No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୭ ସେପ୍ଟେମ୍ୱର ସୋମବାର) ବାଙ୍କୀ :-ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାଙ୍କୀ ଏନଏସି ରେ ଗୃହ ଆବଣ୍ଟନ କୁ ନେଇ ଗତ ଶୁକ୍ରବାର କିଛି ଜନସାଧାରଣ ଏନଏସି କାର୍ଯ୍ୟାଳୟ କୁ ଯାଇ ଥିଲେ ।ଏନଏସି କାର୍ଯ୍ୟାଳୟ କୁ ଯାଇ ଆବାସ ଯୋଜନା ର ବିଭାଗୀୟ କାର୍ଯ୍ୟ ବୁଝୁଥିବା କର୍ମଚାରୀ ଙ୍କ ସହ ବଚସା କରି ମାଡ଼ ମାରିଥିଲେ।ଏହି ମାଡ଼ ମାରିବା ଘଟଣା କୁ ବହୁ ବାଙ୍କୀ ର ବୁଦ୍ଧି ଯିବି ନିନ୍ଦା କରିବା ସହ ମାଡ଼ ମାରିଲେ କଣ ସମସ୍ୟା ର ସମାଧାନ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ।ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ଙ୍କ ନାମ ତାଲିକା ରୁ ବାଦ ପଡିବା ନେଇ ଶୁକ୍ରବାର ବାଙ୍କୀ ନଗର ମଣ୍ଡଳ ସଭାପତି ସଞ୍ଜୟ ରଣା ଙ୍କ ନେତୃତ୍ୱରେ ଏକ ପ୍ରତିନିଧି
ମଣ୍ଡଳ ବାଙ୍କୀ ତହସିଲଦାର ତଥା ଦାଇତ୍ୱ ରେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସତ୍ୟ ରଞ୍ଜନ ପଣ୍ଡା ଙ୍କୁ ସାକ୍ଷାତ କରି ଏନଏସି ର ସମସ୍ତ ୧୭ଗୋଟି ୱାର୍ଡ ରେ ହୋଇଥିବା ଆବାସ ଯୋଜନାରେ ଦୁର୍ନୀତି ସମ୍ପର୍କରେ ଅବଗତ କରାଇଥିଲେ।ଯେଉଁ ମାନଙ୍କ କୋଠା ଘର ଅଛି ସେମାନଙ୍କୁ ଆବାସ ଯୋଜନାରେ ଗୃହ ଯୋଗାଇ ଦିଆଯାଇଛି ଜଣଙ୍କ ପରିବାର ରୁ ଏକାଧିକ ବ୍ୟକ୍ତି ଙ୍କୁ ଗୃହ ଯୋଗେଇ ଦିଆ ଯିବା ସହ ବହୁ ଅବିବାହିତ ଲୋକଙ୍କୁ ରାଜନୈତିକ ବଡ଼ ପଣ୍ଡା ଙ୍କ ଇଙ୍ଗିତ ରେ ଓ ଚାପ ରେ ଆବାସ ଗୃହ ଯୋଗେଇ ଦିଆ ଯାଇଛି।ବିଜେପି ର ଅଭିଯୋଗ କୁ ଶ୍ରୀ ପଣ୍ଡା ଧର୍ଯ୍ୟର ସହ ଶୁଣି ପ୍ରତିନିଧି ମଣ୍ଡଳ କୁ ଘଟଣା କୁ ଅନୁଧ୍ୟାନ କରିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ।କିଛି ଅସାମାଜିକ ଲୋକ
