୨୪ ଏପ୍ରିଲ, ଶୁକ୍ରବାର : ଜାଣନ୍ତୁ ଆପଣଙ୍କର ରାଶିଫଳ

ଭୁବନେଶ୍ୱର, ରିପୋର୍ଟ ( ଓଡିଶା ତାଜା ନ୍ୟୁଜ୍‌ ) ୨୪ ଏପ୍ରିଲ, ଶୁକ୍ରବାର :- ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ

ମେଷ :- ଆଜି ସମ୍ଭାଳିକରି ପଦକ୍ଷେପ ଉଠାଇବାକୁ ଉପଦେଶ । ଆପଣଙ୍କ ଆଖପାଖର ସ୍ଵଜନମାନଙ୍କ ସହିତ ଉଗ୍ର ଚର୍ଚ୍ଚା ନ ହେଉ ଏହାର ଧ୍ୟାନ ରଖିବେ । ଶାରୀରିକ ଏବଂ ମାନସିକ ରୂପରେ ଆପଣ ବ୍ୟଗ୍ରତା ଅନୁଭବ କରିପାରନ୍ତି । ଅନିଦ୍ରା କାରଣରୁ ସ୍ଵାସ୍ଥ୍ୟ ବିଗିଡ଼ି ପାରେ । ବୌଦ୍ଧିକ ଚର୍ଚ୍ଚାରେ ଆନନ୍ଦ ପ୍ରାପ୍ତ ହୋଇପାରେ, ପରନ୍ତୁ ଏପରି ବୌଦ୍ଧିକ ଚର୍ଚ୍ଚାରୁ ଦୂରରେ ରହବା ପାଇଁ ଉପଦେଶ ।

ବୃଷ :- ଆପଣଙ୍କ କାର୍ଯ୍ୟ ଦିନରେ ସଂପନ୍ନ ହେବାରୁ ଆନନ୍ଦର ମାତ୍ରାରେ ବୃଦ୍ଧି ହେବ । ଭାଇ-ଭଉଣୀମାନଙ୍କଠାରୁ ଲାଭ ହେବ । ଶାରୀରିକ ଏବଂ ମାନସିକ ରୂପରେ ଆପଣ ଖୁସି ଅନୁଭବ କରିବେ । ଆର୍ଥିକ ଲାଭ ହେବାର ମଧ୍ୟ ସଂଭାବନା ଅଛି । ପରନ୍ତୁ ମଧ୍ୟାହ୍ନ ପରେ ସ୍ଥିତି ବିପରୀତ ହେବାର ଆଶଂକା ଅଛି । ଧନ ଅଧିକ ମାତ୍ରାରେ ଖର୍ଚ୍ଚ ହୋଇପାରେ ।

ମିଥୁନ : = ନକାରାତ୍ମକ ମାନସିକ ବ୍ୟବହାର ରଖିବେ ନାହିଁ । ଅସନ୍ତୋଷ ଭାବନାରେ ମନ ବ୍ୟସ୍ତ ହୋଇପାରେ । ଶାରୀରିକ ରୂପରେ ମଧ୍ୟ ଆପଣ କମଜୋର ଅନୁଭବ କରିବେ । ପଢ଼ିବା -ଲେଖିବାରେ ବିଦ୍ୟାର୍ଥିମାନଙ୍କ ମନ ଲାଗିବ ନାହିଁ । ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କ ମନ ପ୍ରଫୁଲ୍ଲିତ ହେବ । ନୂଆ କାର୍ଯ୍ୟର ପ୍ରାରମ୍ଭ କରିବାକୁ ସାହସ ଆଜି କରନ୍ତୁ ନାହିଁ । ଆଜିର ଯାତ୍ରା ଆନନ୍ଦଦାୟୀ ରହିବ ।

କର୍କଟ :- ଭାବନାର ପ୍ରବାହରେ ଭାସନ୍ତୁ ନାହିଁ । ଛୋଟ ଯାତ୍ରା କିମ୍ବା ପର୍ଯ୍ୟଟନର ସଂଭାବନା ଅଛି । ଆଜିର ଦିନ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ଏବଂ ମନ ମଧ୍ୟ ପ୍ରଫୁଲ୍ଲିତ ରହିବ । ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କ ମନରେ ହତାଶାର ଭାବନା ଆସିବ ମନ ଅସୁସ୍ଥ ହୋଇପାରେ । ଅନୈତିକ ପ୍ରବୃତ୍ତିଗୁଡ଼ିକରେ ମନ ଭ୍ରଷ୍ଟ ନ ହେଉ ଏହାର ଧ୍ୟାନ ରଖିବେ ।

