No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୨୭ ସେପ୍ଟେମ୍ୱର ସୋମବାର) ପାରଳାଖେମୁଣ୍ଡି :- ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବର୍ତ୍ତମାନ ଗଭୀର ଅବପାତରେ ପରିଣତ ହୋଇ ଲ୍ୟାଣ୍ଡଫଲ ହେବା ଆରମ୍ଭ କରିଛି । ଗୋପାଳପୁର-କଳିଙ୍ଗପାଟନମ୍ ମଧ୍ଯରେ ସ୍ଥଳଭାଗ ଛୁଇଁବା ଆରମ୍ଭ କରିଛି ସାମୁଦ୍ରିକ ଝଡ଼ବାତ୍ୟା ଗୁଲାବ । ଏହାର ପ୍ରଭାବରେ ଶନିବାର ମଧ୍ୟରାତ୍ରିରୁ ଗଜପତି ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଛି । ବର୍ଷାର ପରିମାଣ ବୃଦ୍ଧି ପାଇବାରେ ଲାଗିଛି । ରବିବାର ସନ୍ଧ୍ୟାରୁ ସାମାନ୍ୟ ପବନ ମଧ୍ୟ ଆରମ୍ଭ ହୋଇଯାଇଥଲା । । ‘ତିତିଲି’ ଭଳି ଗଜପତି ଜିଲ୍ଲା କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି । କାରଣ ବାତ୍ୟା ତିତିଲି ମଧ୍ୟ ସେହି ସମାନ ଅଞ୍ଚଳରେ ସ୍ଥଳଭାଗ ଛୁଇଁଥିଲା ପ୍ରଶାସନତିତିଲି ଯୋଗୁଁ ଗଜପତି ଜିଲ୍ଲାର ରାୟଗଡ଼ ବ୍ଳକ ଏବଂ ମହେନ୍ଦ୍ରଗିରି ଅଞ୍ଚଳ ବିଶେଷ କ୍ଷତିଗ୍ରସ୍ତ ହୋଇଥିଲା । ‘ଗୁଲାବ୍’ ମଧ୍ୟ ସମାନ ସ୍ଥିତି ଉପୁଜାଇବା ଆଶଙ୍କା କରାଯାଉଛି । ଏହାର ମୁକାବିଲା ପାଇଁ ଗଜପତି ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ।

ବର୍ତ୍ତମାନ ସୁଦ୍ଧା ପ୍ରାୟ ୬୯୬୮ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ୧୦ ହଜାର ଲୋକଙ୍କ ପାଇଁ ପ୍ରଶାସନ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଥିବା ନେଇ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା କହିଛନ୍ତି ।ବାତ୍ୟା କଥା ଶୁଣି ଆତଙ୍କିତ ହୋଇ ପଡ଼ିଛନ୍ତି ଗଜପତି ଜିଲ୍ଲାର ଚାଷୀ । ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷ କାମ ବିଳମ୍ବରେ ଆରମ୍ଭ ହୋଇଛି । ଗତ କିଛିଦିନ ହେଲା ଧାର କରଜ କରି ରୂଆ କାମ ସାରିଛନ୍ତି ଚାଷୀ ହେଲେ ବାତ୍ୟା ଓ ବର୍ଷା ଧାନଜମିକୁ ନଷ୍ଟ କରିବା ଆଶଙ୍କାରେ ରହିଛନ୍ତି ଚାଷୀ । କାରଣ ଗତ ତିତିଲି ସମୟରେ ମଧ୍ୟ ଚାଷୀଙ୍କୁ ବହୁ କ୍ଷୟକ୍ଷତି ସହିବାକୁ ପଡ଼ିଥିଲା । ଯାହାର କ୍ଷତିପୂରଣ ଆଜି ପର୍ଯ୍ୟନ୍ତ ମିଳିପାରିନାହିଁ ବାତ୍ୟାର ପ୍ରଭାବରେ ପବନ ସାଙ୍ଗକୁ ଲଗାଣ ବର୍ଷା ଜାରି ରହିଛି । ଗୁମ୍ମା ବ୍ଲକର ନାମନଗଡ- ଅଜୟଗଡ ରାସ୍ତାରେ ପାହାଡ ଧସି ରାସ୍ତା ଅବରୋଧ ହୋଇଛି । ପାହାଡିଆ ଅଞ୍ଚଳରେ ଆହୁରି ମାଟି ଅତଡ଼ା ଖସିବାର ସମ୍ଭାବନା ରହିଛି ।

ତେଣୁ ଭୂସ୍ଖଳନ ସମ୍ଭାବନା ଥିବା ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବାକୁ ପ୍ରାଥମିକତା ଦିଆଯାଇଛି । ସେମାନଙ୍କୁ ବିଭିନ୍ନ ଆଶ୍ରୟ ସ୍ଥଳୀରେ ରଖାଯାଇଥିବା ବେଳେ ରନ୍ଧାଖାଦ୍ୟ ମଧ୍ୟ ଯୋଗାଇ ଦିଆଯାଉଛି ।ବାତ୍ୟା ଏବଂ ଏହାର ପରବର୍ତ୍ତୀ ସ୍ଥିତିର ମୁକାବିଲା ପାଇଁ ମଧ୍ୟ ଗଜପତି ପ୍ରଶାସନ ସମପୂର୍ଣ୍ଣ ପ୍ରସ୍ତୁତ ରହିଛି । ଖୋଦ୍ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀକୁ ଯାଇ ସେଠାକାର ସ୍ଥିତି ସମୀକ୍ଷା କରିଛନ୍ତି । ବାତ୍ୟାର ପ୍ରଭାବରେ ବିଦ୍ୟୁତ୍ ଏବଂ ଟେଲିଫୋନ ସେବା ବାଧାପ୍ରାପ୍ତ ହେବା ସମ୍ଭାବନା ରହିଛି । ଏଭଳି କିଛି ବି ସମସ୍ୟା ଦେଖାଗଲେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।ବାତ୍ୟା ମୁକାବିଲା ପାଇଁ ଜିଲ୍ଲାରେ ୬ଟି ଓଡ୍ରାଫ୍ ଏବଂ ୨ ଏନଡିଆରଏଫ ଟିମ୍ ମୁତୟନ ରହିଛନ୍ତି । ସେମାନଙ୍କୁ ଭୂସ୍ଖଳନ ସମ୍ଭାବନା ଥିବା ଅଞ୍ଚଳକୁ ପଠାଯାଇଛି । ଜିଲ୍ଲାରେ ମୋଟ ୫୫ଟି ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯାଇଥିବା ବେଳେ ବିପଦପୂର୍ଣ୍ଣ ସ୍ଥାନରେ ଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିବା ପ୍ରକ୍ରିୟା ଆରମ୍ଭ ଜାରି ରହିଛି । ଜିଲ୍ଲାର ସମସ୍ତ ୭ଟି ବ୍ଲକ ପାଇଁ ୭ ଜଣ ନୋଡାଲ ଅଫିସରଙ୍କୁ ମଧ୍ୟ ପ୍ରଶାସନ ନିଯୁକ୍ତ କରିଛି l (ଗରୁଡ଼ ଧ୍ଵଜ ଚୌଧୁରୀ)
No Result
View All Result