ତହସିଲଦାର ଙ୍କ ନାମରେ ବହୁ ଅଭିଯୋଗ କରି କହିଥିଲେ ଶ୍ରୀ ପଣ୍ଡା ତହସିଲଦାର ଭାବେ କାର୍ଯ୍ୟ କରି ସ୍ୱଚ୍ଛତା ଅବଲମ୍ବନ କରୁନଥିବା ବେଳେ କିପରି ତାଙ୍କୁ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ଦାଇତ୍ୱ ପ୍ରଦାନ କରାଯାଇଛି ଏହା ବିଲେଇ କୁ ମାଛ ଜାଗେଇଲା ପରି ।ଉକ୍ତ ଅସାମାଜିକ ବ୍ୟକ୍ତି ମାନଙ୍କୁ ବର୍ତବ୍ୟ କୁ ବାଙ୍କୀ ର ବହୁ ବୁଦ୍ଧି ଯିବି ନିନ୍ଦା କରିଛନ୍ତି ତହସିଲଦାର ଙ୍କ କାର୍ଯ୍ୟ ର ସ୍ୱଚ୍ଛତା ସମ୍ପର୍କରେ ସମସ୍ତ ଜାଣିଛନ୍ତି ସର୍ବଦା ଆକ୍ସନ ମୁଡ଼ ଶ୍ରୀ ପଣ୍ଡା।କରୋନା ମହାମାରୀ ସମୟରେ ଶ୍ରୀ ପଣ୍ଡା ନିଜ ପରିବାର ଓ ନିଜ ଜୀବନକୁ ବାଜି ଲଗେଇ ଅମାନିଆ ଙ୍କ ଠାରୁ ତଣ୍ଡ ଆଦାୟ କରି ରାଜ୍ୟ ରେ ଚର୍ଚ୍ଚିତ ଥିଲେ।ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କ ଗୃହ ଯୋଗାଣ ବାଦ ପଡିଥିବା ଘଟଣା ସମ୍ପର୍କରେ ତହସିଲଦାର ତଥା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପଣ୍ଡା ଙ୍କୁ ପଚାରିବାରୁ ସେ
କହିଲେ ଦିନ ବିଜେପି ଦେଇଥିବା ଅଭିଯୋଗ କୁ ମୁଁ ଧ୍ୟାନ ର ସହ ଶୁଣି ତାହାକୁ ତଦନ୍ତ ପାଇଁ ବିଭାଗ କୁ ପଠେଇଛି।ମୁଁ କିଛି ମାସ ହେବ ଭାରପ୍ରାପ୍ତ କାର୍ଯ୍ୟଧିକାରୀ ଦାଇତ୍ୱ ନେଇଛି ମୋ ପୂର୍ବରୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର ତାଲିକା ପ୍ରକାଶ ପ୍ରସ୍ତୁତି ହୋଇଥିଲା।ଏବେ କେବଳ ଉକ୍ତ ତାଲିକା ଅନୁଯାୟୀ ହିତାଧିକାରୀ ଙ୍କୁ କାର୍ଯ୍ୟଦେଶ ବଣ୍ଟନ କରାଯାଉଛି।ଯଦି କେହି ହିତାଧିକାରୀ ଆବାସ ଯୋଜନାରୁ ବାଦ ପଡିଛନ୍ତି ସେମାନେ ସିଧାସଳଖ ମୋ ପାଖରେ ଆବେଦନ କରନ୍ତୁ ମୁଁ ନିଜେ ଉକ୍ତ ସ୍ଥାନକୁ ଯାଇ ତନଖି କରିବି ଯଦି ଉକ୍ତ ବ୍ୟକ୍ତି ଆବାସ ଯୋଜନାରେ ଗୃହ ପାଇବାକୁ ଯୋଗ୍ୟ ଥିବେ ତେବେ ନିଶ୍ଚିତ ପାଇବେ।ଯଦି କେହି ଅଯୋଗ୍ୟ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗେଇଦିଆଯାଇଛି ତେବେ ତାହା ବି ମତେ ଅବଗତ କରନ୍ତୁ ମୁଁ ତନଖି କରିବି।କୌଣସି ରାଜନୈତିକ ଚାପ ମୋ ଉପରେ ପଡୁନାହିଁ ଏହା ବିରୋଧି ଙ୍କ ବୃଥା ଆରୋପ।
No Result
View All Result