ମୟୁରଭଞ୍ଜ ର ପୁଅ ସୀତାରାମ ମୁର୍ମୁଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶେଷକୃତ୍ୟ ସମ୍ପନ୍ନ ହୋଇଛି

ସୀତାରାମ ଓଡ୍ରାଫ ଟିମ ର ଜଣେ ସୁଦକ୍ଷ ବୁଡାଳି କର୍ମଚାରୀ ଥିଲେ ସେ ପ୍ରାୟ ୫୦୦ ରୁ ଉର୍ଧ୍ଵ ଲୋକଙ୍କୁ ଅକାତକାତ ପାଣି ମୁହଁରୁ ଉଧାର କରିଥିଲେ .  

ସୀତାରାମ ସାହସିକତା ପାଇଁ ରାଜ୍ୟ ର ବିଭିନ୍ନ ଅନୁଷ୍ଠାନ ପକ୍ଷ ରୁ ଅନେକବାର ପୁରସ୍କୃତ ହୋଇଛନ୍ତି .

ପୁଅ ଆଲୋକ ମୁର୍ମୁ ତାଙ୍କୁ ମୁଖାଗ୍ନି ଦେଇଥିଲେ

ଓଡ଼ିଶା ତାଜା ନ୍ୟୁଜ୍ (୨୬ ସେପ୍ଟେମ୍ବର ରବିବାର ) ମୟୁରଭଞ୍ଜ :- ମୟୁରଭଞ୍ଜ କରଞ୍ଜିଆ ଠାରେ ଥିବା ମୁକ୍ତାଝରୀ ଗାଁ ରେ ପଞ୍ଚଭୂତ ରେ ଲୀନ ହୋଇଛନ୍ତି ଓଡ୍ରାଫ ଯବାନ ସହିଦ ସୀତାରାମ ମୁର୍ମୁ I ସୀତାରାମଙ୍କୁ ଉପଯୁକ୍ତ ସମ୍ମାନ ଦିଆଯାଇ ନଥିବା ତଥା ତାଙ୍କ ମୃତଦେହରେ ଜାତୀୟ ପତାକା ଘୋଡା ଯାଇ ନ ଥିବା ଏବଂ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନେ ଠିକ ସମୟ ରେ ନ ପହଞ୍ଚିବାରୁ ପରିବାର ଲିକେ ଅସନ୍ତୋଷ ପ୍ରକାଶ କରିଥିଲେ I

ଆଜି ଦିନ ପ୍ରାୟ ୧୨ଟା ୪୫ ମିନିଟ୍‌ରେ ସୀତାରାମଙ୍କ ପରିବାର ଲୋକେ ମୃତଦେହ ଗ୍ରହଣ କରିବା ପରେ ପାରମ୍ପରିକ ରୀତିନୀତି ଅନୁସାରେ କ୍ରିୟା କର୍ମ ଘରେ କରିଥିଲେ I ଏହା ପରେ ଗ୍ରାମବାସୀ ତଥା ବନ୍ଧୁବାନ୍ଧବ ଶେଷ ଦର୍ଶନ କରିଥିଲେ ଏହାପରେ ପରେ ତାଙ୍କ ମୃତଦେହକୁ ଏକ ବିରାଟ ପଟୁଆରରେ ଗାଁ ମଶାଣିକୁ ନିଆଯାଇଥିଲା। ସେଠାରେ ଗାର୍ଡ ଅଫ୍ ଅନର ଦିଆଯିବା ପରେ ଶୋକାକୂଳ ପରିବେଶରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ପୁଅ ଆଲୋକ ମୁର୍ମୁ ତାଙ୍କୁ ମୁଖାଗ୍ନି ଦେଇଥିଲେ।

ମୁଣ୍ଡଳି ବ୍ୟାରେଜ ନିକଟ ମହାନଦୀରେ ଏକ ଦନ୍ତା ହାତୀ ଫସିଯାଇଥିଲା I ହାତୀକୁ ଘଉଡାଇ କୂଳକୁ ଆଣିବା ପାଇଁ ଓଡ୍ରାଫ ଟିମ ର ପାଞ୍ଚ ଜଣ ସଦସ୍ୟ ଙ୍କ ସହିତ ଗଣମାଧ୍ୟମ ର ୨ ଜଣ ପ୍ରତିନିଧି ଯାଇଥିଲେ I ଓଡ୍ରାଫ ଟିମ ରେ ସୀତାରାମ ଙ୍କ ସହିତ ତାଙ୍କର ଆଉ କିଛି ସହଯୋଗୀ ସହିତ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ସେମାନେ ବୋଟ୍ ନେଇ ନଦୀ ଭିତରୁ ହାତୀକୁ ଘଉଡ଼ାଇବାକୁ ଯାଇଥିଲେ। ତେବେ ସେହି ସମୟରେ ନଦୀର ପ୍ରଖର ସ୍ରୋତରେ ବୋଟ୍‌ରେ ଓଲଟି ପଡ଼ିଥିଲା। ଫଳରେ ସୀତରାମ ଭାସି ଯାଇଥିଲେ।

ସୀତରାମଙ୍କ ସହିତ ଓଟିଭି ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କର ମୃତ୍ୟୁ ଘଟିଥିଲା। ଅରିନ୍ଦମ ଖବର ପ୍ରସାରଣ ପାଇଁ ଓଡ୍ରାଫ୍ ଟିମ୍ ସହିତ ଯାଇଥିଲେ । ଯବାନ ସୀତାରାମ ଓଡ୍ରାଫ ଟିମ ର ଜଣେ ସୁଦକ୍ଷ ବୁଡାଳି କର୍ମଚାରୀ ଥିଲେ ସେ ପ୍ରାୟ ୫୦୦ ରୁ ଉର୍ଧ୍ଵ ଲୋକଙ୍କୁ ଅକାତକାତ ପାଣି ମୁହଁରୁ ଉଧାର କରିଥିଲେ I ତାଙ୍କର ସାହସିକତା ପାଇଁ ରାଜ୍ୟ ର ବିଭିନ୍ନ ଅନୁଷ୍ଠାନ ପକ୍ଷ ରୁ ଅନେକ ବାର ପୁରସ୍କୃତ ହୋଇଛନ୍ତି କିନ୍ତୁ ଆଜି ସେହି ପାଣି ସୀତାରାମ ଙ୍କୁ ସବୁଦିନ ପାଇଁ ଆଦରି ନେଇଛି I