No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୬ ସେପ୍ଟେମ୍ବର ରବିବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧିନରେ ଥିବା ସିମିଳି ସାହି, ସମ୍ପଡ଼ା, ନିଳାଦ୍ରିପୁର ,ନୂଆଗାଁ,କୋରଡ଼ା, ଦୁରୁଦୁରା ଆଦି ବିଭିନ୍ନ କ୍ଲଷ୍ଟର ରେ ଆଗାମୀ ନଭେମ୍ବର ମାସ ରେ ହେବାକୁ ଥିବା ନାସ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସିମିଳି ସାହି, ସମ୍ପଡ଼ା, ନିଳାଦ୍ରୀ ପୁର,ନୂଆଗାଁ,କୋରଡ଼ା, ଦୁରୁଦୁରା ଆଦି କ୍ଲଷ୍ଟର ଅଧିନରେ ଥିବା ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ର ଛାତ୍ରୀ ମାନଙ୍କ ପାଖକୁ ଯାଇ ସେମାନଙ୍କୁ ଭାଷା,ଗଣିତ,ପରିବେଶ ବିଷୟ ଉପରେ ପ୍ରଶ୍ନ ଦେବା ସହ ସେଗୁଡ଼ିକର ଆଲୋଚନା,
ଶିକ୍ଷଣ ସମ୍ପର୍କିତ ସମସ୍ୟା ଦୂରୀକରଣ ସହ ନାସ୍ ପରୀକ୍ଷା ପାଇଁ ଛାତ୍ର ଛାତ୍ରୀ ଙ୍କୁ ପ୍ରସ୍ତୁତି କରୁଛନ୍ତି।ଏହି କ୍ଲଷ୍ଟର ଗୁଡ଼ିକର ସମସ୍ତ ସି ଆର ସି ସି ଶିକ୍ଷକ ଶିକ୍ଷୟତ୍ରୀ ମାନେ କରୁଥିବା ନାସ୍ ପାଇଁ ପ୍ରସ୍ତୁତି ର ତଦାରଖ କରୁଥିବା ଜଣାପଡିଛି। କରୋନା ମହାମାରୀ ହେଉ କିମ୍ବା ବାତ୍ୟା ହେଉ ସମସ୍ତ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଛାତ୍ର ଛାତ୍ରୀ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ତଥା ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟରେ ନୂଆଗାଁ ବ୍ଲକ୍ ରେ କାର୍ଯ୍ୟରତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ନିୟୋଜିତ ହୋଇ ପାରିଦର୍ଶିତା ଦେଖାଇଛନ୍ତି।
No Result
View All Result