କନ୍ୟା := ଆଜି ଆପଣଙ୍କ ଦିନ ମଧ୍ୟମ ଫଳଦାୟୀ ରହିବ। ଆଜି ପରିସ୍ଥିତି ଅନୁକୂଳ ରହିବ । ଶାରୀରିକ ଏବଂ ମାନସିକ ରୂପରେ ସୁଖ ଶାନ୍ତି ରହିବ । ବ୍ୟବସାୟ କ୍ଷେତ୍ରରେ ମଧ୍ୟ ବାତାବରଣ ଅନୁକୂଳ ରହିବ । ଆଜି କୌଣସି ମହତ୍ଵପୂର୍ଣ୍ଣ ନିର୍ଣ୍ଣୟ ନିଅନ୍ତୁ। ଆଜି ବାଣୀ ଉପରେ ନିୟନ୍ତ୍ରଣ ରଖିବାକୁ ଉପଦେଶ । କୋର୍ଟ-କଚେରୀର କାର୍ଯ୍ୟଗୁଡ଼ିକରେ ନିର୍ଣ୍ଣୟ ନେବା ସମୟରେ ସାବଧାନ ରହିବେ । ଧନହାନି ସହିତ ମାନହାନି ହୋଇପାରେ, ସମ୍ଭାଳିକରି ଚାଲିବେ ।

ତୁଳା :- ଆଜି ପାରିବାରିକ ବାତାବରଣ ଆନନ୍ଦପ୍ରଦ ରହିବ । ପରିବାରର ସଦସ୍ୟମାନଙ୍କ ସହିତ ପ୍ରେମପୂର୍ଣ୍ଣ ବ୍ୟବହାର ରହିବ । ଘରର ସାଜ-ସଜ୍ଜାରେ ମଧ୍ୟ ପରିବର୍ତନ କରିବେ, ମାନସିକ ସୁସ୍ଥତାରେ ମଧ୍ୟ ବୃଦ୍ଧି ହେବ । ବ୍ୟବସାୟରେ ଉଚ୍ଚ ଅଧିକାରୀମାନଙ୍କ ତରଫରୁ ଆର୍ଥିକ ଲାଭ ହେବ । ଆର୍ଥିକ ଆୟୋଜନ ନିଷ୍ଠା ପୂର୍ବକ ସଂପନ୍ନ କରି ପାରିବେ । ସ୍ଵାସ୍ଥ୍ୟ ମଧ୍ୟ ଭଲ ରହିବ । ମାନସିକ ରୂପରେ ଶାନ୍ତି ଅନୁଭବ ହେବ ।

ବିଚ୍ଛା : – ଆପଣଙ୍କ ଭାଗ୍ୟବୃଦ୍ଧିର ଦିନ ଅଟେ । ବିଦେଶରେ ରହୁଥିବା ଲୋକଙ୍କଠାରୁ ଭଲ ସମାଚାର ପ୍ରାପ୍ତ ହେବ । ଶାରୀରିକ ଏବଂ ମାନସିକ ସ୍ଵାସ୍ଥ୍ୟ ଭଲ ରହିବ । ଧାର୍ମିକ ଯାତ୍ରା ହେବାର ସଂଭାବନା ଅଛି। ଧନ ଲାଭର ମଧ୍ୟ ସଂଭାବନା ଅଛି । ବ୍ୟବସାୟରେ ପ୍ରମୋସନର ଯୋଗ ଅଛି । ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟ ସଫଳ ହେବା ସହିତ ସଂପୂର୍ଣ୍ଣ ମଧ୍ୟ ହେବ । ମାତାଙ୍କ ସହିତ ସମ୍ବନ୍ଧ ଭଲ ରହିବ । ମାନ-ସମ୍ମାନ ପ୍ରାପ୍ତ ହେବ ।

