୁ ଏଡ଼ାଇ ହେବ ।
No Result
View All Result