No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୭ ସେପ୍ଟେମ୍ୱର ସୋମବାର) ପାରଳାଖେମୁଣ୍ଡି :- ସାମୁଦ୍ରିକ ଝଡ଼ବାତ୍ୟା ଗୁଲାବର ପ୍ରଭାବରେ ଗଜପତି ଜିଲ୍ଲାବ୍ୟାପୀ ବର୍ଷା ଲାଗିରହିଛି । ଏହାର ପ୍ରଭାବରେ ଭୁସ୍ଖଳନ ଓ ବଡ ଗଛ ଉପୁଡି ରାସ୍ତା ଅବରୋଧ ହୋଇଛି । ଅନ୍ୟପକ୍ଷରେ ବଂଶଧାରା ନଦୀର ବନ୍ୟାଜଳ ସନ୍ଧ୍ୟା ୭ ଟା ବେଳକୁ ସତର୍କ ସଂକେତ ଠାରେ ପ୍ରବାହିତ ହେଉଛି ।ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ ବିଭିନ୍ନ କଚା ଝାଟିମାଟି ଓ ଚାଲ ଛପର ଘରେ ରହୁଥିବା ପରିବାରଙ୍କୁ ବିଭିନ୍ନ ସ୍କୁଲ ମାନଙ୍କରେ ଆଶ୍ରୟ ସ୍ଥଳ ଖୋଲାଯାଇ ରଖାଯିବା ସହ ରାତିରେ ରନ୍ଧାଖାଦ୍ୟ ବ୍ୟବସ୍ଥା କରାଯାଇଛି । ସେହିଭଳି ବିଭିନ୍ନ ବ୍ଲକ ଅଂଚଳରେ ବ୍ଲକ ପ୍ରଶାସନ ଦ୍ବାରା ମଧ୍ୟ ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଜିଲ୍ଲାବ୍ୟାପୀ ବର୍ଷା ଲାଗିରହିବା ଫଳରେ ଏହାର ପ୍ରଭାବରେ ନାମନଗଡ଼-ଗୁମା ରାସ୍ତାରେ ଭୁସ୍ଖଳନ ଘଟି ରାସ୍ତା ଉପରେ ପଥର ମାଟି ଧସିପଡି ରାସ୍ତା ଅବରୋଧ ହୋଇଛି । ଖବର ପାଇଁ ଓଡ୍ରାଫ ଦଳ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ସ୍ୱାଭାବିକ କରିଛନ୍ତି ।ସେହିଭଳି ରାୟଗଡ ବ୍ଲକର ନାରାୟଣପୁର ରାସ୍ତାରେ ବଡ଼ ଗଛ ଉପୁଡିପଡି ରାସ୍ତା ଅବରୋଧ ହୋଇଥିଲା ଓଡ୍ରାଫ ଦଳ ଘଟଣା ସ୍ଥଳରେ ପହଞ୍ଚି ସେସବୁ କାଟି ପରିସ୍ଥିତି ସ୍ୱାଭାବିକ କରିଥିଲେ ।

ପ୍ରବଳ ବର୍ଷା ଦିନତାମାମ ଲାଗିରହିବା ଫଳରେ ବଂଶଧାରା ନଦୀରେ ବନ୍ୟାଜଳ ସତର୍କ ସଙ୍କେତ ତଳେ ପ୍ରବାହିତ ହେଉଛି । ରାତି ତମାମ ଏହିବର୍ଷା ଲାଗିରହିଲେ ଜଳସ୍ତର ବିପଦ ସଂକେତ ଟପି ପରିସ୍ଥିତ ଅଣାୟତ୍ତ ହୋଇପଡିବା ସମ୍ଭାବନା ରହିଛି । ବଂଶଧାରା ନଦୀର ଜଳସ୍ତର ତଥା ବନ୍ୟାଜଳକୁ ନିୟନ୍ତ୍ରଣ କରବା ପାଇଁ ତଳ ମୁଣ୍ଡରେ ଥିବା ଆନ୍ଧ୍ର ଶ୍ରୀକାକୁଲମ ଜିଲ୍ଲା ରାମଣ୍ଡଳମ ସ୍ଥିତ ଗୋଟ୍ଟା-ବ୍ୟାରେଜର ସମସ୍ତ ୨୨ ଟି ଗେଟ୧ ମିଟର ଉଚ୍ଚତରେ ଖୋଲି ଦିଆଯାଇ ସେଥିରେ ପ୍ରତି ସେକେଣ୍ଡରେ ୧୫ ହଜାର କ୍ୟୁସେକ ଜଳ ନିଷ୍କାସନ କରାଯାଉଛି ବୋଲି ଗୋଟ୍ଟା ବ୍ୟାରେଜ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି

No Result
View All Result