ଧନୁ :- ଆଜି ଶାରୀରିକ ସ୍ଵାସ୍ଥ୍ୟ ନରମ-ଗରମ ରହିପାରେ । ନିଷେଧାତ୍ମକ ବିଚାର ଆପଣଙ୍କ ମନର ସୁସ୍ଥତା ଉପରେ ନକାରାତ୍ମକ ପ୍ରଭାବ କରିବ ସେଥିପାଇଁ ବୈଚାରିକ ସ୍ତରରେ ନିୟନ୍ତ୍ରଣ ରଖିବାକୁ ଆବଶ୍ୟକ ଅଟେ । ମଧ୍ୟାହ୍ନ ପରେ ଆପଣ ଶାରୀରିକ ଏବଂ ମାନସିକ ସୁସ୍ଥତା ଆସିବ ଏବଂ ପ୍ରଫୁଲ୍ଲିତ ହେବେ । ଅଚାନକ ଧନପ୍ରାପ୍ତିର ଯୋଗ ଅଛି । ବ୍ୟାବସାୟୀଙ୍କୁ ବ୍ୟବସାୟରେ ଲାଭ ହେବ ।

ମକର :- ଆଜିର ଦିନ ପରିଜନମାନଙ୍କ ସହିତ ଆନନ୍ଦ ପୂର୍ବକ ଯାତ୍ରା କିମ୍ବା ପର୍ଯ୍ୟଟନର ଆନନ୍ଦ ଉଠାଇବେ, ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କ ମନ ବ୍ୟଗ୍ରତା ଅନୁଭବ କରିପାରେ । ଅଧିକ ଖର୍ଚ୍ଚ ହେବାରୁ ଧନର ଅଭାବ ରହିପାରେ କିନ୍ତୁ ଶେଷରେ ସବୁ ଠିକ ହୋଇଯିବ । ସରକାରୀ କାର୍ଯ୍ୟଗୁଡ଼ିକରେ ବିଘ୍ନ ଆସିପାରେ । ଅନୈତିକ କାର୍ଯ୍ୟ ସମ୍ବଂଧିତ ବୃତ୍ତିଗୁଡ଼ିକ ଉପରେ ଅଂକୁଶ ରଖିବାକୁ ପଡ଼ିପାରେ ।

କୁମ୍ଭ :- ଆଜିର ଦିନ ସୁଖ-ଶାନ୍ତି ପୂର୍ବକ ବିତିବ । ପାରିବାରିକ ଜୀବନରେ ମଧ୍ୟ ଆନନ୍ଦ ଆସିବ । ଶାରୀରିକ ଏବଂ ମାନସିକ ସୁସ୍ଥତା ପ୍ରାପ୍ତି ହେବ । ଆନନ୍ଦ-ପ୍ରମୋଦ ସହିତ ବାହନ ସୁଖ ପ୍ରାପ୍ତି ହେବ। ବ୍ୟବସାୟ କ୍ଷେତ୍ରରେ ଆପଣଙ୍କୁ କୀର୍ତ୍ତି ପ୍ରାପ୍ତ ହେବ । ନୂଆ ବସ୍ତ୍ର ଏବଂ ଆଭୂଷଣ ପଛରେ ଧନ ବ୍ୟୟ ହୋଇପାରେ କିନ୍ତୁ ଆପଣଙ୍କୁ ମାନିସକ ସୁଖ ମିଳିବ । ଛୋଟ ଯାତ୍ରା କିମ୍ବା ପର୍ଯ୍ୟଟନର ସଂଭାବନା ଅଛି ।

ମୀନ :- କୌଣସି ବ୍ୟକ୍ତି ସହିତ ବୌଦ୍ଧିକ ଚର୍ଚ୍ଚା କିମ୍ବା ବାଦ-ବିବାଦରେ ରୁହନ୍ତୁ ନାହିଁ। ନୂଆ କାର୍ଯ୍ୟର ପ୍ରାରମ୍ଭ ପାଇଁ ଦିନ ଅନୁକୂଳ ନୁହେଁ । ମଧ୍ୟାହ୍ନ ପରେ ସ୍ଥିତିରେ ଅଚାନକ ସୁଧାର ଦିଖାଯିବ । ଶାରୀରିକ ଏବଂ ମାନସିକ ରୂପରେ ଆପଣ ସୁସ୍ଥ ଅନୁଭବ କରିବେ । କାର୍ଯ୍ୟାଳୟରେ ଅନୁକୂଳ ବାତାବରଣ ରହିବ ।