No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୮ ସେପ୍ଟେମ୍ୱର ମଙ୍ଗଳବାର ) ଭୁବନେଶ୍ୱର :- ପିରାମଲ୍ ଫାର୍ମା ଲିମିଟେଡ୍ର କଂଜ୍ୟୁମର୍ ଉତ୍ପାଦ ବିଭାଗ ପକ୍ଷରୁ ଏହାର ବ୍ରାଣ୍ଡ୍ ଲିଟିଲ୍ସର ବେବି ୱାଇପ୍ସ ଓ ଲିଟଲ୍ସ କମ୍ଫି ବେବି ପ୍ୟାଂଟ୍ର ପ୍ରଚାର ଲାଗି ବଲିଉଡ୍ ଅଭିନେତ୍ରୀ କରିନା କପୁରଙ୍କ ସହ ସହଯୋଗିତା ସ୍ଥାପନ କରାଯାଇଛି । ନିକଟରେ ମାତୃତ୍ୱ ଲାଭ କରିଥିବା ଏବଂ ନିଜ ପିଲାମାନଙ୍କୁ ଶ୍ରେଷ୍ଠ ଯତ୍ନ ଦେବା ଉପରେ ଗୁରୁତ୍ୱ ଦେଉଥିବାରୁ ସେ ନୂତନ ଭାବେ ମାତୃତ୍ୱ ଲାଭ କରୁଥିବା ସମସ୍ତଙ୍କ ପାଇଁ ଏକ ପ୍ରେରଣା । ୧୯୮୦ରେ ସ୍ଥାପନ ହୋଇଥିବା ଲିଟିଲ୍ସରେ ବ୍ୟାପକ ବର୍ଗର ଉତ୍ପାଦ ରହିଛି ଯାହା ପିଲା ଜନ୍ମ ହେବା ଠାରୁ ତାଙ୍କୁ ୪ ବର୍ଷ ହେବା ପର୍ଯ୍ୟନ୍ତ ଜୀବନର ବିଭିନ୍ନ ସ୍ତରରେ ବ୍ୟବହାର କରିହେବ ।
ବିଗତ ତିନି ଦଶନ୍ଧୀରେ ଭାରତୀୟ ମା’ମାନଙ୍କ ମଧ୍ୟରେ ଏହି ବ୍ରାଣ୍ଡ୍ ବଡ଼ ଧରଣର ବିଶ୍ୱାସ ଜୟ କରିଛି ଏବଂ ଶିଶୁମାନଙ୍କ ସବୁ ପ୍ରକାର ଯତ୍ନ ନେବା ଲାଗି ଏହା ଜଣାଶୁଣା । ମା’ଙ୍କ ଭଳି ଯେଉଁମାନେ ଶିଶୁମାନଙ୍କ ଛୋଟ ଜିନିଷ ଗୁଡିକର ଯତ୍ନ ନିଅନ୍ତି ଶିଶୁମାନେ ତାଙ୍କୁ ପସନ୍ଦ କରନ୍ତି ଏବଂ ଏହି ଭାବକୁ ନେଇ ଶିଶୁକୁ ଆରାମ ଏବଂ ସୁସ୍ଥକର ରଖିବା ଲାଗି କଂପାନି ଏହାର ଉତ୍ପାଦଗୁଡ଼ିକୁ ତିଆରି କରୁଛି । ଲିଟିଲ୍ସର ବେବି ୱାଇପ୍ଗୁଡ଼ିକ ଗାଢ଼ ଏବଂ ସେଥିରେ ଆଲୋଭେରା ବ୍ୟବହାର କରାଯାଇଛି । ଏଥିରେ ଜୋଜୋବା ତୈଳ ଓ ଭିଟାମିନ୍ ଇ ମଧ୍ୟ ରହିଛି ଯାହା ଶିଶୁର ଚର୍ମକୁ କୋମଳ ରଖିବ ।
ଏହି ଘୋଷଣା ଅବସରରେ ନନ୍ଦୀନି ପିରାମଲ୍, ନିର୍ଦ୍ଦେଶିକା, ପିରାମଲ୍ ଫାର୍ମା ଲିମିଟେଡ୍ କହିଛନ୍ତି ଯେ, “ଆମର ବ୍ରାଣ୍ଡ୍ ଲିଟିଲ୍ସ ପାଇଁ ବଲିଉଡ୍ର ଜଣେ ସବୁଠୁ ଲୋକପ୍ରିୟ ସେଲିବ୍ରିଟିଙ୍କ ସହ ଯୋଡ଼ି ହୋଇଥିବାରୁ ଆମେ ଅତ୍ୟନ୍ତ ରୋମାଂଚିତ । ଭଲ ଅଭିଭାବକ ଭାବେ କରିନା ଉଦାହରଣ ସୃଷ୍ଟି କରିଛନ୍ତି ଏବଂ ତାହା ଆମ ବ୍ରାଣ୍ଡ୍ ସହ ବେଶ ଖାପଖାଉଛି । ଲିଟିଲ୍ସ ଏକ ବ୍ରାଣ୍ଡ୍ ଭାବେ ବାସ୍ତବ ପିତାମାତା, ସେମାନଙ୍କ ଯାତ୍ରା ଏବଂ ଶିଶୁଙ୍କ ପ୍ରତିଟି ଆବଶ୍ୟକତାକୁ ପୂରଣ କରିବାକୁ ଭଲ ଭାବେ ବୁଝିପାରିଛି । ବେବି ୱାଇପ୍ସଗୁଡ଼ିକ ସ୍ୱତନ୍ତ୍ର ଭାବେ ଅଧିକ ଗାଢ଼ ଓ ଆର୍ଦ୍ର କରାଯାଇଛି ଯାହା ଶିଶୁଙ୍କୁ କୋମଳ ଏବଂ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅନୁଭୂତି ପ୍ରଦାନ କରିବ ।’’ ଅଭିନେତ୍ରୀ କରିନା କପୁର କହିଛନ୍ତି ଯେ, “ଅଭିଭାବକ ଭାବେ ସ୍ୱଚ୍ଛତା ବଜାୟ ରଖିବା ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ । କେବଳ ଶିଶୁର ଡାଇପର୍ ବଦଳାଇବା ପାଇଁ ନୁହେଁ ବରଂ ସେମାନେ ଖାଇବା ଏବଂ ଖେଳିବା ସହ ଦୁନିଆକୁ ଜାଣୁଥିବା ସମୟରେ କରୁଥିବା ଅନେକ ଛୋଟ କାମ ପାଇଁ ବେବି ୱାଇପ୍ସ ହେଉଛି ଗୁରୁତ୍ୱପୂର୍ଣ୍ଣ ଏବଂ ଅବିଚ୍ଛେଦ୍ୟ ଅଙ୍ଗ । ଲିଟିଲ୍ସ ବେବି ୱାଇପ୍ସ ଯାହା ଅଧିକ ଗାଢ଼, ଅଧିକ ଆର୍ଦ୍ର ଓ ଯେଉଁଥିରେ ଆଲୋଭେରା, ଜୋଜୋବା ତୈଳ ଓ ଭିଟାମିନ୍ ଇର ଭଲ ଗୁଣ ରହିଛି ତାହା ସହିତ ଯୋଡ଼ି ହୋଇଥିବାରୁ ମୁଁ ଅତ୍ୟନ୍ତ ରୋମାଂଚିତ ।’’
No Result
View All Result